ସାମଗ୍ରୀ : ଛୋଟ କଙ୍କଡା -୮ଟି ପିଆଜ-୧୦୦ମିଲି ଗୋଲମରିଚ-୧ ଚାମଚ ଗୋଟା ଧନିଆ-୧ଟେ .ଚାମଚ ଲାଲ୍ ଲଙ୍କା-୧୨ଟି ଜିରା-୧/୨ ଚାମଚ ଅଳେଇଚ -୪ଟି ଲବଙ୍ଗ-୮ଟି ଡାଲ୍ଚିନି-୨ଇଞ୍ଚ ତେନ୍ତୁଳି ମଣ୍ଡ-୩ ଟେ.ଚାମଚ କୋରା ନଡିଆ-୨ଟେ.ଚାମଚ ହଳଦି-୧/୨ ଚାମଚ ନଡିଆ କ୍ଷୀର-୭୫ ମିଲି ଲୁଣ- ସ୍ୱାଦାନୁସାରେ ଧନିଆ ପତ୍ର କଟା ପ୍ରଣାଳୀ : କଙ୍କଡାକୁ ପିସ୍ କରି କାଟନ୍ତୁ । ୨ଟି ପିଆଜକୁ ସରୁ ଲମ୍ବା ଓ ବାକି ୨ଟିକୁ ଚୂନା କରି କାଟନ୍ତୁ । କରେଇରେ ତେଲ ଗରମ କରି ସରୁ କଟା ପିଆଜ ପକାଇ ଲାଲ୍ କରି ଭାଜନ୍ତୁ ଓ କଢା ପେପର୍ ଉପରେ ରଖନ୍ତୁ । ଶୁଖିଲା କରେଇରେ ଗୋଲମରିଚ ,ଧନିଆ ,ଲଙ୍କା, ଜିରା,ଅଳେଇଚ ,ଡାଲ୍ଚିନି ,ଲବଙ୍ଗ ପକାଇ ଭାଜି ଏହା ସହ ତେନ୍ତୁଳି ମଣ୍ଡ ଓ ଭଜା ପିଆଜ ମିଶାଇ ଚିକ୍କଣ କରି ବାଟନ୍ତୁ ।
Author: liza
ସାମଗ୍ରୀ : ମଇଦା-୨ କପ୍ ଦଅହି-୧/୨ କପ୍ ଚିନି-୧ ଚାମଚ ଘିଅ -୨ ଚାମଚ ବେକିଂ ପାଉଡର୍ ବା ଇଷ୍ଟ୍ -୧/୨ ଚାମଚ ଲୁଣ- ୧ ଚାମଚ (ଛୋଟ) କଳାଜିରା-୧ ଚାମଚ (ଛୋଟ ) କ୍ଷୀର -୧/୨ କପ୍ ପ୍ରଣାଳୀ : ଉଷୁମ ପାଣିରେ ଚିନି ଓ ଇଷ୍ଟ୍ ମିଶାଇଦିଅନ୍ତୁ । ଦହି ,କ୍ଷୀର ଲୁଣ, କଳାଜିରା ,ଘିଅ ଆଦି ମଇଦାରେ ମିଶାଇ ଉପରୋକ୍ତ ଚିନିପାଣି ଦେଇ ଦଳି ୧ ଘଣ୍ଟା ଓଦାକନା ଢାଙ୍କି ରଖନ୍ତୁ । ଫୁଲିଲା ପରେ ଆଉଥରେ ଦଳନ୍ତୁ । ଘିଅ ମାରି ବା ଓଭାନ୍ ଟ୍ରେରେ ଉପରୋକ୍ତ ଦଳାକୁ ଗୁଳା ବନାଇ ମୋଟା ରୁଟି କରି ବା ଫୁଲିବାଯାଏଁ ସେକନ୍ତୁ । ଗରମାଗରମ ସର୍ଭ କରନ୍ତୁ ।
ସାମଗ୍ରୀ : ଚିକେନ୍-୫୦୦ଗ୍ରାମ୍ ଲୁଣ -ସ୍ୱାଦାନୁସାରେ ହଳଦି-ଅଳ୍ପ କର୍ଣ୍ଣଫ୍ଲୋର୍-୪ ଟେବୁଲ୍-ଚାମଚ ରିଫାଇନ୍ ତେଲ-ଛାଣିବା ପାଇଁ ପିଆଜ-୪ଟି (ସରୁକଟା) ଚୂନାକଟା ରସୁଣ-୩ ଛୋଟ ଚାମଚ ଚୂନାକଟା କଞ୍ଚାଲଙ୍କା-୨ଛୋଟ ଚାମଚ ସରୁକଟା ଅଦା-୩ ଛୋଟ ଚାମଚ କ୍ୟାପ୍ସିକମ୍-୨ଟି (ସରୁ ଲମ୍ବାକଟା) ଟମାଟୋ-ସରୁ ଲମ୍ବାକଟା ଗୋଲମରିଚ ଗୁଣ୍ଡ-୧ ଛୋଟ ଚାମଚ ଆଜିନୋ ମୋତୋ ୧/୨ ଛୋଟ ଚାମଚ ଅଦା-ରସୁଣ ବଟା-୧ ଟେବୁଲ୍ -ଚାମଚ ଚିଲି ସସ୍-୧ ଟେବୁଲ୍-ଚାମଚ ସୋୟା ସସ୍-୧ ଟେବୁମ-ଚାମଚ ଟମାଟୋ ସସ୍-୧ ଟେବୁମ-ଚାମଚ ପ୍ରଣାଳୀ : ଚିକେନ୍ ପିସ୍ଗିଡିକୁ ପରିଷ୍କାର କରି ଧୋଇ ଲୁଣ ,ହଲଦି ,ଅଦା-ରସୁଣ ବଟା ଓ ୩ ଟେବୁଲ୍-ଚାମଚ କର୍ଣ୍ଣଫ୍ଲୋର୍ ଗୋଳାଇ ଭଲକରି ଭଲକରି ୧/୨ ଘଣ୍ଟା ରଖନ୍ତୁ । ନନ୍ଷ୍ଟିକରେ ତେଲ ଟିକେ ବେଶି ଗରମ କରି ଭାଜି ରଖନ୍ତୁ । ଏଥର ତେଲରେ ଅଦା, ରସୁଣ,ଲଙ୍କାକଟା ପକାଇ ଭାଜନ୍ତୁ । ବାଦାମୀ ରଙ୍ଗ ହେଲେ ପିଆଜ ପକାଇ ବାଦାମୀ ରଙ୍ଗ ହେବାଯାଏଁ ଭାଜନ୍ତୁ । ଏଥର…
ସାମଗ୍ରୀ : ମକା ଅଟା-୨କପ୍ ଗହମ ଅଟା-୧/୨ କପ୍ ଲୁଣ-୧ ଚାମଚ ଉଷୁମ୍ ପାଣି- ଦଳିବା ପାଇଁ କଟା ଧନିଆ ପତ୍ର-୩ ଚାମଚ ମଧ୍ୟମ ସାଇଜ୍ର ସିଝା ଆଳୁ-୪ଟି ଲଙ୍କାଗୁଣ୍ଡ-୧ ଚାମଚ ଘିଅ -ସେକିବା ପାଇଁ ପ୍ରଣାଳୀ : ଦୁଇ ପ୍ରକାର ଅଟା, ଲୁଣ, ଆଳୁ, ଲଙ୍କାଗୁଣ୍ଡ, ଧନିଆ ପତ୍ର ଓ ପାଣି ମିଶାଇ ଭଲ୍ଅଭାବରେ ଦଳି ରଖନ୍ତୁ । ଗୁଳା କରି ଅଟାଗୁଣ୍ଡ ଟିକେ ଟିକେ ଦେଇ ବେଲନ୍ତୁ ରୁଟି ସାଇଜ୍ର । ତାୱା ଗରମ କରି ଅଳ୍ପ ଅଳ୍ପ ଘିଅ ଦେଇ ସେକି ମନପସନ୍ଦ ତରକାରି ସହ ପରଶନ୍ତୁ ।
ସାମଗ୍ରୀ : ଭେଣ୍ଡି-୫୦୦ଗ୍ରାମ୍ କୋରା ନଡିଆ -୧ କପ୍ ପାଣି-୧/୩ କପ୍ କ୍ଷୀର -୧/୩ କପ୍ କାଜୁବଟା-୧ଟେବୁଲ୍-ଚାମଚ ତେଲ- ୨ଚାମଚ ଭେଣ୍ଡି ଛାଣିବାକୁ -ତେଲ ଲାଲ୍ ଲଙ୍କା-୨ଟା ସୋରିଷ-୧ଚାମଚ ଜିରା-୧ଚାମଚ କଟା ପିଆଜ-୧/୨ କପ୍ କଟା ଟମାଟୋ-୧କପ୍ ଲଙ୍କାଗୁଣ୍ଡ-୧ଚାମଚ ଦହି (ଫେଣ୍ଟା)-୧/୨ କପ୍ ପାଣି -୧ କପ୍ ଭୁର୍ସୁଙ୍ଗ ପତ୍ର -ଅଳ୍ପ୍ ଲୁଣ -ସ୍ୱାଦାନୁସାରେ ସଜାଇବା ପାଇଁ -କୋରା ନଡିଆ ,ଧନିଆ ପତ୍ର ପ୍ରଣାଳୀ : ଭେଣ୍ଡି ଧୋଇ ପୋଛି ୧ ଇଞ୍ଚ ସାଇଜ୍ର କାଟି ତେଲରେ ଛାଣି ପେପର୍ରେ କାଢି ରଖନ୍ତୁ । କରେଇରେ ୨ ଚାମଚ ତେଏଲ ଦେଇ ଲଙ୍କା, ସୋରିଷ ,ଜିରା ପକାଇ ଫୁଟାନ୍ତୁ । ଏଥର ପିଆଜକୁ ଲାଲ୍ କରି ଭାଜି ବିଲାତି ମିଶାଇ ଭଲକରି ଭାଜନ୍ତୁ । ଓ ନଡିଆ କୋରା ପକାନ୍ତୁ ଏବଂ ଘାଣ୍ଟନ୍ତୁ । ୨ମିନିଟ୍ ପରେ ପାଣି ଓ ଭେଣ୍ଡି ପକାନ୍ତୁ । ଝୋଳ ମରିବାଯାଏଁ ରନ୍ଧାନ୍ତୁ । ଫିଟଣ…
ସାମଗ୍ରୀ : ସିଝା ବୋନ୍ ଲେସ୍ ଚିକେନ୍ କଟା (ଛୋଟ ଛେଟ)-୧କପ୍ ହାଲ୍କା ସିଝା ଟମାଟୋ କଟା-୧/୨କପ୍ ଛୋଟକଟା ସିଝା ଆଳୁ-୨ କପ୍ ଛୋଟକଟା ପିଆଜ-୧/୨ କପ୍ କଟା କଞ୍ଚାଲଙ୍କା-୨ଟା ଜିରାଗୁଣ୍ଡ-୨ ଚାମଚ ଲଙ୍କାଗୁଣ୍ଡ-୧/୨ ଚାମଚ ଆମ୍ଚୁରା-୧ ଚାମଚ ଚାଟ୍ ମସଲା-୧ ଚାମଚ ଲେମ୍ବୁରସ-୨ ଟୈବୁଲ୍ -ଚାମଚ କଟା ଧନିଆ ପତ୍ର-୧ ଟେବୁଲ୍-ଚାମଚ ପ୍ରଣାଳୀ : ଗୋଟିଏ ପାତ୍ରରେ କଟା ଜିନିଷ ସବୁ ଭଲକରି ଗୋଳାଇ ପ୍ଲେଟ୍କୁ କାଢନ୍ତୁ । ଉପରେ ଜିରା -ଲଙ୍କା ଗୁଣ୍ଡଅ, ଚାଟ୍ ମସଲା, ଆମଚୁର୍, ଲେମ୍ବୁରସ ପକାଇ କଟା ଧନିଆ ପତ୍ର ସଜାଇ ଖାଇବାକୁ ଦିଅନ୍ତୁ ।
ସାମଗ୍ରୀ : ପାଳଛତୁ-୨୫୦ଗ୍ରାମ୍ କଅଁଳଅ ସାରୁପତ୍ର-୩ଟି ବାଟଣ ସୋରିଷ-୨ ଚାମଚ ଜିରା-୧ଚମଚ ଲଙ୍କା-୩ଟି ରସୁଣ-୫-୬ କୋଲା ସୋରିଷ ତେଲ-୧ଚାମଚ ଲୁଣ-ସ୍ୱାଦାନୁସାରେ ଆମ୍ବୁଲ ଛୋଟକଟା -୧ ଟେବୁଲ୍-ଚାମଚ କିମ୍ବା ଦହି-୧କପ୍ ହଳଦି- ଟିପେ କଞ୍ଚାଲଙ୍କା କଟା-୩ଟି ପ୍ରଣାଳୀ : ଛତୁକୁ ବାଛି ସଫା କରି ଲୁଣ-ହଳଦି-ପାଣିରେ ଅଧଘଣ୍ଟା ବିଜାଇ ଚିପୁଡି କାଢନ୍ତୁ । ଗୋଟିଏ ବାଉଲ୍ରେ ମସଲା ବଟା ,କଟାଲଙ୍କା ,ଦହି ,ହଳଦି ଟିକେ , ଲୁଣ, ସୋରିଷ ତେଲ ପକାଇ ମିଶାନ୍ତୁ । ସେଥିରେ ଛତୁ ପକାଇ ଗୋଳାଇ ଅଧଘଣ୍ଟା ରଖନ୍ତୁ । ସାରୁପତ୍ରକୁ ସଫା ସେଥିରେ ଏଥିରୁ କିନ୍ତୁ ରଖି ପତ୍ରକୁ ଗୁଡାଇ ବନ୍ଦ କରିଦିଅନ୍ତୁ । ଦରକାର ହେଲେ ସୂତାରେ ବାନ୍ଧିଦିଅନ୍ତୁ । ଏହାକୁ ଚୁଲିର ଦହକରେ ବା ଗ୍ରୀଲର୍ରେ ୨୦ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଖାଇଲାବେଳେ ପତ୍ରରୁ କାଢି ପରଶନ୍ତୁ ।
ସାମଗ୍ରୀ : ଚିଙ୍ଗୁଡି- ୩୦୦ ଗ୍ରାମ୍ ବାସୁମତୀ ଚାଉଳ – ୧ ୧/୨ କପ୍ ଦହି-୧/୨ କପ୍ କ୍ଷୀର-୧/୨ କପ୍ ଜାଫ୍ରାନ୍ କେସର-୧ ଚିମୁଟା ପିଆଜ- ୨ଟି ବଡ (ସରୁ ଲମ୍ବା କଟା) କିସ୍ମିସ୍ , କାଜୁ ,ଚେରି -୧୦ଗ୍ରାମ୍ ଲେଖାଏଁ ବଟା ଅଦା-୧ଚାମଚ ବଟାରସୁଣ-୨ ଚାମଚ ହଳଦି ଗୁଣ୍ଡ-୧\୨ ଚାମଚ ଲୁଣ-ସ୍ୱାଦାନୁସାରେ ଗୋଟା ଗରମ ମସଲା-ଲବଙ୍ଗ ୫ଟି,ଡାଲ୍ଚିନି ୧ ଇଞ୍ଚ, ଛୋଟ ଅଳେଇଚ ୫ଟି,ବଡ ଅଳେଇଚ ୨ଟି, ଗୋଲ୍ଅମରିଚ ୭-୮ ଟି, ଅନିଆସୀ ଫୁଲ ୨ଟି, ଜାଇତ୍ରୀ ୧\୨ ଚାମଚ, ଜାଇଫଳ ଗୁଣ୍ଡ ୧\୨ ଚାମଚ ସାହୀଜିରା-୧\୨ ଚାମଚ ଜିରାଗୁଣ୍ଡ-୧/୨ ଚାମଚ ତେଜପତ୍ର -୨ଟି ଘିଅ -୧ ବଡ ଚାମଚ ରିଫାଇନ୍ -୨ଚାମଚ ଧନିଆ , ପୋଦିନା ଓ କଞ୍ଚାଲଙ୍କା ବଟା -୧ କପ୍ ସାଫରନ୍ -୧ ଚିମୁଟା ଓ କ୍ଷୀର -୧ ଟେବୁଲ୍-ଚାମଚ (ମିଶାନ୍ତୁ ) ପ୍ରାଣାଳୀ : ପ୍ରଥମେ ଚିଙ୍ଗୁଡିରୁ ଚୋପା କାଢି ଧୋଇ…
ସାମଗ୍ରୀ: ବାସୁମତୀ ଚାଉଳ-୨ କପ୍ ତେଜପତ୍ର -୧କପ୍ ଲବଙ୍ଗ-୩ଟି କାଜୁ ଭଜା-୨୦ଗ୍ରାମ୍ ବାଦାମ-୨୦ ଗ୍ରାମ୍ ସୋରିଷ-୧ଚାମଚ ଚିନି-୧ଚାମଚ ଦହି -୧କପ୍ ଘିଅ-୨ଚାମଚ ଲୁଣ-ସ୍ୱାଦାନୁସାରେ ପ୍ରଣାଳୀ : ୨କପ୍ ଚାଉଳରେ ଆବଶ୍ୟକ ପାଣି ଦେଇ ୧/୨ ଘଣ୍ଟା ପାଇଁ ରଖି ଛାଣି ଅଲଗା ରଖନ୍ତୁ । ଘିଅ ଗରମ କରିଓ ଗୋଟା ମସଲା ଓ ତେଜପତ୍ର ପକାନ୍ତୁ । ଏଥର ଚାଉଳ ଓ ଲୁଣ,ହଳଦି, ଚିନି ପକାଇ ମଧ୍ୟମ ଆଞ୍ଚରେ ୨-୩ ମିନିଟ୍ ଭାଜନ୍ତୁ । ତା ପରେ ୪କପ୍ ପାଣି ଦେଇ ଘୋଡାଣୀ ଲଗାଇ କମ୍ ଆଞ୍ଚରେ ୧୦-୧୫ ମିନିଟ୍ ରାନ୍ଧନ୍ତୁ । ହୋଇଗଲେ ଚୁଲିରୁ କାଢି ଘୋଡାଣୀଲଗା ଅବସ୍ଥରେ ୫-୭ ମିନିଟ୍ ରଖନ୍ତୁ । କାଢି ଉଷୁମ ହେବାଯାଏଁ ରଖନ୍ତୁ ।…
ସାମଗ୍ରୀ : ସୁଜି – ୨ କପ ଗରମ ପାଣି – ୧ କପ ତେଲ – ୬ ଟେବୁଲ ଚାମଚ ଚିନି – ୧/୨ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ କଟା ଗାଜର – ୧/୨ କପ ଗ୍ରୀନ ମଟର – ୧/୨ କପ ଭଜା ଚିନା ବାଦାମ – ୨ ଟେବୁଲ ଚାମଚ କଟା ପିଆଜ – ୧ କପ ସୋରିଷ – ୧ ଚା’ ଚାମଚ କଟା କଞ୍ଚା ଲଙ୍କା – ୬ରୁ ୭ ଟି ଅଦା ପେଷ୍ଟ – ୧/୨ ଚା’ ଚାମଚ ଭୁର୍ସୁଙ୍ଗା ପତ୍ର – ୭ -୮ ଟି ପ୍ରଣାଳୀ- ପ୍ରଥମେ କରେଇକୁ ଗରମ କରନ୍ତୁ । ସେଥିରେ ସୁଜି ପକାଇ ୨-୩ ମିନିଟ ଭାଜନ୍ତୁ । ସୁଳି ଅଳ୍ପ ଲାଲ ହେଲେ ପ୍ଲେଟକୁ କାଢି ରଖନ୍ତୁ । ଏବେ କରେଇରେ ତେଲ ଗରମ କରନ୍ତୁ । ଏଥିରେ ଲୁଣ,…