Author: liza

ପ୍ରସ୍ତୁତି ସାମଗ୍ରୀ- ୪ ଗୋଟି ଅଣ୍ଡା୨ ଗୋଟି ପିଆଜ୪ ପାଖୁଡା ରସୁଣଅଧଇଞ୍ଚ ଅଦା୪ଟା ଶୁଖିଲା ଲଙ୍କାଅଧ ଚାମଚ ଧନିଆ୧ ଚାମଚ ଜିରାଅଧ ଚାମଚ ପୋସ୍ତ୧ଟା ଲବଙ୍ଗ୨ ଟା ଗୁଜୁରାତିଅଧଇଞ୍ଚ ଡାଳଚିନିଅଧକପ୍‌ ତେଲ୧ ଟା ଟମାଟଦରକାର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ – ଅଣ୍ଡା ସିଝାଇ ଚୋପା ଛଡାଇ ମଝିରୁ ଚିରି ୨ ଖଣ୍ଡ କରି ରଖିବ । ପିଆଜକୁ ଛୋଟଛୋଟ ଖଣ୍ତ କାଟିଦେବ । ଅନ୍ୟ ସଚୁ ମସଲା ଆଉ ଗୋଟାକ ପିଆଜ ଭଲଭାବରେ ବାଟିଦେବ । ଟମାଟ ଛୋଟ ଛୋଟ କରି କାଟି ରଖିବ । କରେଇରେ ତେଲ ଗରମ କରି ପିଆଜକୁ ଭାଜିଦେବ । ପିଆଜ ଲାଲ ହୋଇଗଲେ ବଟା ମସଲାକୁ ଭାଜିବ । ମସଲାରୁ ଭଲ ବାସନା ଆସିଲେ ଟମାଟ କଟୀ ପକାଇ ଅଣ୍ଡା ଖଣ୍ଡ ଗୁଡିକ ପକାଇ ଅନ୍ନ ଟିକେ ଗୋଳାଇ ଦେଇ ଓହ୍ଲାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମାଂସ୫୦୦ ଗ୍ରାମ ବାଇଗଣ୪ ଗୋଟା ପିଆଜ୧ ଗୋଟା ରସୁଣ୨ଟା ଟମାଟଅଳ୍ପ ଅଦ୨ଖଣ୍ଡ ଡାଲଚିନି୨ଟା ଗୁଜୁରାତି,୨ଟା ତେଜପତ୍ର୬ଟା କଞ୍ଚା ଲଙ୍କାଦରକାର ଅନୁଯାୟୀ ଲୁଣ ଓ ହଳଦୀ । ପ୍ରଣାଳୀ : ମାଂସକୁ ଛୋଟ ଛୋଟ କରି ରଖିବ | ପିଆଜକୁ ଚୁନା ଚୁନା କାଟି କରି ରଖିବ । ରସୁଣ, ଅଦା, କଞ୍ଚା ଲଙ୍କାକୁ ବାଟି କରି ରଖୂବ । କରେଇରେ ତେଲ ଦେଇ, ଡାଲଚିନି, ଗୁଚୁରାତି ଓ ତେଜପତ୍ରକୁ ଫୁଟାଅ । ସେଥୁରେ ପିଆଜ କଟୀ ପକାଇ ଭାଜିବ |ପଆଜ ନରମ ହେଲେ ମାଂସ ଟମାଟ, ରସୁଣ ଓ ଅଦାବଟା ଦେଇ ଭଲ ଭାବରେ ଗୋଳାଇ କମ୍‌ ନିଆଁରେ ରଖୂବ । ମାଂସ ସିଝିଗଲେ ବାଇଗଣକୁ ଚୁନା ଚୁନା କାଟିଦେଇ ସେଥିରେ ପକାଇ ଢ଼ାଙ୍କୁଣି ଘୋଡାଇ ଦେବ । ବାଇଗଣ ସିଝିଗଲେ ଏହାକୁ ଭାଜି ଓହ୍ଲାଇ ଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମାଂସ ( ବଢ଼ ବଡ଼ ପିସ୍‌)୨ ଗୋଟି ପିଆଜ,୧ ଗୋଟି ରସୁଣ୧ ଇଞ୍ଚ ଅଦା୨ ଖଣ୍ଡ ଡାଲଚିନି୨ଟା ଗୁଜୁରାତି୨ଟା ଅଣ୍ଡା୨ ଚାମଚ ମଇଦାଅଳ୍ପ ଧନିଆ ପତ୍ର୧ କପ୍‌ ତେଲ୬ଟା ଲାଲ ଲଙ୍କାଦରକାର ଅନୁଯାୟୀ ଲୁଣ ହଳଦୀ । ପ୍ରଣାଳୀ : ପିଆଜ, ରସୁଣ ଓ ଅଦାକୁ ଚିକ୍କଣ କରି ବାଟି ଦେବ । ଲଙ୍କା,ଗୁଜରାତି ଓ ଡାଲଚିନିକୁ ଦାଟିଦେବ । କରେଇରେ ଅଧ କପ୍‌ ତେଲ ପକାଇ ମାଂସ, ଦହି, ପିଆଜ, ମସଲା, ଗରମ ମସଲା ଲୁଣ ଓ ହଳଦୀ ପକାଇ କମ୍‌ ନିଆଁରେ ବସାଇବ ।ମାଂସ ସିଝିଗଲେ ଓହ୍ଲାଇ ରଖିବ । ଅଣ୍ଡାକୁ ଫେଣ୍ଟିଦେବ । ଅଣ୍ଡା ଫେଣ୍ଟାରେ ମଇଦା ଭଲକରି ମିଶାଇ ଦେବ । ମାଂସ ଥଣ୍ଡା ହେଲେ ତାୱ୍ଵାରେ ତେଲ ଗରମ କରି ସେଥିରେ ଗୋଟିଏ ମାଂସ ପିସ୍ ଅଧା ଫେଣ୍ଟାରେ ବୁଡାଇ ଭାଜିଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୪ ଗୋଟି ଅଣ୍ଡା୪ଟା ଆଳୁ୨ ଗୋଟି ପିଆଜ୫ ପାଖୁଡା ରସୁଣଅଧ ଇଞ୍ଚ ଅଦା୫ ଟା ଶୁଖିଲା ଲଙ୍କା୧ ଚାମଚ ଧନିଆ୧ ଚାମଚ ଜିରା୧ ଚାମଚ ପୋସ୍ତ,୧ ଟା ତେଜପତ୍ର୧ଟା ଲବଙ୍ଗ୨ ଟା ଗୁଜୁରାତିଅଳ୍ପ ଡାଳଚିନିଅଳ୍ପ ତେଲ୧ ଚାମଚ ଘିଅଦରକାର ଅନୁଯାୟୀ ଲୁଣ ଓ ହଳଦୀ |ଅଣ୍ଡା ଝୋଳ ପ୍ରଣାଳୀ – ଅଣ୍ଡାକୁ ସିଝାଇ ତା’ର. ଚୋପା ଛଡାଇ ଅଳ୍ପ ଅଳ୍ପ ଚିରି ରଖିବ |ଆଳୁକୁ ସିଝାଇ ତା’ର ଚୋପା ଛଡାଇ ଖଣ୍ଡ ଖଣ୍ଡ କାଟି ରଖିବ | ପିଆଜକୁ ମଧ୍ୟ ଛୋଟଛୋଟ କାଟି ରଖିବ | ତା’ପରେ ପିଆଜ, ରସୁଣ, ଅଦା, ଧନିଆ, ଲଙ୍କା, ଜିରା ଓ ପୋସ୍ତକୁ ଭଲଭାବରେ ବାଟି ରଖିବ। କରେଇରେ ତେଲ ଗରମ କରି ପିଆଜକୁ ଲାଲଲାଲ କରି ଭାଜିବ ¦ ପିଆଜ ଲାଲହୋଇଗଲେ ବଟା ମସଲା ପକାଇ ଭଲଭାବରେ ଭାଜିଦିଅ । ମସଲାରୁ ତେଲ ଅଲଗା ହୋଇ ଆସିଲେ ସେଥିରେ କଟା ଆଳୁ…

Read More

ପ୍ରସ୍ତୁତି ସାମଗ୍ରୀ- ୪ ଟା ଅଣ୍ଡା୨ ଗୋଟି ପିଆଜ୮ ଟା ଗୋଲ ମରିଚ୫/୬ ଟା ଶୁଖିଲା ଲଙ୍କାଫାଳେ କାଗେଜି ଲେମ୍ବୁମଧ୍ୟମ ସାଇଜର ତେନ୍ତୁଳିଅଧ ଚାମଚ ସୋରିଷଅଧକପ ତେଲଦରକାର ଅନୁଯାୟୀ ଲୁଣ ଓ ହଳଦୀ | ପ୍ରଣାଳୀ – ଅଣ୍ଡା ସିଝାଇ ଚୋପା ଛଡାଇଦେବ । ସିଝା ଅଣ୍ଡାକୁ ଅଳ୍ପ ଅଳ୍ପ ଚିରି ଦେବ । ପିଆଜ ଛୋଟ ଛୋଟ କାଟି ଦେବ । ଲଙ୍କା, ଗୋଲମରିଚକୁ ଚିକ୍କଣ କରି ବାଟିଦେବ । ତେନ୍ତୁଳିରେ ୧ କପ ପାଣିଦେଇ ରସ ବାହାର କରି ରଖିବ । କରେଇରେ ତେଲ ଗରମ କରିଦେବ । ସେଥିରେ ପିଆଜକୁ ଭାଜିଦେଇ ରଖିବ । ତା’ପରେ ତେଲରେ ସୋରିଷ ପକାଇଦେବ । ସୋରିଷ ଫୁଟିଲେ ଲଙ୍କା ଏବଂ ଗୋଲମରିଚ ବଟା ପକାଇ ଅଛ ଭାଜି ଏକ କପ୍‌ ପାଣି ସହ ଲୁଣ ହଳଦୀ ପକାଇବ । ଝୋଳ ଫୁଟିଗଲେ ଭଜା ଅଣ୍ଡା ଓ ତେନ୍ତୁଳିରସ ପକାଇବ ।…

Read More

ପ୍ରସ୍ତୁତି ସାମଗ୍ରୀ- ୫ ଟା ଅଣ୍ଡା୩ ଗୋଟି ପିଆଜଅଧଇଞ୍ଚ ଅଦା୫/୬ ଟା ଲଙ୍କା୫ ପାଖୁଡା ରସୁଣଅଧକପ ତେଲଦରକାର ଅନୁଯାୟୀ ଲୁଣ ଓ ହଳଦୀ ।ପ୍ରଣାଳୀ – ପ୍ରଥମେ ଅଣ୍ଡାକୁ ସିଝାଇ । ଚୋପାଳୁ ଛଡାଇଦେବ । ଅଣ୍ଡା ସିଝାକୁ ଚିରିଦେବ । ଯେପରି ଅଣ୍ଡା ଗୁଡିକ ଭାଙ୍ଗି ନଯିବ । ପିଆଜ ଏବଂ ରସୁଣକୁ ଛେଚିଦେବ । କରେଇରେ ସବୁତେଲ ଦେଇ ଗରମ କରିବ । ତେଲ ଗରମ ହୋଇଗଲେକଟା ପିଆଜ ଓ ଲଙ୍କାକୁ ଭାଜିବ | ତାହା ଲାଲ ହୋଇ ଆସିଲେ ଅଦା, ରସୁଣ ପକାଇ ଟିକେ ଭାଜିବ । ତା ‘ପରେ ସେଥିରେ ଅଣ୍ଡା ପକାଇ ଗୋଳାଇ ଦିଅ | ଏହା ଶୁଖିଲା ହେବ । ଏଥିରେ ମୋଟେ ପାଣି ବିଆଯିବ ନାହିଁ |

Read More

ପ୍ରସ୍ତୁତି ସାମଗ୍ରୀ- ୪ ଟା ଅଣ୍ଡା୨ ଗୋଟି ପିଆଜ,୪ ଟା କଞ୍ଚାଲଙ୍କା,ଅଧକପ ତେଲ କିମ୍ବା ଘିଅ,ଅଧକପ୍‌ ମଟର ମଞ୍ଜି,୧ ଗୋଟି ଗାଜର,ଦରକାର ଅନୁଯାୟୀ ଲୁଣ ଓ ହଳଦୀ ପ୍ରଣାଳୀ – ଗାଜରକୁ ଖୁବ୍‌ ଛୋଟ ଛୋଟ ଖଣ୍ଡକରି କାଟିଦେବ । ମଟର ମଞ୍ଜିକୁ ସିଝାଇଦେବ । ଟମାଟକୁ ଛୋଟ ଛୋଟକରି କାଟିଦେବ । ଲଙ୍କା ଏବଂ ପିଆଜକୁ ଛୋଟ କରି କାଟି ଦେବ । କରେଇରେ ତେଲ ଗରମ କରିବ । ତେଲ ଗରମ ହେବାପରେ କଟା ଯାଇଥିବା ଲଙ୍କା ଏବଂ ପିଆଜ ପକାଇ ଭାଜିବ । ତାକୁ ଭାଜିବା ଅବସ୍ଥାରେ ସେଥିରେ ଅଣ୍ଡାକୁ ଭାଙ୍ଗି ପକାଇବ । ଅଣ୍ଡାଗୁତିକ ଖାରିଆପରି ହୋଇଗଲେ ଅଣ୍ଡା ଭୁଜିଆ ହୋଇଯାଏ । ସେଥୁଃର ସିଝା ମାଂସ କିମ୍ବା କିଛିମାଛ ପକାଇଲେ ଭଲ ହୋଇଥାଏ ।

Read More

ପ୍ରସ୍ତୁତି ସାମଗ୍ରୀ-୨୫୦ ଗ୍ରାମ୍‌ ମାଛ,୧ ଗୋଟି ପିଆଜ୧ ଚାମଚ ସୋୟାସସ୍‌୧ ଚାମଚ ଭରସେଷ୍ଟରସ ସସ୍‌୬ଟା କଞ୍ଚାଲଙ୍କା୧ ଚାମଚ ଭିନେଗାରଅଧକପ୍‌ ତେଲଦରକାର ମୁତାବକ ଲୁଣ ପ୍ରଣାଳୀ – ପିଆଜ ଓ ଲଙ୍କାକୁ ଲମ୍ବାଲମ୍ବାକରି କାଟିଦେବ । ମାଛ, ପିଆଜ, ଲୁଣ, ଭେନିଗାର, ସୋୟାସସ୍‌ ଓ ଓରସେଷର ସସ୍‌ ଭଲଭବରେ ମିଶାଇ ରଖିବ । ୪ ଘଣ୍ଟାପରେ ମାଛ ଖଣ୍ଡ ସବୁ ସସ୍‌ ଓ ମସଲାରୁ ପୋଛି ବାହାର କରିଦେବ । ସେଥିରେ ତେଲ ଗରମ କରି ମାଛଖଣ୍ଡ ସବୁ ଭଲକରି ଭାଜି ହୋଇ ଗଲେ ସେଥିରେ ମସଲା ଓ ସସ୍‌ ସବୁ ଢାଳିଦେବ | ଏହାକୁ କମ୍‌ ନିଆଁରେ ୫ ମିନିଟ୍‌ ଢାଙ୍କୁଣୀ ଦେଇ ଓହ୍ଲାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ୍‌ ମାଛ୩ ଗୋଟି ବିଲାତି ଆଳୁ୧ ଗୋଟି ରସୁଣ୪ ଚାମଚ ପୋସ୍ତଅଧକପ୍‌ ସୋରିଷ ତେଲ୫ ଗୋଟି କଞ୍ଚାଲଙ୍କାଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ । ପ୍ରଣାଳୀ – ପ୍ରଥମେ ମାଛକୁ ଖଣ୍ଡ ଖଣ୍ଡ କାଟି ତା’ର କାତି କାତି ପରିଷ୍କାର କରିଦେବ । କରେଇରେ ତେଲ ଗରମ କରି ମାଛ ଖଣ୍ଡା ଗୁଡିକୁ ଭାଜି କରି ତା’ର କାଟି ପରିଷ୍କାର କରି କାଡିଦେବ । ଆଳୁର ଚୋପା କାଢ଼ି ଛୋଟ ଛୋଟ ଖଣ୍ଡ ୪ କୋଣିଆ କରି କାଟି ଦେବ । ରସୁଣର ଚୋପାକାଢ଼ି ଛେଚିକରି ରଖିବ । ପୋସ୍ତ ଏବଂ କଞ୍ଚାଲଲ୍କାକୁ । ଚିକ୍‌କଣ କରି ବାଟି ରଖିବ । କଡ଼େଇରେ ତେଲ ଗରମ କରି ରସୁଣ ଛେଚା ପକାଇ ଆଳୁକଟା ପକାଇବ । କମ୍‌ ନିଆଁରେ ଆଳୁ ଲାଲକରି ଭାଜିଦେବ। ଆଳୁ ସିଝିଗଲେ ସେଥିରେ ପୋସ୍ତ ବଟା, ମାଛ ଝୁରାକୁ ପକାଇ ତରକାରୀ ଓହ୍ଲାଇଦେବ…

Read More

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମାଛ,୧ ଗୋଟି ଲେମ୍ବୁ,୨ ଗୋଟି ପିଆଜ,୪ ଚାମଚ ଦୁଧ୧ ଚାମଚ ମସଲା୪ଟା କଞ୍ଚା ଲଙ୍କା୧ ଇଞ୍ଚ ଅଦା୨ ଚାମଚ ମଇଦା୧ ଚାମଚ ବଟର୧ ଚାମଚ ତେଲଦରକାର ଅନୁଯାୟୀ ଲୁଣ ଓ ହଳଦୀ | ପ୍ରଣାଳୀ – ମାଛ ଲେମୁରସ, ଲୁଣ, ହଳଦୀ ଗୋଳାଇ ୧ ଘଣ୍ଟା ରଖିବ । । ଗୋଟିଏ ପିଆଜକୁ ବଡବଡ ଖଣ୍ଡକରି କାଟି ରଖିବ । ଅନ୍ୟ ପିଆଜ, ଅଦା ଓ କଞ୍ଚାଲଳୀକ | ବାଟିଦେବ । କରେଇରେ ତେଲଦେଇ ବଟା ମସଲାକୁ କଷିଦେବ । ମସଲା କଷି ହୁଗଲେ ସେଥିରେ ୨ କପ୍‌ ପାଣି, ଲୁଣ, ହଳଦୀ, ଲେମୂରସ ସହିତ ମାଛ ଏବଂ କଟା ପିଆଜ ପକାଇ ଭଲଭାବରେ ମିଶାଇଦେଇ କମ୍‌ ନିଆଁରେ ବସାଇବ । ମାଛ ସିଝିଗଲେ ସେଥିରେ ମଇଦା ଓ ଦୁଧ ଗୋଳାଇ ଢାଳିଦେବ । ଅଳ୍ପ ଝୋଳ ଥିବ ସେଥିରେ ଗରମ ମସଲା ବଟର ଦେଇ…

Read More