ପ୍ରସ୍ତୁତି ସାମଗ୍ରୀ-
ଅଧାକେଜି ଇଲିଶି ମାଛ,
୨ ଗୋଟି ବାଇଗଣ,
୬ଟା କଞ୍ଚାଲକା,
୧ ଚାମଚ ସୋରିଷ
୧ ଚାମଚ ଜିରା
ଚଉଠ କପ୍ ସୋରିଷତେଲ
୧ ଚାମଚ ଫୂଟଣ,
କାଗାଜି ଲେମ୍ବୁ ଫାଳେ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ — ପ୍ରଥମେ ସୋରିଷ, ଜିରା ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟି ରଖିବ | କରେଇରେ ଅଧା ତେଲ ପକାଇ ନରମ ନରମ ଭଜାକରି ଓହ୍ଲାଇଦେବ । ତା ପରେ ସେଇ ତେଲରେ ଫୁଟଣ ଫୁଟାଇ ବାଇଗଣରେ ଲୁଣ ହଳଦୀ ପକାଇ ଢାଙ୍ଗୁଣୀ ଘୋଡ଼ାଇଦେବ । ବାଇଗଣ ରୋଷ୍ଟ ହୋଇଗଲେ ବଟା ମସଲାରେ ୧ କପ୍ ପାଣି ଗୋଳାଇ ବାଇଗଣ ରୋଷ୍ଟରେ ଭାଜିଦେବ । ତା’ପରେ ସେଥିରେ ମାଛ ଭଜା ପକାଇ ୫ ମି. ଫୁଟାଇବ । ତା ‘ପରେ ସେଥିରେ ଲେମ୍ବୁରସ ପକାଇ ଓହ୍ଲାଇଦେବ ।