ପ୍ରସ୍ତୁତି ସାମଗ୍ରୀ- ୨ ଟା ଅଣ୍ଡା,
୧ ଗୋଟି ପିଆଜ
୪ ପାଖୁଡା ରସୁଣ
ଚଉଠ ଇଞ୍ଚ ଅଦା
୨ ଟା ଶୁଖିଲା ଲଙ୍କା
୨ ଟା କଞ୍ଚା ଲଙ୍କା
ଅଳ୍ପ ଜିରା
ଅଳ୍ପ ଧନିଆ
ଚଉଠ ଚାମଚ ପୋସ୍ତ
ଚଉଠ ଚାମଚ ମସଲାଗୁଣ୍ଡ
୪ ଚାମଚ ଘିଅ
୪ ଚାମଚ ତେଲ
ଅଳ୍ପ ଧନିଆ ପତ୍ର
ଦରକାର ଅନୁଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ – ଅଣ୍ଡାକୁ ଭଲ ଭାବରେ ଫେଣ୍ଡିଦେଇ ସେଥିରେ ଅଳ୍ପ ପିଆଜକୁ ଟିକି ଟିକି କରି କାଟି ମିଶାଇ ଦେବ । ଧନିଆ ପତ୍ରକୁ ମଧ୍ଯ ଛୋଟ ଛୋଟ କାଟି ମିଶାଇଦେବ । । ଦରକାର ଅନୁଯାୟୀ ଚୂରାଲୁଣ ସେଥିରେ ମିଶାଇବ । ତାୱ୍ଵାରେ ଘିଅ କିମ୍ବା ତେଲ ଗରମ କରି ଅଣ୍ଡା ଫେଣ୍ଟାକୁ ଆମଲେଟ୍ କରି ରଖିବ । ଏହାକୁ ତାୱ୍ଵାରେ କାଡି ଥଣ୍ଡାକରି ଚାରିକୋଣିଆ ଖଣ୍ଡ କରି କାଟି ରଖିବ ¦ ଆର ଫାଳକ ପିଆଜ, ରସୁଣ, ଅଦା, ଜିରା, ଧନିଆ ପୋସ୍ତ, ଶୁଖିଲା ଲଙ୍କାକୁ ବାଟି ଦେବ । ମସଲାରୁ ଭଲ ବାସନା ଆସିଲେ ମସଲା କଷି ହୋଇଗଲା ବୋଲି ଜାଣିବ । ସେଥିରେ ଦରକାର ଅନୁଯାୟୀ ଲୁଣ ହଳଦୀ ପକାଇ ୧ କପ୍ ପାଣି ପକାଇଦେବ । ସହି ମସଲା ପାଉଡର ଏବଂ ଘିଅ ଚାମଚରେ ପକାଇ ତରକାରୀକୁ ଓହ୍ଲାଇଦେବ |