ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍ ଇଲିଶି ମାଛ
ଅଧଇଞ୍ଚ ଅଦା
ଅଧକପ୍ ଭେନିଗର
୬ ପାଖୁଡ଼ା ରସୁଣ
୧ ଗୋଟି ପିଆଜ
୬ଟା ଲାଲଲଙ୍କା
ଚାରି ଗମଚ ତେଲ,
ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ।.
ପ୍ରଣାଳୀ- ପିଆଜ, ଅଦା, ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ | ମାଛ, ବଟାମସଲା, ଲୁଣ, ହଳଦୀ ଓ ଭେନିଗର ମିଶାଇ ୨ ଘଣ୍ଟା ଗୋଳାଇ ରଖୁବ | କରେଇରେ ତେଲ ଗରମ କରି ମାଛ ମସଲା ସବୁ ପୋଛିନେଇ ମାଛ ଗୁଡ଼ିକ ଭାଜିଦେବ । ସେଇ ତେଲରେ ମସଲାକୁ କଷିଦେଇ ମାଛ ଗୁଡ଼ିକ ଏପଟ ସେପଟ କରି ତରକାରିକୁ ଓହ୍ଲାଇଦେବ ।