ପ୍ରସ୍ତୁତି ସାମଗ୍ରୀ–
୫୦୦ ଗ୍ରାମ୍ ଇଲିଶି ମାଛ
୨୫୦ ଗ୍ରାମ୍ ଟମାଟ
୬ଟା କଞ୍ଚାଲଙ୍କା
୧ ଚାମଚ ସୋରିଷ
ଅଧଇଞ୍ଚ ଅଦା
୨ ଗୋଟି ପିଆଜ
୪ ଗମଚ ରିଫାଇନ୍ ତେଲ
ଅଳ୍ପ ଧନିଆ ପତ୍ର
ଦରକାର ଅନୁଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ ¬ ପ୍ରଥମେ ପିଆଜ, ଅଦା କଞ୍ଚାଲଙ୍କାକୁ ବୂନାଚୂନା କରି କାଟିଦେବ ।ମାଛ, ତେଲ, ଟମାଟ କାଟି, ପିଆଜ କଟା, ଧନିଆପତ୍ରରେ ଲୁଣ ହଳଦୀ ଗୋଳାଇ କମ୍ ନିଆଁରେ ଏକ ଘଣ୍ଟା ବସାଇବାକୁ ପଡ଼ିବ । ମଝିରେ ମଝିରେ ଏହାନୁ ଗୋଳା ଗୋଳି କରିବାକୁ ପଡ଼େ । ପାଣି ଶୁଖିଗଲେ ତରକାରୀ ଓହ୍ଲାଇଦେବ