ପ୍ରସ୍ତୁତି ସାମଗ୍ରୀ;
୪ ଗୋଟି ଅଣ୍ଡା
୨୫୦ ଗ୍ରାମ କିମା ମାଂସ
୨ ଟା ପିଆଜ
୧ ଇଞ୍ଚ ଅଦା
୬ ପାଖୁଡା ରସୁଣ
୬ ଟା ଲାଲ ଲଙ୍କା
୧ ଚାମଚ ଧନିଆ
୨ ଖଣ୍ଡ ଡାଲଚିନି
୨ଟା ଗୁଜୁରାତି
୧ ଗୋଟି ଟମାଟ
ଅଧକପ୍ ତେଲ
୧ ଚାମଚ ଘିଅ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ – ଗୋଟିଏ ପିଆଜ ଏବଂ ଧନିଆ ପତ୍ରକୁ ଚୂନା ଚୂନାକରି କାଟିଦେବ । କିମାମାଂସରେ ଲୁଣ ହଳଦୀ ଗୋଳାଇ ସିଝାଇଦେବ ¦ କିମାମାଂସ, ପିଆଜ କଟା, ୨ଟି ଅଣ୍ଡାକୁ ଭଲଭାବରେ ଫେଣ୍ଟି ମିଶାଇ ଦେବ । ତା ପରେ ଅନ୍ୟ ଦୁଇଟି ଅଣ୍ଡାକୁ ଫେଣ୍ଟି ଦେବ । ତାୱାରେ ତେଲ ଗରମ କରି ସେଥିରେ ଫେଣ୍ଟା ଅଣ୍ଡାକୁ ଢ଼ାଳି ଦେଇ ସେଥିରେ କିମା ମିଶା ଅଣ୍ଡା ଫେଣ୍ଟି ଦେଇ ଆମଲେଟ୍କୁ ଭାଜିଦେଇ ଚେକା ଚେକା ପିସ୍ କାଟି ଦେଇ ରଖିବ । ଅନ୍ୟ ପିଆଜ ଦୁଇଟି, ଅଦା, ରସୁଣ, ଲଙ୍କା, ଏବଂ ଡାଲଚିନି ଗୁଜୁରାତିକୁ ବାଟିଦେବ ; କରେଇରେ ତେଲ ଗରମ କରି ପିଆଜ ମସଲା ଏବଂ ଟମାଟକୁ ଭାଜିବ | ମସଲାରୁ ଭଲ ବାସନା ଆସିଲେ: ସେଥିରେ ଦୁଇକପ୍ ପାଣି ଢାଳିଦେବ | ଝୋଳ ପାଣି ଫୁଟିଗଲେ ଅଣ୍ଡା ରୋଲପିସ୍, ଗରନ ମଟ୍ଲା ଓ ଘିଅ ପକାଇ ପାଞ୍ଚ ମିନିଟ୍ ଫୁଟାଇ ତରକାରୀକୁ ଓହ୍ଲାଇଦେବ ।