ପ୍ରସ୍ତୁତି ସାମଗ୍ରୀ-
୨୫୦ ଗ୍ରାମ୍ ଇଲିଶି ମାଛ
୪ଟା ଆଳୁ
୧ ଚାମଚ ଜିରା
4 ଚାମଚ ଧନିଆ
୧ ଗୋଟି ପିଆଜ
୬ ପାଖୁଡ଼ା ରସୁଣ
ଅଧାଇଞ୍ଚ ଅଦା
୬ଟା ଲଙ୍କା
୧ ଚାମଚ ସୋରିଷ
ଅଧାକପ୍ ତେଲ,
ଦରକାର ଅନୁଯାୟୀ ଲୁଣ ଓ ହଳଦୀ ¡
ପ୍ରଣାଳୀ ¬ ଆଳୁର ଗେପା ଛଡ଼ାଇ ୪ ଖଣ୍ଡ କରି କାଟି ରଖିବ | ଜିରା, ଧନିଆ ଓ ଲଙ୍କାକୁ ବାଟିବ । ତା’ପରେ ସୋରିଷକୁ ଚିକ୍କଣ କରି ବାଟିଦେବ । କରେଇରେ ତେଲ ଗରମ କରି ମାଛକୁ ଲାଲକରି ଭାଜିଦେବ । ସେଇ ତେଲରେ ଆଳୁ ଭଜା ଲୁଣ ହଳଦୀ ପିଆଜ, ମସଲା ଓ ଧନିଆ ମସଲା ପକାଇଦେଇ ଭାଜିବ | ଭଜା ମସଲାରୁ ଭଲ ବାସନା ଆସିଲେ ସୋରିଷ ବଟାରେ ୨ କପ୍ ପାଣି ପକାଇ ଦେଇ ମିଶାଇଦେବ । ଆଳୁ ସିଝିଗଲେ ମାଛ ପକାଇ ତରକାରୀ ଓହ୍ଲାଇଦେବ | ଏଥିରେ ବେଶି ଝୋଳ ରହିବ |