Author: liza

ପ୍ରସ୍ତୁତି ସାମଗ୍ରୀ- ୪ଟା ପମ୍ପ୍ରେଟ୍‌ ମାଛ୧ଟା କାଗାଜି ଲେମୂ୧ କପ୍‌ ତେଲ,୧ ଚାମଚ ଗୋଲମରିଚ ଗୁଣ୍ଡପରିମାଣ ଅନୁଯାୟୀ ଲୁଣ, ହଳଦୀ | ପ୍ରଣାଳୀ – ପମ୍ପେଟ୍‌ ମାଛର ମୁଣ୍ଡ, ଲାଞ୍ଜକୁ କାଟିଦେଇ ଲମ୍ବା ଲମ୍ବା ଫିଙ୍ଗର ପରି ଦେବ । ଲୁଣ ଓ ଲେମ୍ମୁରସ ପକାଇ ଏକ ଘଣ୍ଟା ଭିଜାଇ ରଖିବ । ଘଣ୍ଟାକ ପରେ କରଇରେ ତେଲ ଗରମ କରି ଛାଣିଦେବ । ଏହାକୁ ପ୍ଲେଟ୍‌ରେ ରଖି ଗୋଲମରିଚ ଗୁଣ୍ଡ ଛିଞ୍ଚିଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ୍‌ ଇଲିଶି ମାଛ୪ଟା ଆଳୁ୧ ଚାମଚ ଜିରା4 ଚାମଚ ଧନିଆ୧ ଗୋଟି ପିଆଜ୬ ପାଖୁଡ଼ା ରସୁଣଅଧାଇଞ୍ଚ ଅଦା୬ଟା ଲଙ୍କା୧ ଚାମଚ ସୋରିଷଅଧାକପ୍‌ ତେଲ,ଦରକାର ଅନୁଯାୟୀ ଲୁଣ ଓ ହଳଦୀ ¡ ପ୍ରଣାଳୀ ¬ ଆଳୁର ଗେପା ଛଡ଼ାଇ ୪ ଖଣ୍ଡ କରି କାଟି ରଖିବ | ଜିରା, ଧନିଆ ଓ ଲଙ୍କାକୁ ବାଟିବ । ତା’ପରେ ସୋରିଷକୁ ଚିକ୍କଣ କରି ବାଟିଦେବ । କରେଇରେ ତେଲ ଗରମ କରି ମାଛକୁ ଲାଲକରି ଭାଜିଦେବ । ସେଇ ତେଲରେ ଆଳୁ ଭଜା ଲୁଣ ହଳଦୀ ପିଆଜ, ମସଲା ଓ ଧନିଆ ମସଲା ପକାଇଦେଇ ଭାଜିବ | ଭଜା ମସଲାରୁ ଭଲ ବାସନା ଆସିଲେ ସୋରିଷ ବଟାରେ ୨ କପ୍‌ ପାଣି ପକାଇ ଦେଇ ମିଶାଇଦେବ । ଆଳୁ ସିଝିଗଲେ ମାଛ ପକାଇ ତରକାରୀ ଓହ୍ଲାଇଦେବ | ଏଥିରେ ବେଶି ଝୋଳ ରହିବ |

Read More

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍‌ ଇଲିଶି ମାଛ୨୫୦ ଗ୍ରାମ୍‌ ଟମାଟ୬ଟା କଞ୍ଚାଲଙ୍କା୧ ଚାମଚ ସୋରିଷଅଧଇଞ୍ଚ ଅଦା୨ ଗୋଟି ପିଆଜ୪ ଗମଚ ରିଫାଇନ୍‌ ତେଲଅଳ୍ପ ଧନିଆ ପତ୍ରଦରକାର ଅନୁଯାୟୀ ଲୁଣ ଓ ହଳଦୀ | ପ୍ରଣାଳୀ ¬ ପ୍ରଥମେ ପିଆଜ, ଅଦା କଞ୍ଚାଲଙ୍କାକୁ ବୂନାଚୂନା କରି କାଟିଦେବ ।ମାଛ, ତେଲ, ଟମାଟ କାଟି, ପିଆଜ କଟା, ଧନିଆପତ୍ରରେ ଲୁଣ ହଳଦୀ ଗୋଳାଇ କମ୍‌ ନିଆଁରେ ଏକ ଘଣ୍ଟା ବସାଇବାକୁ ପଡ଼ିବ । ମଝିରେ ମଝିରେ ଏହାନୁ ଗୋଳା ଗୋଳି କରିବାକୁ ପଡ଼େ । ପାଣି ଶୁଖିଗଲେ ତରକାରୀ ଓହ୍ଲାଇଦେବ

Read More

ପ୍ରସ୍ତୁତି ସାମଗ୍ରୀ-୫୦୦ ଗ୍ରାମ୍‌ ଇଲିଶି ମାଛ୨ ଖଣ୍ଡ ଡାଲଚିନି୨ଟା ଗୁଜୁରାତି୫ଟା କଞ୍ଚାଲଙ୍କା୧ ଗୋଟି ପିଆଜ୧ ଇଞ୍ଚ ଅଦା୨ ଚାମଚ ରିଫାଇନ୍‌ ତେଲକାଗଜି ଲେମ୍ବୁ ଫାଳେସ୍ଵାଦ ଅନୁସାରେ ଲୁଣ ଓ ହଳଦୀ । ପ୍ରଣାଳୀ – ପ୍ରଥମେ ପିଆଜକୁ ପତଳା ପତଳା କରି କାଟି ରଖିବ । ଅଦା ଏବଂ କଞ୍ଚାଲଙ୍କାକୁ ବାଟିକରି ରଖିବ । ତା’ପରେ ମାଛ ଲେମ୍ବୁରସ, ବଟାମସଲା ଓ ଲୁଣ ହଳଦୀ ଗୋଳାଇ ୨ ଘଣ୍ଟା ରଖିବ । କରେଇରେ ତେଲ ଗରମ କରି ଡାଲଚିନି ଏବଂ ଗୁଜୁରାତିକୁ ଫୁଟାଇବ । ଏହା ଫୁଟିଗଲେ ଏଥିରେ ପିଆଜ ପକାଇ ଭାଜିବ । ପିଆଜ ଲାଲ ହୋଇଗଲେସେଥିରେ ମସଲା ସହ ମାଛ ପକାଇ ଢାଙ୍କୁଣୀ ଘୋଡ଼ାଇ କମ୍‌ ନିଆଁରେ ବସାଇବ । ସେହି ଢାଙ୍କୁଣୀ ଉପରେ ଅଧାକପ୍‌ ପାଣି ଢାଳିଦେବ । ମାଛ ସିଝିଗଲେ ତରକାରି ଓହ୍ଲାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍‌ ଇଲିଶି ମାଛ୧ କପ୍‌ ନଡ଼ିଆ କୋରା୧ ଟେଟୁଲ୍‌ ଚାମଚ ସୋରିଷ୍୬ଟା କଞ୍ଚାଲଙ୍କା୪ ଚାମଚ ସୋରିଷ ତେଲ୍ପରିମାଣ ନୂଯାୟୀ ଲୁଣ ଓ ହଳଦୀ | ପ୍ରଣାଳୀ – ନଡ଼ିଆ କୋରା, ସୋରିଷ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟିଦେବ | ମାଛ ମସଲାବଟା, ଲୁଣ, ହଳଦୀ ଓ ତେଲ ସବୁ ମିଶାଇଦେବ ଗୋଟିଏ ଡବାରେ ରଖି ପ୍ରେସର୍ କୁକର୍‌ରେ ସିଝାଇ ପାରିବ କିମ୍ବା କରେଇରେ ସିଝାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍‌ ଇଲିଶି ମାଛଅଧଇଞ୍ଚ ଅଦାଅଧକପ୍‌ ଭେନିଗର୬ ପାଖୁଡ଼ା ରସୁଣ୧ ଗୋଟି ପିଆଜ୬ଟା ଲାଲଲଙ୍କାଚାରି ଗମଚ ତେଲ,ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ।. ପ୍ରଣାଳୀ- ପିଆଜ, ଅଦା, ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ | ମାଛ, ବଟାମସଲା, ଲୁଣ, ହଳଦୀ ଓ ଭେନିଗର ମିଶାଇ ୨ ଘଣ୍ଟା ଗୋଳାଇ ରଖୁବ | କରେଇରେ ତେଲ ଗରମ କରି ମାଛ ମସଲା ସବୁ ପୋଛିନେଇ ମାଛ ଗୁଡ଼ିକ ଭାଜିଦେବ । ସେଇ ତେଲରେ ମସଲାକୁ କଷିଦେଇ ମାଛ ଗୁଡ଼ିକ ଏପଟ ସେପଟ କରି ତରକାରିକୁ ଓହ୍ଲାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ୨୫୦ ଗ୍ରାମ୍‌ ରୋହୀ ମାଛ୨ ୫୦ ଗ୍ରାମ୍‌ ଜହ୍ନି୧ ଗୋଟି ବାଇଗଣ୧ ଚାମଚ ଫୁଟଣଅଧଇଞ୍ଚ ଅଦା୬ ଟା କଞ୍ଚାଲଙ୍କା୩ ଚାମଚ ତେଲ,ଦରକାର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ – ପ୍ରଥମେ ଫୁଟଣକୁ ଭାଜିକରି ଗୁଣ୍ଡକରି ରଖିବ । କରେଇରେ ତେଲ ଗରମକରି ମାଛ ଗୁଡିକୁ ଲାଲକରି ଭାଜିଦେବ । ମାଛ ଭାଜିଲାପରେ ବଳକାତେଲରେ ବାଇଗଣ, ଜହ୍ନି, କଞ୍ଚାଲଙ୍କା ଓ ସେଥୁରେ ଦୁଇକପ୍‌ ପାଣି ଦେଇଦେବ । ପରିବା ସିଝିଗଲେ ସେଥିରେ ଅଦା କଟା ଏବଂ ମାଛ ଭଜା ପକାଇଦେବ ୫ ମିନିଟ୍‌ ଫୁଟିବାପରେ ଫୁଟଣଗୁଣ୍ଡ ପକାଇ ତରକୀରୀ ଓହ୍ଲାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ:୨୫୦ ଗ୍ରାମ ରୋହୀ ମାଛ୧ ଗୋଟି ବାଇଗଣ୨ ଗୋଟି ଆଳୁ୧ ଗୋଟି ପିଆଜ୧ ଚାମଚ ଧନିଆ୧ ଚାମଚ ଜିରାଅଳ୍ପ ଅଦା୨ ଟା ଲାଲ ଲଙ୍କା୩ ଚାମଚ ତେଲଦରକାର ଅନୁଯାୟୀ ଲୁଣ ଓ ହଳଦୀ | ପ୍ରଣାଳୀ – ପ୍ରଥମେ ମାଛକୁ ଖଣ୍ଡ ଖଣ୍ଡ କରି ପରିଷ୍କାର କରି ଦେବ । ତା’ପରେ ସେଥିରେ ଲୁଣ ହଳଦୀ ଗୋଳାଇ ତେଳରେ ଭାଜିଦେବ ।. ମାଛ ଭାଜିବାପରେ ସେଥିରୁ ସବୁ କାଢ଼ି ଅଲଗା କରି ରଖିବ | ଆଳୁ, ବାଇଗଣ ଏବଂ ପିଆଜକୁ ଚୁନା ଚୁନା କରି କାଟିଦେବ । ସେହି ତେଲ କରେଇରେ ଜିରା ଧନିଆ ବଟା ମସଲାକୁ ଭଲଭାବେ କଷିଦେଇ ସବୁ କଟା ପରିବା ପକାଇ ସେଥ୍ବରେ ଲୁଣ ହଳଦୀ ପକାଇ ଘୋଡାଇ ଦେବ । ପରିବା ସିଝିଗଲେ ସେଥିରେ ଅଦାବଟାଏ ଏବଂ ମାଛଭଜା ସବୁ ପକାଇ ଭଜାଭଜି କରି ତରକାରୀକୁ ଓହ୍ଲାଇଦେବା |

Read More

ପ୍ରସ୍ତୁତି ସାମଗ୍ରୀ:୫୦୦ ଗ୍ରାମ୍ ଛୋଟ ମାଛକିମ୍ବା ବଡ ମାଛ ଛୋଟ୬ ଗୋଟି ଶୁଖିଲା ଲଙ୍କା୨ ଗୋଟି ବଡ ପିଆଜ୬ ଗୋଟି ବଡ ଟମାଟୋଅଧକପ୍ ତେଲଦରକାର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ:ପିଆଜକୁ କାଟିଦେଇ ଶୁଖିଲା ଲଙ୍କା ସହିତ ଛେଚି ଦେବ |ଟମାଟୋକୁ ଛୋଟଛୋଟ ଖଣ୍ଡ କାଟି କରି ରଖିବ |ତା’ପରେ କରେଇରେ ତେଲ ଗରମ କରି ସେଥିରେ ପିଆଜ ଲଙ୍କା ଛେଚାକୁ ପକାଇ ଅଳ୍ପ ଭାଜିବ |ମାଛରେ ଲୁଣ ହଳଦୀ ଗୋଳାଇ କରେଇରେ ପକାଇ ଢାଙ୍କୁଣୀ ଘୋଡାଇଦିଅ |ଟମାଟୋ ଏବଂ ମାଛ ସିଝିଗଲେ ଢାଙ୍କୁଣି କାଢିଦେବ |ଯଦି ଝୋଳ ପତଳା ହୋଇଥିବ ତାହା ହେଲେ ସେହି ଝୋଳକୁ ଚୁଲିରେ ବସାଇ ଝୋଳ ବହଳିଆ କରିଦେବ |

Read More

ପ୍ରସ୍ତୁତି ସାମଗ୍ରୀ:୨୫୦ ଗ୍ରାମ ବଡ ମାଛ୩ ଗୋଟି ଆଳୁ୨ ଗୋଟି ବାଇଗଣ୪/୫ ଟା ଜହ୍ନିଅଳ୍ପ ପିଆଜ୧ ଚାମଚ ଜିରାଅଧ ଇଞ୍ଚ ଅଦା୫ ଗୋଟି କଞ୍ଚାଲଙ୍କା୧ ଚମଚ ଫୁଟଣଅଧକପ୍ ତେଲ୨ ଗୋଟି ତେଜପତ୍ରଦରକାର ଅନୁଯାୟି ଲୁଣ ଓ ହଳଦୀ ପ୍ରଣାଳୀ:ଜିରା,ଅଦା,କଞ୍ଚାଲଙ୍କାକୁ ଚିକ୍କଣ କରି ବାଟି ଦେବ |ତା ‘ପରେ ପିଆଜକୁ ସରୁ ସରୁ କାଟି ରଖିବ |କରେଇରେ ତେଲ ଗରମ କରି ମାଛ ଗୁଡିକୁ ଲାଲ ଲାଲ କରି ଭାଜିଦେବ |ତା’ପରେ ତେଲରେ ଶୁଖିଲା ଲଙ୍କାକୁ ଛିଣ୍ଡାଇ ଭାଜିବ |ଲଙ୍କାଗୁଡିକ ଲାଲହୋଇଗଲେ ସେଥିରେ ଫୁଟଣ ପକାଅ |ଫୁଟଣ ଫୁଟିଗଲେ ସେଥିରେ ଅଦା ,ଜିରାବଟା ମସଲା ପକାଇ ଟିକେ ଗୋଳାକରି ପାଣି ପକାଇଦେବ |ସେଥିରେ ଲୁଣ ହଳଦୀ ଏବଂ ତେଜପତ୍ର ପକାଇ ଦେବ |ପରିବା ସିଝିଗଲେ ଭଜା ମାଛ ପକଇ ଦେବ |୨ କିମ୍ବା ୩ ମିନିଟ୍ ଫୁଟାଇ ଓହ୍ଲାଇଦେବ |

Read More