ପ୍ରସ୍ତୁତି ସାମଗ୍ରୀ– ୪ ଗୋଟି ପମ୍ପ୍ରେଟ୍ ମାଛ
୧ ଗୋଟି ପିଆଜ
ଅଧଇଞ୍ଚ ଅଦା
୧ ଚାମଚ ଗୋଲମରିଚ ଗୁଣ୍ଡା
୨ ଚାମଚ ଭେନିଗର,
୨ ଚାମଚ ରିଫାଇନ୍ ତେଲ,
ଦରକାର ଅନୁଯାୟୀ ଲୁଣ, ହଳଦୀ |
ପ୍ରଣାଳୀ – ପିଆଜ ଓ ଅଦା ବାଟିଦେଇ କନାରେ ଛାଣି ତା’ର ରସ ବାହାର କରିଦେବ । ମାଛକୁ ପରିଷ୍କାର କରି ଧୂଆଧୁଇ କରି ତା’ର ଉପରେ ଅଛ ଅଳ୍ପ ଚିରିଦେବ । ପରେ ମାଛ, ଭେନିଗର, ଲୁଣ, ପିଆଜ ଓ ଅଦା ରସ ମିଶାଇ ଦୁଇ ଘଣ୍ଟା ରଖିବ |ଓଭେନ୍ ରେ ଚଉଡ଼ା ବାସନାରେ ଏହାକୁ ଗୋଟେ ୨ ଟା କରି ବେକ୍ କରିଦେବ । ବାସନରେ ତେଲ ଲଗାଇ ମାଛ ରଖୁକରି ଉପରେ ତେଲ ଛିଞ୍ଚିଦେବ ।