ପ୍ରସ୍ତୁତି ସାମଗ୍ରୀ– ୨୫୦ ଗ୍ରାମ୍ ରୋହୀ ମାଛ
ଅଳ୍ପ ବନ୍ଧା କୋବି
୪ ପାଖୁଡା ଫୁଲ କୋବି
୧ କପ୍ ମଟର ମଞ୍ଜି
୧ ଗୋଟି ଆଳୁ
୧ ଗୋଟି ଟମାଟ
୧ ଗୋଟି ପିଆଜ
ଏକ ଇଞ୍ଚ ଅଦା
ଅଳ୍ପ ଧନିଆ ପତ୍ର
୬ ଗୋଟି କଞ୍ଚାଲଙ୍କା
ଅଧକପ୍ ତେଲ
ଗୋଟିଏ ଗାଜର
ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ – ସବୁ ପ୍ରକାର ପରିବାକୁ ଛୋଟ ଛୋଟ କରି କାଟିଦେବ । ଟମାଟକୂ ଖଣ୍ଡ ଖଣ୍ଡ କରି କାଟି ରଖିବ । କରେଇରେ ତେଲ ଗରମ କରି ମାଛକୁ ଲାଲ ଲାଲକରି ଭାଜିଦେବ । ମାଛଭଜାରୁ କଣ୍ଟାକୁ କାଢ଼ିଦେବ । ସେଇ ତେଲରେ ପରିବା ସବୁ ପକ଼ାଇ ଭାଜିଦେବ । ଭଜା ଲାଲ ହେଲେ ସେଥିରେ ପିଆଜ, ଅଦା କଟା ପକାଇ କଷିଦେବ । ମସଲା ଭାଜି ହୋଇଗଲେ ସେଥିରେ ଟମାଟକଟା ପକାଇ ମାଛଭଜା ପକାଇ ଓହ୍ଲାଇଦେବ ।