ପ୍ରସ୍ତୁତି ସାମଗ୍ରୀ:
୫୦୦ ଗ୍ରାମ୍ ଛୋଟ ମାଛ
କିମ୍ବା ବଡ ମାଛ ଛୋଟ
୬ ଗୋଟି ଶୁଖିଲା ଲଙ୍କା
୨ ଗୋଟି ବଡ ପିଆଜ
୬ ଗୋଟି ବଡ ଟମାଟୋ
ଅଧକପ୍ ତେଲ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ:
ପିଆଜକୁ କାଟିଦେଇ ଶୁଖିଲା ଲଙ୍କା ସହିତ ଛେଚି ଦେବ |ଟମାଟୋକୁ ଛୋଟଛୋଟ ଖଣ୍ଡ କାଟି କରି ରଖିବ |ତା’ପରେ କରେଇରେ ତେଲ ଗରମ କରି ସେଥିରେ ପିଆଜ ଲଙ୍କା ଛେଚାକୁ ପକାଇ ଅଳ୍ପ ଭାଜିବ |ମାଛରେ ଲୁଣ ହଳଦୀ ଗୋଳାଇ କରେଇରେ ପକାଇ ଢାଙ୍କୁଣୀ ଘୋଡାଇଦିଅ |ଟମାଟୋ ଏବଂ ମାଛ ସିଝିଗଲେ ଢାଙ୍କୁଣି କାଢିଦେବ |ଯଦି ଝୋଳ ପତଳା ହୋଇଥିବ ତାହା ହେଲେ ସେହି ଝୋଳକୁ ଚୁଲିରେ ବସାଇ ଝୋଳ ବହଳିଆ କରିଦେବ |