ପ୍ରସ୍ତୁତି ସାମଗ୍ରୀ
୨୫୦ ଗ୍ରାମ୍ ରୋହୀ ମାଛ
୨ ୫୦ ଗ୍ରାମ୍ ଜହ୍ନି
୧ ଗୋଟି ବାଇଗଣ
୧ ଚାମଚ ଫୁଟଣ
ଅଧଇଞ୍ଚ ଅଦା
୬ ଟା କଞ୍ଚାଲଙ୍କା
୩ ଚାମଚ ତେଲ,
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ – ପ୍ରଥମେ ଫୁଟଣକୁ ଭାଜିକରି ଗୁଣ୍ଡକରି ରଖିବ । କରେଇରେ ତେଲ ଗରମକରି ମାଛ ଗୁଡିକୁ ଲାଲକରି ଭାଜିଦେବ । ମାଛ ଭାଜିଲାପରେ ବଳକାତେଲରେ ବାଇଗଣ, ଜହ୍ନି, କଞ୍ଚାଲଙ୍କା ଓ ସେଥୁରେ ଦୁଇକପ୍ ପାଣି ଦେଇଦେବ । ପରିବା ସିଝିଗଲେ ସେଥିରେ ଅଦା କଟା ଏବଂ ମାଛ ଭଜା ପକାଇଦେବ ୫ ମିନିଟ୍ ଫୁଟିବାପରେ ଫୁଟଣଗୁଣ୍ଡ ପକାଇ ତରକୀରୀ ଓହ୍ଲାଇଦେବ ।