Author: liza

ପ୍ରସ୍ତୁତି ସାମଗ୍ରୀ୫୦୦ ଗ୍ରାମ ବଡ ମାଛ୧ କପ୍ ତେଲ୧ ଚାମଚ ଧନିଆ୧ ଚାମଚ ଜିରା୧ ଚାମଚ ପୋସ୍ତ୩ ଗୋଟି ବଡ ପିଆଜ୪ ପାଖୁଡା ରସୁଣଦରକାର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ:ପ୍ରଥମେ ମାଛକୁ କାଟି ତା’ର ପିତ୍ତ ବାହରକରି କାତିକୁ ଛଡାଇ ଭଲଭାବରେ ଧୋଇଦେବ |ତା ‘ପରେ ସେଥିରେ ଲୁଣ ହଳଦୀ ଗୋଳାଇ ରଖିବ |କରେଇରେ ତେଲ ଗରମ କରି ମାଛ ଖଣ୍ଡ ଗୁଡିକୁ ଲାଲଲାଲ କରି ଭାଜିବ |ଏହାକୁ ବେଶୀ ରୋଷ୍ଟ କରି ଭଜିବ ଦରକର ନାହିଁ |ମାଛ ଭାଜିଲା ପରେ ଯାହା ତେଲ ବଳକା ହେବ ସେଥିରେ କଟା ପିଆଜକୁ ଭାଜିବ| ପିଆଜ ଲାଲ୍ ହୋଇ ଆସିଲେ ସେଥିରେ ଲୁଣ ହଳଦୀ ପକଇଦେବ |ତାକୁ ୫ ମିନିଟ୍ କଷିଲା ପରେ ସେଥିରେ ଅଳ୍ପ ପାଣି ଦେବ |ପାଣି ୨ ମିନିଟ୍ ଫୁଟିଲାପରେ ସେଥିରେ ମଛ ଭଜା ଖଣ୍ଡ ଗୁଡିକ ପକାଇ ଆଉ ୫ ମିନିଟ୍ ଫୁଟାଇ ତରକାରୀକୁ ଓହ୍ଲାଇଦେବ…

Read More

ପ୍ରସ୍ତୁତି ସାମଗ୍ରୀ:୫୦୦ ଗ୍ରାମ ମାଛ୨୫୦ ଗ୍ରାମ ଟମଟୋ୫ ଟି ମଧ୍ୟମ ସାଇଜର୍ ଆଳୁ୫ ଚାମଚ ତେଲ୪ ଗୋଟି ବଡ ପିଆଜ୧ କପ୍ ଦହି୬ ଟି କଞ୍ଚା ଲଙ୍କା୬ଟା ଗୋଲମରିଚ୬ ପାଖୁଡା ରସୁଣଅଧଇଞ୍ଚ ଅଦାଦରକାର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ:ପ୍ରଥମେ ମାଛ କାଟି ପରିଷ୍କାର କରିଦେବ |ଟମାଟକୁ ଖଣ୍ଡ ଖଣ୍ଡ ବତି କରି ରଖିବ |ପିଆଜ,ରସୁଣ ,ଅଦା ଏବଂ କଞ୍ଚାଲଙ୍କାକୁ ସରୁସରୁ କରି ଲମ୍ବା ଲମ୍ୱା କାଟି ଦେବ |ମାଛରେ ଲୁଣ ହଳଦୀ ଗୋଳାଇ ରଖିବ |ଗୋଲମରିଚ ଗୁଣ୍ଡକରି ରଖିବ |ଲୁଣ ହଳଦୀ ଗୋଳା ମାଛରେ ପିଆଜ ବଟା ,ଗୋଲମରିଚ ଗୁଣ୍ଡ,ଟମାଟୋ କଟା,ଆଳୁକଟା,ତେଲ ,ଦହି ସବୁ ଭଲଭାବେ ଗୋଳାଇ ଢାଙ୍କୁଣୀ ବନ୍ଦ କରି ଅଳ୍ପ ନିଆଁରେ ତାୱାରେ ବସାଇବ |ଏଥିରେ ପାଣି ଦିଆଯିବ ନାହିଁ ଏହାକୁ ଘାଣ୍ଟିବ ନାହିଁ |

Read More

ପ୍ରସ୍ତୁତି ସାମଗ୍ରୀ୨୫୦ ଗ୍ରାମ ରୋହୀ ମାଛ୨ ଗୋଟି ପିଆଜ୮ ପାଖୁଡା ରସୁଣ୧ ଗୋଟି ଟମାଟୋ୧ ଚାମଚ ଗରମ ମସଲା୩ ଚାମଚ ତେଲ୪ ଗୋଟି ଲଲ ଲଙ୍କାଦରକାର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳି:ପ୍ରଥମେ ରୋହୀ ମାଛକୁ ଖଣ୍ଡ ଖଣ୍ଡ କରି କାଟିଦେଇ ତା’ର ପିତ୍ତ କାତିକୁ ପରିସ୍କାର କରି କାଢିଦେବ |ତା ପରେ ସେଥିରୁ ଲୁଣ ହଳଦୀ ଗୋଳାଇ ରଖିବ |କରେଇରେ ତେଲ ଗରମ କରି ମାଛର ଖଣ୍ଡ ଗୁଡିକୁ ଲାଲ କରି ଭାଜିବ |ପିଆଜ,ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିବେ |କଡେଇରେ ଆଉ ଅଳ୍ପ ତେଲ ପକାଇ ବଟା ମସଲା ଏବଂ କଟା ଟମାଟକୁ କଷିଦେବ |ମସଲାରୁ ଭଲ ବାସନା ଆସିଲେ ସେଥିରେ ଅଧକପ୍ ପାଣି ଏବଂ ମାଛ ଭଜା ପକାଇ ୫ ମିନିଟ୍ ଫୁଟାଇବେ |ତା ‘ପରେ ସେଥିରେ ଗରମ ମସଲା ପକାଇ ଓହ୍ଲାଇଦେବ |

Read More

ପ୍ରସ୍ତୁତି ସାମଗ୍ରୀ:୨୫୦ ଗ୍ରାମ କଣ୍ଟିଆ ମାଛ୧ ଗୋଟି ପିଆଜ୧ ଚାମଚ ସୋରିଷ୬ ପାଖୁଡା ରସୁଣ୪ ଗୋଟି ଲାଲ ଲଙ୍କା୧ ଚାମଚ ଜିରାଅଧକପ୍ ସୋରିଷତେଲ୨ ଗୋଟି ଟମାଟୋଦରକାର ଅନୁଯାୟୀ ଲୁଣ ଓ ହଳଦୀପ୍ରଣାଳୀ:ସୋରିଷ,ଲଙ୍କା,ଜିରା ଓ ରସୁଣକୁ ଚିକ୍କଣ କରି ବାଟି ରଖିବ |କରେଇରେ ତେଲ ଗରମ କରି କଣ୍ଟିଆ ମାଛରେ ଲୁଣ ହଳଦୀ ଗୋଳାଇ କରି ଭାଜିବ |ଭାଜି ସାରିବା ପରେ ସେହି ତେଲରେ ପିଆଜ କାଟି ପକାଇ ଭାଜିବ ତା ପରେ ସେଥିରେ ସୋରିଷ ବଟା ମାଛ ଭଜା ଏବଂ ଟମାଟୋ କଟା ପକାଇ ତାକୁ କମ୍ ନିଆଁରେ ବସାଇବ |ଏହା ହେଉଛି କଣ୍ଟିଆ ନାଛର ପ୍ରସ୍ତୁତି ପ୍ରଣାଳୀ|

Read More

ପ୍ରସ୍ତୁତି ସାମଗ୍ରୀ:୫୦୦ ଗ୍ରାମ ଶେଉଳମାଛ୧ ଗୋଟି କଞ୍ଚା ଆମ୍ବ୫ ଟା ଲାଲ ଲଙ୍କା୧ ଚାମଚ ଫୁଟଣ୪ ଚାମଚ ସୋରିଷତେଲଦରକାର ଅନୁଯାୟୀ ଲୁଣ ଓ ହଳଦୀ| ପ୍ରଣାଳୀ:ଶେଉଳ ମାଛର କାତି କାଢି ଛୋଟ ଛୋଟ କାଟି ରଖିବ |ଗୋଟେ ଶୁଖିଲା କଡେଇରେ ଫୁଟଣ ଏବଂ ଶୁଖିଲା ଲଙ୍କାକୁ ଭାଜି ଗୁଣ୍ଡ କରିଦେବ |କରେଇରେ ତେଲ ଗରମ କରି ମାଛସବୁ ଲାଲ କରି ଭାଜିବ |ସେଇ ତେଲରେ ଆମ୍ବ ଖଣ୍ଡ ଏବଂ ଲୁଣ ହଳଦୀ ପକାଇ ୧ କପ୍ ପାଣି ପକାଇ ଦେବ |ପାଣି ଫୁଟିଲେ ମାଛ ଭଜା ପକାଇ ୨ ମିନିଟ୍ ତରକାରୀ ଫୁଟାଇ ,ଭଜା ମସଲା ଗୁଣ୍ଡ ପକାଇ ତରକାରୀ ଓହ୍ଲାଇଦେବ |

Read More

ପ୍ରସ୍ତୁତି ସାମଗ୍ରୀ୫୦୦ ଗ୍ରାମ ମାଗୁର ମାଛ୨ ଖଣ୍ଡ ଡାଲଚିନି୧ ଗୋଟି ରସୁଣ୫ ଟି ଲାଲଲଙ୍କା୨ ଗୋଟି ପିଆଜ୧ ଇଞ୍ଚ ଅଦାଅଧକପ ତେଲ୧ ଗୋଟି ଟମାଟୋ୨ ଟା ଗୁଜୁରାତି୨ଟା ତେଜପତ୍ରଦରକର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ: ମାଗୁର ମାଛ ବଡ ବଡ ଖଣ୍ଡ କରି କାଟି ଲୁଣ,ହଳଦୀ ଗୋଳାଇ ରଖିବ |ତା’ପରେ କରେଇରେ ତେଲ ଗରମ କରି ମାଛ ଗୁଡିକ ଲାଲଲାଲ କରି ଭାଜିବ |ପିଆଜ,ରସୁଣ,ଅଦା,ଲଙ୍କାକୁ ଚିକ୍କଣ କରି ବାଟିବ |ଡାଲଚିନି ଓ ଗୁଜୁରାତିକୁ ଅଲଗା କରି ବାଟି ରଖିବ |ବଳକ ତେଲରେ ତେଜପତ୍ର ଫୁଟାଇ ଟମାଟୋ କଟା ଓ ପିଆଜ ମସଲକୁ ଭାଜିବ |ସେହି ଭଜା ମସଲାରୁ ଭଲ ବାସନା ହେଲେ ସେଥିରେ ଡାଲଚିନି ବଟା ପକାଇ ତରକାରିକୁ ଫୁଟାଇ ଓହ୍ଲାଇ ଦେବ |

Read More

ପ୍ରସ୍ତୁତି ସାମଗ୍ରୀ:୫୦୦ ଗ୍ରାମ ଶେଉଳ ମାଛ୪ଟି ପିଆଜ୨ ଗୋଟି ଗୁଜୁରାତି୨ ଖଣ୍ଡ ଡାଲଚିନିଅଧକପ୍ ତେଲ୧ ଇଞ୍ଚ ଅଦା୬ଟା ଲାଲଲଙ୍କା୧ ଚାମଚ ଜିରା୬ଟା ଲାଲଲଙ୍କା ପ୍ରଣାଳୀ-ପିଆଜକୁ ପ୍ରଥମେ ଚୁନାଚୁନା କରି କାଟି ଦେବ |ଅଦା,ଜିରା,ଲଙ୍କା ଏବଂ ଡାଲଚିନି ଗୁଜୁରାତିକୁ ଚିକ୍କଣ କରି ବାଟିଦେବେ |ମାଛକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖିବ |କରେଇରେ ତେଲ ଗରମ କରି ମାଛକୁ ଲାଲ ଲାଲ କରି ଭାଜିଦେବ |ସେଇ ତେଲରେ ପିଆଜକୁ ଭାଜିବ |ପିଆଜ ଅଳ୍ପ ଭାଜି ହୋଇଗଲେ ସେଥିରେ ବଟା ମସଲା ଓ ଟମାଟୋ କସିଦେଇ ଏକ କପ୍ ପାଣି ଦେଇଦେବ |ପାଣି ଫୁଟିଗଲେ ଭଜା ମାଛ ପକାଇ ୫ ମିନିଟ୍ ଫୁଟାଇ ତରକାରୀ ଓହ୍ଲାଇଦେବ |ଏଥିରେ ଝୋଳ ଅଳ୍ପ ଅଳ୍ପ ରହିବ |

Read More

ପ୍ରସ୍ତୁତି ସାମଗ୍ରୀ:୫୦୦ ଗ୍ରାମ୍ ଈଲିଶି ମଛ୬ ଗୋଟି କଞ୍ଚା ଲଙ୍କା୧ ଗୋଟି ଆଳୁ୪ ଚାମଚ ତେଲ୧ ଚାମଚ ଫୁଟଣଦରକାର ଅନୁଯାୟୀ ଲୁଣ,ହଳଦୀ ପ୍ରଣାଳୀ:ପ୍ରଥମେ ଆଳୁର ଚୋପା କାଢି ତାକୁ ପତଳା ପତଳା କରି କଟିଦେବ |ଆଳୁ,କଞ୍ଚାଲଙ୍କା ଜିରାରେ କୁଣ ହଳଦୀ ଗୋଳାଇଦେବ ୤କରେଇରେ ତେଲ ଗରମ କରି ଫୁଟନ ଫୁଟାଇ ମଛ ଏବଂ ଆଳୁକୁ ସେଥିରେ ପକାଇଦେବ | ତା ପରେ ସେଥିରେ ୨ କପ୍ ପାଣି ପକାଇ ଢାଙ୍କୁଣୀ ଘୋଡାଇବ |ମାଛ ,ଆଳୁ ସିଝିଜିବ|ପାଣି ଶୁଖିଗଲେ ତରକାରୀକୁ ଓହ୍ଲାଇଦେବ |

Read More

ପ୍ରସ୍ତୁତି ସାମଗ୍ରୀ:୫୦୦ ଗ୍ରାମ୍ ଇଲିଶି ମାଛ୧ ଚାମଚ ସୋରିଷ୨ ପାଖୁଡା ରସୁଣ୬ଟା ଲାଲଲଙ୍କା୪ ଚାମଚ ସୋରିଷତେଲଦରକାର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ:ସୋରିଷ,ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ |କରେଇରେ ତେଲ ଗରମ କରି ମାଛ ନରମ ଭଜା କରିଦେଇ ମସଲରେ ୧ କପ୍ ପଣି ପକାଇଦେଇ ମାଛ ଉପରେ ଢାଳିଦେବ |ଏହି ତରକାରିରେ ଲୁଣ ହଳଦୀ ପକାଇ ଦଶମିନିଟ୍ ଫୁଟିଲାପରେ ଓହ୍ଲାଇଦେବ |ଏହାର ଝୋଳ ମାଛ ଦେହକୁ ଲାଗିକରି ରହିଥିବ |

Read More

ପ୍ରସ୍ତୁତିସାମଗ୍ରୀ:୨୫୦ ଗ୍ରାମ୍ ହରଡ ଡାଲି୨୫୦ ଗ୍ରାମ୍ ମାଂସ୧ ଗୋଟି ଗାଜର୨ ଗୋଟି ଟମାଟୋ୨ ଗୋଟି ପିଆଜ୨ ଚାମଚ ଧନିଆ୬ଟା ଲାଲ ଲଙ୍କା୩ ଚାମଚ ଘିଅ୧ ଚାମଚ ଜିରା୨ଟା ଗୁଜୁରାତି୨ଖଣ୍ଡ ଡାଲଚିନି୨ଟା ଗୋଲମରିଚ୨ଟା ଅଳେଇଚ୬ ପାଖୁଡା ରସୁଣଫାଳେ ନଡିଆଲୁଣ ଓ ହଳଦୀ ସ୍ବାଦ ଅନୁସାରେ ପ୍ରଣାଳୀ:ଲଙ୍କା,ଧନିଆ,ଜିରାକୁ ତାୱାରେ ଅଳ୍ପ ଭାଜିଦେଇ ରସୁଣ ସହ ଚିକ୍କଣ କରି ବାଟିଦିଅ|ନଡିଆ କୋରି ୧ କପ୍ ଗରମ ପାଣି ପକାଇ ନଡିଆର ରସ ବାହାର କରିବ |ମାଂସରେ ଲୁଣ ହଳଦୀ ପକାଇ ସିଝାଅ |ମାଂସ ଅଧା ସିଝି ଆସିଲେ ସେଥିରେ ଡାଲି ପକାଅ |ଗୁଜୁରାତି,ଅଳେଇଚ, ଡାଲଚିନି ,ଗୋଲମରିଚକୁ ଗୁଣ୍ଡକରି ରଖିବ |ପିଆଜକୁ ଚୂନା ଚୂନା କରି କାଟିରଖ |କରେଇ ଘିଅ ଗରମ କରି ପିଆଜକୁ ଲଲ୍ କରି ଭାଜ |ପିଆଜ ଲଲ ହେଲେ ଗରମ ମସଲାଗୁଣ୍ଡ ପକାଇ ମାଂସ ସହ ଡାଲମା ବଘାରି ଦିଅ |

Read More