ପ୍ରସ୍ତୁତି ସାମଗ୍ରୀ:
୨୫୦ ଗ୍ରାମ ବଡ ମାଛ
୩ ଗୋଟି ଆଳୁ
୨ ଗୋଟି ବାଇଗଣ
୪/୫ ଟା ଜହ୍ନି
ଅଳ୍ପ ପିଆଜ
୧ ଚାମଚ ଜିରା
ଅଧ ଇଞ୍ଚ ଅଦା
୫ ଗୋଟି କଞ୍ଚାଲଙ୍କା
୧ ଚମଚ ଫୁଟଣ
ଅଧକପ୍ ତେଲ
୨ ଗୋଟି ତେଜପତ୍ର
ଦରକାର ଅନୁଯାୟି ଲୁଣ ଓ ହଳଦୀ
ପ୍ରଣାଳୀ:
ଜିରା,ଅଦା,କଞ୍ଚାଲଙ୍କାକୁ ଚିକ୍କଣ କରି ବାଟି ଦେବ |ତା ‘ପରେ ପିଆଜକୁ ସରୁ ସରୁ କାଟି ରଖିବ |କରେଇରେ ତେଲ ଗରମ କରି ମାଛ ଗୁଡିକୁ ଲାଲ ଲାଲ କରି ଭାଜିଦେବ |ତା’ପରେ ତେଲରେ ଶୁଖିଲା ଲଙ୍କାକୁ ଛିଣ୍ଡାଇ ଭାଜିବ |ଲଙ୍କାଗୁଡିକ ଲାଲହୋଇଗଲେ ସେଥିରେ ଫୁଟଣ ପକାଅ |ଫୁଟଣ ଫୁଟିଗଲେ ସେଥିରେ ଅଦା ,ଜିରାବଟା ମସଲା ପକାଇ ଟିକେ ଗୋଳାକରି ପାଣି ପକାଇଦେବ |ସେଥିରେ ଲୁଣ ହଳଦୀ ଏବଂ ତେଜପତ୍ର ପକାଇ ଦେବ |ପରିବା ସିଝିଗଲେ ଭଜା ମାଛ ପକଇ ଦେବ |୨ କିମ୍ବା ୩ ମିନିଟ୍ ଫୁଟାଇ ଓହ୍ଲାଇଦେବ |