ପ୍ରସ୍ତୁତି ସାମଗ୍ରୀ-
୫୦୦ ଗ୍ରାମ୍ ଶେଉଳ ମାଛ,
୧୨ ଟା ଗୋଲମରିଚ
୧ଟି ପିଆଜ
୨ ଗୋଟି ଗୁଜୁରାତି
୨ ଟି ତେଜପତ୍ର
୨ ପୁଟ ତେନୁଳି
ଅଧକପ୍ ତେଲ
୬ ତା ରସୁଣ
୧ ଇଞ୍ଚ ଅଦା
୬ ଟା ଲାଲଲଙ୍କା
୪ ଗୋଟି ଲବଙ୍ଗ
୪ ଗୋଟି ଆଳୁ
ଭୁରୁସୁଙ୍ଗ ପତ୍ର
ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ – ଶେଉଳ ମାଛକୁ ଭାଜି ପ୍ରଥମେ ତା’ର ସବୁକଣ୍ଟା ଛଡାଇ ରଖିବ । ଆଳୁକୁ ସିଝାଇ ତା’ର ଚୋପା ଛଡାଇ ଅଧା ଅଧା ଭାଙ୍ଗିକରି ରଖିବ | ପିଆଜ, ରସୁଣ, )| ଓ ଲାଲଲଙ୍କାକୁ ବାଟି କରି ରଖିବ । ଲବଙ୍ଗ, ଗୁଜୁରାତି, ଡାଲଚିନି ଓ ଗୋଲମରିଚ ଛେଚି କରି ରଖିବ । କରେଇରେ ତେଲ ପକାଇ ପିଆଜ ମସଲାକୁ କଷି ଦେଇ ଆଳୁସିଝା , ହଳଦୀ, ତେଜପତ୍ର ଓ ଡାଳଚିନି ମସଲା ପକାଇ ଅଛ ଭାଜି କରି ସେଥିରେ କଣ୍ଟା ମାଛକୁ ପକାଇ ଦେବ । ତେନ୍ତୁଳିରେ ୩ କପ୍ ପାଣି ପକାଇ ତାକୁ ଭଲରୂପେ ଚକଟି ସେଥିରୁ ରସ କାଢିଦେଇ ଆଳୁ ଏବଂ ମାଛକଷା ଉପରେ ପକାଅ । ଏହାକୁ ଘଣ୍ଟାଘଣ୍ଟି କରି ୫ ମିନିଟ୍ ଫୁଟଇବା ପରେ ଭୁରୁସୁଙ୍ଗା ପତ୍ର ପକାଇ ତରକାରିକୁ ଓହ୍ଲାଇଦେବ ।