ପ୍ରସ୍ତୁତ ସାମଗ୍ରୀ- ୨୫୦ ଗ୍ରାମ୍ ଚିଙ୍ଗୁଡ଼ି୪ ଗୋଟି ଆଳୁ୧ ଇଞ୍ଚ ଅଦା୫ ଗୋଟି କଞ୍ଚାଲଙ୍କା୧ ଚାମଚ ଜିରା୧ ଚାମଚ ସୋରିଷତେଲଦରକାର ଅନୁଯାୟୀ ଲୁଣ ଓ ହଳଦୀ । ପ୍ରଣାଳୀ – ଚିଙ୍ଗୁଡ଼ିର ଚୋପା ଛଡ଼ାଇ ପରିଷ୍କାର କରି ରଖିବ । ଜିରା, ଅଦା, କଞ୍ଚାଲଙ୍କା ବାଟି ରଖିବ । କରେଇରେ ତେଲ ଗରମକରି ଆଳୁ ଓ ଚିଙ୍ଗୁଡ଼ି ମାଛକୁ ଏକସଙ୍ଗରେ ଲୁଣପକାଇ ଭଜାକରି ଖରିଆ କରି ରଖିବ । ଭଜାହୋଇ ଆସିଲେ ସେଥିରେ ମସଲାବଟା ‹ ଦେଇ ପୁଣି ଭଜା ଭଜା କରି ଏକ କପ୍ ପାଣିଦେଇ ଢାଙ୍କୁଣୀ ଘୋଡ଼େଇଦେବ, ଏଥିରେ ଅଳ୍ପ ହଳଦୀ ପକାଇବ ।
Author: liza
ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମର ମଧ୍ୟମ ସାଇଜ୍ର ଚିଙ୍ଗୁଡ଼ି୧ ଗୋଟି ଫୁଲକୋବି୧ ଗୋଟି ଟମାଟ୧ ଚାମଚ ସୋରିଷ୬ ପାଖୁଡ଼ା ରସୁଣ୬ଟା କଞ୍ଚାଲଙ୍କା୨ ଚାମଚ ସୋରିଷ ତେଲଦରକାର ଅନୁଯାଯୀ ଲୁଣ ଓ ହଳଦୀ ! ପ୍ରଣୀଳୀ ¬ ସୋରିଷ, ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ । ଚିଙ୍ଗୁଡ଼ି ମାଛର ଚୋପା ଛଡ଼ାଇ ଭଲକରି ପରିଷ୍କାର କରି ଧୋଇକରି ରଖିବ । ଫୂଲକୋବିକୁ ବଡ଼ ବଡ଼ ଖଣ୍ଡ କାଟିକରି ରଖିବ . | ଚିଙ୍ଗୁଡ଼ି ଫୁଲକୋବି ସୋରିଷ ବଟା, ତେଲ, ଲୁଣ, ହଳଦୀ ଭଲଭାବରେ ଗୋଳାଇଦେଇ ଏକ କପ୍ ପାଣିଦେଇ ଢାଙ୍କୁଣୀ ଦେଇ କମ୍ ନିଆଁ ରଖିବ । ପାଣି ଶୁଖିଗଲେ ତରକାରିକୁ ଓହ୍ଲାଇ ଦେବ ।
ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ୍ ଗୋଟା ମୁଗ୫୦୦ ଗ୍ରାମ୍ କିମା ମାଂସ୪ଟା ପିଆଜ,୨ଟା ତେଜପତ୍ରଅଧକପ୍ ତେଲ୨ ଟି ଟମାଟ୧ ଗୋଟିରସୁଣଅଧାଇଞ୍ଚ ଅଦା୬ ଟା କଞ୍ଚାଲଙ୍କା୪ ଖଣ୍ଡ ଡାଲଚିନି୪ଟା ଗୁଜୁରାତି୨ ଗମଚ ଘିଅଲୁଣ ସ୍ଵାଦ ଅନୁସାରେ ।ପ୍ରଣାଳୀ – ଗୋଟା ମୁଗକୁ ୪ ଘଣ୍ଟା ପାଣିରେ ବତୁରାଇ ରଖ । ଲୁଣ ହଳଦୀ ପକାଇ ସିଝାଇ ଦିଅ | ପିଆଜ ଦୁଇଟି, ରସୁଣ ଓ ଅଦାକୁ ବାଟିଦିଅ | ଅନ୍ଯ ୨ଟି ପିଆଜ, ଚୂନା ଚୂନା କରି କାଟିଦିଅ । କରେଇରେ ତେଲ ଗରମକରି ମାଂସ, ତେଜପତ୍ର ଓ ଟମାଟକଷା ପକାଇ କଷିଦିଅ । ମାଂସ କଷି ହେଲେ ପାଣି ପକାଇ ସିଝାଇ ଦିଅ |ମାଂସ ସିଝିଗଲେ ସେଥିରେ ସିଝାମୁଗ ମିଶାଇ ୫ ମିନିଟ୍ ଓହ୍ଳାଇଦେବ |ଚୂଲିରେ କରେଇ ବସାଇ ଘିଅ ଗରମ କରିଦେବ |ତା’ପରେ ପିଆଜ ବଟା ଏବଂ କଞ୍ଚାଲଙ୍କା କଟାକୁ ଭାଜିଦେବ |ଏହା ଲାଲ୍ ହୋଇଗଲେ ଡାଲି ମାଂସ ସେଥିରେ…
ପ୍ରସ୍ତୁତି ସାମଗ୍ରୀ- ଏକ କପ୍ ବୂଟ ଡାଲିଏକ କପ୍ ଚୋପାଥିବା ବିରିଡାଲି୫୦ ଗ୍ରାମ୍ ଗୁଣ୍ଡ ମାଂସଦୁଇଗୋଟି ଅଣ୍ଡା୫ଟି ପିଆଜଖଣ୍ଡିଏ ଅଦାଗୋଟିଏ ରସୁଣ୪ଟି ତେଜପତ୍ରଖଣ୍ଡିଏ ଡାଲଚିନି୨ ଟି ଗୁଜରାତିଦୂଇ ଚାମଚ ଘିଅଅଧକପ୍ ତେଲ୪ଟି ଟମାଟ୧୦ଟି ଶୁଖିଲା ଲଙ୍କାଏକ ଚାମଚ ଜିରା,ଅଳ୍ପ ଧନିଆ ପତ୍ରଆବଶ୍ୟକ ଅନୁସାରେ ଲୁଣ ଏବଂ ହଳଦୀ | ପ୍ରଣାଳୀ ¬ ପ୍ରଥମେ ଦୁଇଟି ପିଆଜ, ଅଦା ଓ ରସୁଣ ଏକତ୍ର କରି ଚିକ୍କଣ କରି ବାଟି ଦେବ, ଜିରା, ତେଜପତ୍ର, ଲଙ୍କା ବାଟି ଦେବ । ଡାଲଚିନି, ଗୁଜରାତି ଗୁଣ୍ଡକରି ଦେବ । ଗୋଟିଏ ଡେକ୍ଚିରେ ବିରିଡାଲି ଓ ବୁଟଡାଲି ଲୁଣ ଓ ହଳଦୀ ପକାଇ ସିଝାଇଦେବ । କରେଇରେ ତେଲ ଗରମକରି ପିଆଜ ବଟା, ଜିରାବଟା, ଲୁଣ,ହଳଦୀ ପକାଇ ମାଂସ ସବୁ ତକ କସିବ । କସିବା ପରେ ଅନ୍ନ ପାଣିଦେଇ ମାଂସ ସିଝିଗଲେ ଡାଲଚିନି ଓ ଗୁଜରାତି କାଇ ମାଂସ ତରକାରି ଓହ୍ଲାଇଦେବ । ଅନ୍ୟ ଏକ…
ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ ଛୋଟ ଚିଙ୍ଗୁଡ଼ି୧ ଚାମଚ ସୋରିଷରସୁଣ ୮ ପାଖୁଡ଼ା, ୬ ଗୋଟି ଲାଲଲଙ୍କା୧ ଚାମଚ ସୋରିଷ ତେଲଆବଶ୍ଯକ ଅନୁଯାୟୀ ଲୁଣ | ପ୍ରଣାଳୀ- ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁଧୋଇକରି ଭଲଭାବେ ପରିଷ୍କାର କରିଦେବ | ଚିଙ୍ଗୁଡିରେ ଲୁଣ ପକାଇ ଢାଙ୍କୁଣି ଘୋଡାଇ ସିଝାଇଦେବ ।ଚିଙ୍ଗୁଡିର ଚୋପାକୁ ପରିଷ୍କାର କରିଛଡାଇଦେବ |ଚିଙ୍ଗୁଡିର ଚୋପାକୁ ପରିଷ୍କାର କରି ଛଡାଇଦେବ |ଲାଲଲଙ୍କାକୁ ପୋଡିଦେବ |ସୋରିଷ ବାଟିଦେବ |ସିଝା ଚିଙ୍ଗୁଡି,ଲଙ୍କାପୋଡା,ସୋରିଷ ବଟା,ରସୁଣ ଛେଚା,ଲୁଣ ଏବଂ କଞ୍ଚା ସୋରିଷ ତେଲ ପକାଇ ଏହାକୁ ଭଲଭାବେ ଚକଟି ଢାଙ୍କୁଣୀ ଘୋଡାଇ ଅଳ୍ପ ନିଆଁରେ ୧୫ ମିନିଟ୍ ସିଝାଇବ |ଏଥର ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ରାଇତା |
ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ଚୁନା ଚିଙ୍ଗୁଡ଼ି୪ଟା ଲାଲ ଲଙ୍କା୬ ପାଖୁଡ଼ାରସୁଣଅଳ୍ପ ଅଦା୧ ଗୋଟି ଟମାଟଅଧାକପ୍ ତେଲ୨ ଗୋଟି ପିଆଜ୨ଟାକଞ୍ଚାଲଙ୍କା୧ ଚାମଚ ଗରମ ମସଲା୍୨ ଚାମଚ ଚିନିଦରକାର ଅନୁସାରେ ଲୁଣ | ପ୍ରଣାଳୀ — ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ତା ‘ର ଚୋପାକାଢ଼ି ପରିଷ୍କାର କରିଦେବ । ସେହି ଚୋପାଛଡ଼ା ଚିଙ୍ଗୁଡ଼ିକୁ ଚିକ୍କଣ କରି ବାଟିହେବ । ବାଟିବା ସମୟରେ ହିଁ ସେଥିରେ ଗୋଟିଏ ପିଆଜ, ରସୁଣ ଓ କଞ୍ଚାଲଙ୍କାକୁ ବାଟିଦେବ । ବାଟି ସାରିବା ପରେ ଲୁଣ, ହଳଦୀ ପକାଇ ଭଲରୂପେ ଫେଣ୍ଟିଦେବ । ଗୋଟିଏ ପାତ୍ରରେ ତେଲ ଲଗାଇ ଏହି ବଟାକୁ ସେଥିରେ ରଖ ପ୍ରେସର କୁକର୍ କିମ୍ବା କରେଇରେ ପାଣିଦେଇ ଏହାକୁ ସିଝାଇବ । ଏହା ସିଝିଗଲେ ଏହାକୁ ଥଣ୍ଡାକରି ପିସ୍ ପିସ୍ କରି କାଟିଦେବ । ଅନ୍ୟ ପିଆଜ ଅଦା ଓ ଲଙ୍କାକୁ ବାଟିଦେବ । କରେଇରେ ତେଲ ଗରମକରି ଏହି ଧୋକାର ପିସ୍କୁ ଲାଲକରି…
ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍ ଚିଙ୍ଗୁଡ଼ି୮ଟା କଞ୍ଚାଲଙ୍କା୨ ଗୋଟି ପିଆଜଅଧାକପ୍ ତେଲ୪ ଚାମଚ ଭେନିଗର୪ ଚାମଚ ସୋୟାସସ୍୪ ଗମଚ ଓରସେଷ୍ରସସ୍୧ ଚାମଚ ଅଜିନା ମଟୋଦରକାର ଅନୁଯାୟୀ ଲୁଣ | ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିର ଗେପା ଛଡ଼ାଇ ଦେଇ ପରିଷ୍କାର କରି ଧୋଇଦେବ | ବଡ଼ ବଡ଼ ଖଣ୍ଡକରି କାଟିବ ଏବଂ କଞ୍ଚାଲଙ୍କାକୁ ଛୋଟ ଛୋଟ ଖଣ୍ଡକରି କାଟିବ । ଚିଙ୍ଗୁଡି, ଲଙ୍କା, ପିଆଜ, ଭେନିଗର, ସୋୟାସସ୍, ଓରସେଷ୍ଟର ସସ୍ ଓ ଲୁଣକୁ ଭଲଭାବେ ରଖ । ଏହାକୁ ମିଶାଇ ଚାରିଘଣ୍ଟା ଭେଦାଇ ରଖିବ । ୪ ଘଣ୍ଟାପରେ ସେଥିରୁ ପୋଛି ପୋଛି କାଢ଼ିବ । କରେଇରେ ତେଲ ଗରମ କରି ଚିଙ୍ଗୁଡ଼ି ଗୁଡ଼ିକ ଭଲରୂପେ ଲାଲକରି ଭାଜିବ । ଏହା ଭଲରୂପେ ଭାଜି ହୋଇଗଲେ ସେଥିରେ ପିଆଜ ମିଶା ସସ୍ ସବୁ ଚାଳି ମିଶାଇ ଦେଇ ଢାଙ୍କୁଣୀ ଘୋଡ଼ାଇ ଦେବ । ଏହା ଫୁଟିବାର ଦଶମିନିଟ୍ ପରେ ଢାଙ୍କୁଣୀ ଖୋଲି…
ପ୍ରସ୍ତୁତି ସାମଗ୍ରୀ- ୬ଟା ବଡ଼ ଚିଙ୍ଗୁଡ଼ି୧ କପ୍ ଦହି୨ଟା ବଡ଼ ଆଳୁ2 ଚାମଚ ତେଲ୍୧ ଚାମଚ ଜୁଆଣିଅଧାକପ୍ ତେଲଦରକାର ଅନୁଯାୟୀ ଲୁଣ | ପ୍ରଣାଳୀ — ପ୍ରଥମେ ଚିଙ୍ଗୁଡ଼ିର ଚୋପା ଛଡ଼ାଇକରି ତା’ର ଚୋପା କାଢ଼ି ଲୁଣ ପକାଇ ଦହିରେ ଚାରିଘଣ୍ଟା ଭେଜାଇ ରଖୁବ । ଏହା ଭଲରୂପେ ଭେଦିଗଲେ ଏହାକୁ ତାଞ୍ବାରେ ପକାଇ କମ୍ ନିଆଁରେ ଭାଜିବ । ଚିଙ୍ଗୁଡ଼ି ଭଲରୂପେ ସିଝିଗଲେ ସେଥିରେ ଜୁଆଣି ଗୁଣ୍ଡକରି ପକାଇବ । ଆଳୁର ଫିଙ୍ଗର ଚିପସ ଛାଣିଦେଇ .ଏହାକୁ ଚିଙ୍ଗୁଡ଼ି ତୁନ୍ଦରୀରେ ଖାଇବାକୁ ଦେବ ।
ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମଧ୍ୟମ ସାଇଜର ଚିଙ୍ଗୁଡ଼ି,୧ ଚାମଚ ସୋରିଷ,୬ ପାଖୁଡ଼ା ରସୁଣ,୬ଟା କଞ୍ଚାଲଙ୍କା,୧ କପ୍ ଦହି, ଅଧାକମ୍ ତେଲ,ଦରକାର ଅନୁଯାୟୀ _ ଲୁଣ ଓ ହଳଦୀ । ପ୍ରଣାଳୀ — ସୋରିଷ, ରସୁଣ ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟିଠଦଟ । ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଭଲରୂପେ ତାକୁ ଧୂଆଧୋଇ କରିଦେବ । ଦହି ସୋରିଶ ବଟା, ଲୁଣ, ` ହହଦୀ, ଚିଙ୍ଗୁଡ଼ି ମାହ ଓ କଞ୍ଚାତେଲ ଭଲଭାବେ ମିଶାଇ ଢାଙ୍କୁଣୀ ଘୋଡ଼ାଇ କମ୍ ନିଆଁରେ ବସାଲବ । ଚିଙ୍ଗୁଡ଼ି ସିଝିଯାଇ ଅଳ୍ପ ଝୋଳ ରଖିଲେ ତରକାରୀ ଓହ୍ଲାଇଦେବ ।
ପ୍ରସ୍ତୁତି ସାମଗ୍ରୀ- ୬ ଗୋଟି ବଡ଼ ଚିଙ୍ଗୁଡ଼ି୨ ଗୋଟି ଟମାଟ,୧ ଚାମଚ ସୋରିଷ୨ ଚାମଚ ସୋରିଷ ତେଲ୬ପାଖୁଡ଼ା ରସୁଣଦରକାର ଅନୁଯାୟୀ ଲୁଣ ଓ ହଳଦୀ,୬ଟା ଲାଲ ଲଙ୍କା ! ପ୍ରଣାଳୀ – ଏଥିରେ ଚିଙ୍ଗୁଡ଼ି ଚୋପାଥିବ. ¦ ଚିଙ୍ଗୁଡିର ମୁଣ୍ଡରୁ ସବୁ ମଇଳା ଜିନିଷ ବାହାର କରିଦେବ । ତା’ର ଲାଞଟିକୁ କାଢ଼ିଦେବ । ସୋରିଷ, ରସୁଣ , ଲଙ୍କାକୁ ଚିକ୍କଣ କରି ବାଟିଦେବ । ଚିଙ୍ଗୁଡ଼ିରେ, ସୋରିଷ ବଟା, ଟମାଟ, ସୋରିଷ ତେଲ ଓ ଲୁଣ ହଳଦୀ ସବୁ ମିଶାଇ ୧ କପ୍ ପାଣିଦେଇ ଢାଙ୍ଗୁଣୀ ଘୋଡ଼ାଇଦେବ । ଏହାକୁ ଲମ୍ ନିଆଁରେ ସିଝିବାକୁ ଦେବ, ଚିଙ୍ଗୁଡ଼ି ସିଝିଯିବ, ତା’ର ଦେହକୁ ଦେହଲାଗିକରି ଝୋଳ ଥିବ ତରକାରିକୁ ଓହ୍ଲାଇଦେବ ।