ପ୍ରସ୍ତୁତି ସାମଗ୍ରୀ-
୨୫୦ ଗ୍ରାମ ମହୁରାଳି ମାଛ
୪ ଟି କଞ୍ଚା ଲଙ୍କା
୧ ଟି ପିଆଜ
୪ ଚାମଚ ସୋରିଷତେଲ
୧ ଗୋଟି ଆଳୁ
ଅଳ୍ପ ଧନିଆ ପତ୍ର
୧ ଟି ଟମାଟୋ
ଦରକାର ଅନୁଯାୟୀ ହଳଦୀ ଓ ଲୁଣ ।
ପ୍ରଣାଳୀ – ପ୍ରଥମେ କରେଇରେ ୨ ଚାମଚ ତେଲ ପକାଇ ମାଛରେ ଲୁଣ ହଳଦୀ ଗୋଳାଇ ଭଲ ରୂପେ ଭାଜିଦେବ । ଲାଲ ଲଙ୍କାକୁ ତେଲରେ ଭାଜି ଦେବ । ପିଆଜ, ରସୁଣ କଞ୍ଚାଲଙ୍କା ଓ ଭଜା ଲଙ୍କାକୁ ମାରେ ପକାଇ ଭଲଭାବେ ଛେଚିଦେବ ତା’ପରେ ସେଥିରେ କଞ୍ଚା ସୋରିଷତେଲ ୨ ଚାମଚ ଗୋଳାଇ ଖାଇବାକୁ ଦେବ