Author: liza

ପ୍ରସ୍ତୁତି ସାମଗ୍ରୀ- ୨ ଟା ଅଣ୍ଡା,୧ ଗୋଟି ପିଆଜ୪ ପାଖୁଡା ରସୁଣଚଉଠ ଇଞ୍ଚ ଅଦା୨ ଟା ଶୁଖିଲା ଲଙ୍କା୨ ଟା କଞ୍ଚା ଲଙ୍କାଅଳ୍ପ ଜିରାଅଳ୍ପ ଧନିଆଚଉଠ ଚାମଚ ପୋସ୍ତଚଉଠ ଚାମଚ ମସଲାଗୁଣ୍ଡ୪ ଚାମଚ ଘିଅ୪ ଚାମଚ ତେଲଅଳ୍ପ ଧନିଆ ପତ୍ରଦରକାର ଅନୁଯାୟୀ ଲୁଣ ଓ ହଳଦୀ |ପ୍ରଣାଳୀ – ଅଣ୍ଡାକୁ ଭଲ ଭାବରେ ଫେଣ୍ଡିଦେଇ ସେଥିରେ ଅଳ୍ପ ପିଆଜକୁ ଟିକି ଟିକି କରି କାଟି ମିଶାଇ ଦେବ । ଧନିଆ ପତ୍ରକୁ ମଧ୍ଯ ଛୋଟ ଛୋଟ କାଟି ମିଶାଇଦେବ । । ଦରକାର ଅନୁଯାୟୀ ଚୂରାଲୁଣ ସେଥିରେ ମିଶାଇବ । ତାୱ୍ଵାରେ ଘିଅ କିମ୍ବା ତେଲ ଗରମ କରି ଅଣ୍ଡା ଫେଣ୍ଟାକୁ ଆମଲେଟ୍‌ କରି ରଖିବ । ଏହାକୁ ତାୱ୍ଵାରେ କାଡି ଥଣ୍ଡାକରି ଚାରିକୋଣିଆ ଖଣ୍ଡ କରି କାଟି ରଖିବ ¦ ଆର ଫାଳକ ପିଆଜ, ରସୁଣ, ଅଦା, ଜିରା, ଧନିଆ ପୋସ୍ତ, ଶୁଖିଲା ଲଙ୍କାକୁ ବାଟି ଦେବ । ମସଲାରୁ…

Read More

ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ୍‌ ରୋହୀ ମାଛଅଳ୍ପ ବନ୍ଧା କୋବି୪ ପାଖୁଡା ଫୁଲ କୋବି୧ କପ୍‌ ମଟର ମଞ୍ଜି୧ ଗୋଟି ଆଳୁ୧ ଗୋଟି ଟମାଟ୧ ଗୋଟି ପିଆଜଏକ ଇଞ୍ଚ ଅଦାଅଳ୍ପ ଧନିଆ ପତ୍ର୬ ଗୋଟି କଞ୍ଚାଲଙ୍କାଅଧକପ୍‌ ତେଲଗୋଟିଏ ଗାଜରଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ – ସବୁ ପ୍ରକାର ପରିବାକୁ ଛୋଟ ଛୋଟ କରି କାଟିଦେବ । ଟମାଟକୂ ଖଣ୍ଡ ଖଣ୍ଡ କରି କାଟି ରଖିବ । କରେଇରେ ତେଲ ଗରମ କରି ମାଛକୁ ଲାଲ ଲାଲକରି ଭାଜିଦେବ । ମାଛଭଜାରୁ କଣ୍ଟାକୁ କାଢ଼ିଦେବ । ସେଇ ତେଲରେ ପରିବା ସବୁ ପକ଼ାଇ ଭାଜିଦେବ । ଭଜା ଲାଲ ହେଲେ ସେଥିରେ ପିଆଜ, ଅଦା କଟା ପକାଇ କଷିଦେବ । ମସଲା ଭାଜି ହୋଇଗଲେ ସେଥିରେ ଟମାଟକଟା ପକାଇ ମାଛଭଜା ପକାଇ ଓହ୍ଲାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍‌ ଶେଉଳ ମାଛ,୧୨ ଟା ଗୋଲମରିଚ୧ଟି ପିଆଜ୨ ଗୋଟି ଗୁଜୁରାତି୨ ଟି ତେଜପତ୍ର୨ ପୁଟ ତେନୁଳିଅଧକପ୍‌ ତେଲ୬ ତା ରସୁଣ୧ ଇଞ୍ଚ ଅଦା୬ ଟା ଲାଲଲଙ୍କା୪ ଗୋଟି ଲବଙ୍ଗ୪ ଗୋଟି ଆଳୁଭୁରୁସୁଙ୍ଗ ପତ୍ରଦରକାର ଅନୁଯାୟୀ ଲୁଣ ଓ ହଳଦୀ । ପ୍ରଣାଳୀ – ଶେଉଳ ମାଛକୁ ଭାଜି ପ୍ରଥମେ ତା’ର ସବୁକଣ୍ଟା ଛଡାଇ ରଖିବ । ଆଳୁକୁ ସିଝାଇ ତା’ର ଚୋପା ଛଡାଇ ଅଧା ଅଧା ଭାଙ୍ଗିକରି ରଖିବ | ପିଆଜ, ରସୁଣ, )| ଓ ଲାଲଲଙ୍କାକୁ ବାଟି କରି ରଖିବ । ଲବଙ୍ଗ, ଗୁଜୁରାତି, ଡାଲଚିନି ଓ ଗୋଲମରିଚ ଛେଚି କରି ରଖିବ । କରେଇରେ ତେଲ ପକାଇ ପିଆଜ ମସଲାକୁ କଷି ଦେଇ ଆଳୁସିଝା , ହଳଦୀ, ତେଜପତ୍ର ଓ ଡାଳଚିନି ମସଲା ପକାଇ ଅଛ ଭାଜି କରି ସେଥିରେ କଣ୍ଟା ମାଛକୁ ପକାଇ ଦେବ । ତେନ୍ତୁଳିରେ ୩ କପ୍‌ ପାଣି ପକାଇ…

Read More

ପ୍ରସ୍ତୁତି ସାମଗ୍ରୀ୨୫୦ ଗ୍ରାମ୍‌ ମହୁରାଳି ମାଛ୬ ଟା ଲାଲଲଙ୍କା୫ ଗୋଟି ବଡିଅଧକପ୍‌ ସୋରିଷ ତେଲ୪ ଖଣ୍ଡ ଆମ୍ୱୁଲକିମ୍ବା ୨ ଫୁଟ ତେନ୍ତୁଳିଅଳ୍ପ ଭୁରୁସୁଙ୍ଗା ପତ୍ର୧ଚାମଚ ଫୁଟଣ୧ ଚାମଚ ସୋରିଷ୧ ଗୋଟି ରସୁଣଦରକାର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ – ପ୍ରଥମେ ସୋରିଷ, ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ | ମାଛରେ ଲୁଣ ହଳଦୀ ଗୋଳାଇଦେବ । କରେଇରେ ତେଲ ଗରମ କରି ମାଛକୁ ଭଲ ରୂପେ ଖାରିଆ କରି ଭାଜିଦେବ । ତା’ପରେ ସେହି କରେଇରେ ବଡିକୁ ଭାଜି ଭାଙ୍ଗି କରି ରଖିବ । ବଳକା ତେଲରେ ମସଲାକୁ ଭଲକରି କଷିକରି ସେଥିରେ ୨ କପ୍‌ ପାଣି ଓ ଲୁଣ ପକାଇଦେବ । ସେହି ମସଲା ଝୋଳ ଫୁଟିଗଲେ ସେଥିରେ ମାଛ ଭକା ଏବଂ ଭଙ୍ଗାବଡିକୁ ପକାଇବ । ଏହି ଝୋଳ ୨ ମିନିଟ୍‌ ଫୁଟିଲାପରେ ସେଥିରେ ଆମ୍ବୁଲ କିମ୍ବା ତେନ୍ତୁଳି ରସ ପକାଇବ । ମାଛ…

Read More

ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ୍‌ ମହୁରାଳି ମାଛଫାଳେ କାଗେଜି ଲେମ୍ବୁ୪ ଚାମଚ ମଇଦା୧ ଗୋଟି ପିଆଜ୪ ଚାମଚ ବେସନ୬ ପାଖୁଡା ରସୁଣଅଧ ଇଞ୍ଚ ଅଦାଅଳ୍ପ ଖାଇବା ସୋଡା୬ ଟା କଞ୍ଚାଲଙ୍କା୧ କପ୍‌ ତେଲଲୁଣହଳଦୀ ପ୍ରଣାଳୀ – ପ୍ରଥମେ ଛୋଟ ମହୁରାଳି ପେଟ ସବୁ ପରିଷ୍କାର କରି କାଢି ଧୋଇ ସଫା କରିଦେବ । ଅଧକପ୍‌ ପାଣିରେ ମଇଦା, ବେସନ, ଖାଇବା ସୋଡାରେ ଲୁଣ ପକାଇ ଭଲ ରୂପେ ଗୋଳା ଗୋଳି କରି ରଖିବ । ପିଆଜ, ରସୁଣ, ଅଦା ଓ କଞ୍ଚାଲଙ୍କାକୁ ଚୂନା ଚୂନା କାଟିରଖିବ । ବେସନ ଏବଂ ମଇଦା ଗୋଳାରେ ମାଛ କଟା ମସଲା, ଲୁଣ, ହଳଦୀ ଏବଂ ଲେମ୍ବୁରସ ମିଶାଇଦେବ । କରେଇରେ ତେଲ ଗରମ କରି ସେଥିରେ ପତଳା ବରା ଛାଣିଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ ମହୁରାଳି ମାଛ୪ ଟି କଞ୍ଚା ଲଙ୍କା୧ ଟି ପିଆଜ୪ ଚାମଚ ସୋରିଷତେଲ୧ ଗୋଟି ଆଳୁଅଳ୍ପ ଧନିଆ ପତ୍ର୧ ଟି ଟମାଟୋଦରକାର ଅନୁଯାୟୀ ହଳଦୀ ଓ ଲୁଣ । ପ୍ରଣାଳୀ – ପ୍ରଥମେ କରେଇରେ ୨ ଚାମଚ ତେଲ ପକାଇ ମାଛରେ ଲୁଣ ହଳଦୀ ଗୋଳାଇ ଭଲ ରୂପେ ଭାଜିଦେବ । ଲାଲ ଲଙ୍କାକୁ ତେଲରେ ଭାଜି ଦେବ । ପିଆଜ, ରସୁଣ କଞ୍ଚାଲଙ୍କା ଓ ଭଜା ଲଙ୍କାକୁ ମାରେ ପକାଇ ଭଲଭାବେ ଛେଚିଦେବ ତା’ପରେ ସେଥିରେ କଞ୍ଚା ସୋରିଷତେଲ ୨ ଚାମଚ ଗୋଳାଇ ଖାଇବାକୁ ଦେବ

Read More

ପ୍ରସ୍ତୁତି ସାମଗ୍ରୀ-୪ ଗୋଟି ପମ୍ପ୍ରେଟ୍‌ ମାଛ୫ ଗୋଟି କଞ୍ଚାଲଙ୍କାଅଧାକପ୍ ସୋରିଷ ତେଲ୧ ଚାମଚ ଫୁଟଣ୧ ଗୋଟି ରସୁଣ୨ ଗୋଟି ଟମାଟ୧ ଚାମଚ ସୋରିଷ୧ ଚାମଚ ପୋସ୍ତ୧ ଚାମଚ ଫୁଟଣଦରକାର ଅନୁଯାୟୀ ଲୁଣ ଓ ହଳଦୀ ସୋରିଷ ତେଲ, ଫୁଟଣ ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟିଦେବ |ଖଣ୍ଡ ଖଣ୍ଡ କରି କାଟିଦେବ । କରେଇରେ ତେଲ ଗରମ କରି ମାଛ କଣ୍ଟାଗୁଡ଼ିକୁ ଭାଜିଦେବ । ଭଜା ଗୁଡ଼ିକ ଲାଲ ଲାଲ ହେବା ଦରକାର । ତା’ପରେ ବଳକା ତେଲରେ ଫୁଟଣ ଫୁଟାଇ ଟମାଟ କଟାକୁ ଭାଜିଦେବ । ତା’ପରେ ଭଜା ମାଛ, ମସଲା ବଟା କଞ୍ଚା ତେଲ, ଲୁଣ ଓ ହଳଦୀ ୧ କପ୍‌ ପାଣି ଦେଇ ଢାଙ୍କୁଣୀ ଘୋଡ଼ାଇ ଦେବ । ଝୋଳ ଅଛ ଏଥିରେ ରହିବ ।

Read More

ପ୍ରସ୍ତୁତି ସାମଗ୍ରୀ-ଅଧାକେଜି ଇଲିଶି ମାଛ,୨ ଗୋଟି ବାଇଗଣ,୬ଟା କଞ୍ଚାଲକା,୧ ଚାମଚ ସୋରିଷ୧ ଚାମଚ ଜିରାଚଉଠ କପ୍‌ ସୋରିଷତେଲ୧ ଚାମଚ ଫୂଟଣ,କାଗାଜି ଲେମ୍ବୁ ଫାଳେଦରକାର ଅନୁଯାୟୀ ଲୁଣ ଓ ହଳଦୀ | ପ୍ରଣାଳୀ — ପ୍ରଥମେ ସୋରିଷ, ଜିରା ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟି ରଖିବ | କରେଇରେ ଅଧା ତେଲ ପକାଇ ନରମ ନରମ ଭଜାକରି ଓହ୍ଲାଇଦେବ । ତା ପରେ ସେଇ ତେଲରେ ଫୁଟଣ ଫୁଟାଇ ବାଇଗଣରେ ଲୁଣ ହଳଦୀ ପକାଇ ଢାଙ୍ଗୁଣୀ ଘୋଡ଼ାଇଦେବ । ବାଇଗଣ ରୋଷ୍ଟ ହୋଇଗଲେ ବଟା ମସଲାରେ ୧ କପ୍‌ ପାଣି ଗୋଳାଇ ବାଇଗଣ ରୋଷ୍ଟରେ ଭାଜିଦେବ । ତା’ପରେ ସେଥିରେ ମାଛ ଭଜା ପକାଇ ୫ ମି. ଫୁଟାଇବ । ତା ‘ପରେ ସେଥିରେ ଲେମ୍ବୁରସ ପକାଇ ଓହ୍ଲାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୪ ଗୋଟି ପମ୍ପ୍ରେଟ୍‌ ମାଛ୧ ଗୋଟି ପିଆଜଅଧଇଞ୍ଚ ଅଦା୧ ଚାମଚ ଗୋଲମରିଚ ଗୁଣ୍ଡା୨ ଚାମଚ ଭେନିଗର,୨ ଚାମଚ ରିଫାଇନ୍‌ ତେଲ,ଦରକାର ଅନୁଯାୟୀ ଲୁଣ, ହଳଦୀ | ପ୍ରଣାଳୀ – ପିଆଜ ଓ ଅଦା ବାଟିଦେଇ କନାରେ ଛାଣି ତା’ର ରସ ବାହାର କରିଦେବ । ମାଛକୁ ପରିଷ୍କାର କରି ଧୂଆଧୁଇ କରି ତା’ର ଉପରେ ଅଛ ଅଳ୍ପ ଚିରିଦେବ । ପରେ ମାଛ, ଭେନିଗର, ଲୁଣ, ପିଆଜ ଓ ଅଦା ରସ ମିଶାଇ ଦୁଇ ଘଣ୍ଟା ରଖିବ |ଓଭେନ୍ ରେ ଚଉଡ଼ା ବାସନାରେ ଏହାକୁ ଗୋଟେ ୨ ଟା କରି ବେକ୍‌ କରିଦେବ । ବାସନରେ ତେଲ ଲଗାଇ ମାଛ ରଖୁକରି ଉପରେ ତେଲ ଛିଞ୍ଚିଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ଗୋଟି ପମ୍ପ୍ରେଟ୍‌ ମାଛ୧ ଗୋଟି ପିଆଜଅଧରଞ୍ଚ ଅଦାଫାଳେ କାଗଜି ଲେମ୍ବୁଅଳ୍ପ ପୋଦିନା୧ କପ୍‌ ତେଲଦରକାର ଅନୂଯାୟୀ ଲୁଣ, ହଳଦୀ | ପ୍ରଣାଳୀ – କରେଇରେ ୨ ଗମଚ ତେଲ ପକାଇ ପମ୍ପ୍ରେଟ୍‌ ମାଛକୁ ନରମ କରି ଦେବ, ଭାଜିଲା ପରେ ସେଥିରୁ କଣ୍ଟା ସବୁ କାଢ଼ିଦେବ | ପିଆଜ, ଅଦା, ଓ ପୋଦିନା ପତ୍ରକୁ ଚୂନା ଚୂନା ବାଟିଦେଇ ମାଛ ସଙ୍ଗରେ ଭଲଭାବରେ ମିଶାଇ ଦେବ । ମାଛ ମସଲାରେ ଲେମ୍ବୁକୁ ଚିପୁଡ଼ି ଦେବ । ତା’ପରେ ସେଥିରେ ଅଣ୍ଡାକୁ ଫେଣ୍ଟିଦେବ । ତାୱାରେ ତେଲ ଗରମକରି ସେହି କବାବ୍‌ ଗୁଡ଼ିକ ଭଲରୂପେ ସେକିଦେବ ।

Read More