ପ୍ରସ୍ତୁତି ସାମଗ୍ରୀ-
୫୦୦ ଗ୍ରାମ୍ ଇଲିଶି ମାଛ
୨ ଖଣ୍ଡ ଡାଲଚିନି
୨ଟା ଗୁଜୁରାତି
୫ଟା କଞ୍ଚାଲଙ୍କା
୧ ଗୋଟି ପିଆଜ
୧ ଇଞ୍ଚ ଅଦା
୨ ଚାମଚ ରିଫାଇନ୍ ତେଲ
କାଗଜି ଲେମ୍ବୁ ଫାଳେ
ସ୍ଵାଦ ଅନୁସାରେ ଲୁଣ ଓ ହଳଦୀ ।
ପ୍ରଣାଳୀ – ପ୍ରଥମେ ପିଆଜକୁ ପତଳା ପତଳା କରି କାଟି ରଖିବ । ଅଦା ଏବଂ କଞ୍ଚାଲଙ୍କାକୁ ବାଟିକରି ରଖିବ । ତା’ପରେ ମାଛ ଲେମ୍ବୁରସ, ବଟାମସଲା ଓ ଲୁଣ ହଳଦୀ ଗୋଳାଇ ୨ ଘଣ୍ଟା ରଖିବ । କରେଇରେ ତେଲ ଗରମ କରି ଡାଲଚିନି ଏବଂ ଗୁଜୁରାତିକୁ ଫୁଟାଇବ । ଏହା ଫୁଟିଗଲେ ଏଥିରେ ପିଆଜ ପକାଇ ଭାଜିବ । ପିଆଜ ଲାଲ ହୋଇଗଲେସେଥିରେ ମସଲା ସହ ମାଛ ପକାଇ ଢାଙ୍କୁଣୀ ଘୋଡ଼ାଇ କମ୍ ନିଆଁରେ ବସାଇବ । ସେହି ଢାଙ୍କୁଣୀ ଉପରେ ଅଧାକପ୍ ପାଣି ଢାଳିଦେବ । ମାଛ ସିଝିଗଲେ ତରକାରି ଓହ୍ଲାଇଦେବ ।