ପ୍ରସ୍ତୁତି ସାମଗ୍ରୀ:
୨୫୦ ଗ୍ରାମ ରୋହୀ ମାଛ
୧ ଗୋଟି ବାଇଗଣ
୨ ଗୋଟି ଆଳୁ
୧ ଗୋଟି ପିଆଜ
୧ ଚାମଚ ଧନିଆ
୧ ଚାମଚ ଜିରା
ଅଳ୍ପ ଅଦା
୨ ଟା ଲାଲ ଲଙ୍କା
୩ ଚାମଚ ତେଲ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ – ପ୍ରଥମେ ମାଛକୁ ଖଣ୍ଡ ଖଣ୍ଡ କରି ପରିଷ୍କାର କରି ଦେବ । ତା’ପରେ ସେଥିରେ ଲୁଣ ହଳଦୀ ଗୋଳାଇ ତେଳରେ ଭାଜିଦେବ ।. ମାଛ ଭାଜିବାପରେ ସେଥିରୁ ସବୁ କାଢ଼ି ଅଲଗା କରି ରଖିବ | ଆଳୁ, ବାଇଗଣ ଏବଂ ପିଆଜକୁ ଚୁନା ଚୁନା କରି କାଟିଦେବ । ସେହି ତେଲ କରେଇରେ ଜିରା ଧନିଆ ବଟା ମସଲାକୁ ଭଲଭାବେ କଷିଦେଇ ସବୁ କଟା ପରିବା ପକାଇ ସେଥ୍ବରେ ଲୁଣ ହଳଦୀ ପକାଇ ଘୋଡାଇ ଦେବ । ପରିବା ସିଝିଗଲେ ସେଥିରେ ଅଦାବଟାଏ ଏବଂ ମାଛଭଜା ସବୁ ପକାଇ ଭଜାଭଜି କରି ତରକାରୀକୁ ଓହ୍ଲାଇଦେବା |