ପ୍ରସ୍ତୁତି ସାମଗ୍ରୀ-
୨୫୦ ଗ୍ରାମ୍ ମହୁରାଳି ମାଛ
ଫାଳେ କାଗେଜି ଲେମ୍ବୁ
୪ ଚାମଚ ମଇଦା
୧ ଗୋଟି ପିଆଜ
୪ ଚାମଚ ବେସନ
୬ ପାଖୁଡା ରସୁଣ
ଅଧ ଇଞ୍ଚ ଅଦା
ଅଳ୍ପ ଖାଇବା ସୋଡା
୬ ଟା କଞ୍ଚାଲଙ୍କା
୧ କପ୍ ତେଲ
ଲୁଣ
ହଳଦୀ
ପ୍ରଣାଳୀ – ପ୍ରଥମେ ଛୋଟ ମହୁରାଳି ପେଟ ସବୁ ପରିଷ୍କାର କରି କାଢି ଧୋଇ ସଫା କରିଦେବ । ଅଧକପ୍ ପାଣିରେ ମଇଦା, ବେସନ, ଖାଇବା ସୋଡାରେ ଲୁଣ ପକାଇ ଭଲ ରୂପେ ଗୋଳା ଗୋଳି କରି ରଖିବ । ପିଆଜ, ରସୁଣ, ଅଦା ଓ କଞ୍ଚାଲଙ୍କାକୁ ଚୂନା ଚୂନା କାଟିରଖିବ । ବେସନ ଏବଂ ମଇଦା ଗୋଳାରେ ମାଛ କଟା ମସଲା, ଲୁଣ, ହଳଦୀ ଏବଂ ଲେମ୍ବୁରସ ମିଶାଇଦେବ । କରେଇରେ ତେଲ ଗରମ କରି ସେଥିରେ ପତଳା ବରା ଛାଣିଦେବ ।