ପ୍ରସ୍ତୁତି ସାମଗ୍ରୀ- ୪ ଗୋଟି ଅଣ୍ଡା
୨ଗୋଟି ଆଳୁ
୩ଟା ଶୁଖିଲା ଲଙ୍କା
୨ ଟା କଞ୍ଚାଲଙ୍କା
୧ଗୋଟି ପିଆଜ
୩ ପାଖୁଡା ରସୁଣ
ଅଧ ଇଞ୍ଚ ଅଦା
୧ ଚାମଚ ଧନିଆ
୫ ଟି ଗୋଲମରିଚ ଗୁଣ୍ଡ
ଫାଳେ ନଡିଆ
୩ ଚାମଚ ଘିଅ
ଅଳ୍ପ ଜିରା
ଚଉଠ ଚାମଚ ସୋରିଷ
ଅଧ ଚାମଚ ପୋସ୍ତ
୧ଟା ଲବଙ୍ଗ,
୧ ଟା ଗୁଜୁରାତି
୧ ଇଞ୍ଚ ଡାଲଚିନି
୧ ଚାମଚ ଭେନିଗାର,
ଦରକାର ଅନୁଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ – ପ୍ରଥମେ ଅଣ୍ଡାକୁ ସିଝାର ତା’ର ଚୋପା ଛଡାର ୨ ଖଣ୍ଡ କରି କାଟି ରଖିବ। ଆଳୁକୁ ମଧ୍ଯ ସିଝାଇ ତା’ର ଚୋପା ଛଡାଇ ୪ ଖଣ୍ଡ କରି ରଖିବ । ପିଆଜ,କଞ୍ଚାଲଙ୍କା, ଅଦା ଓ ରସୁଣକୁ ଛୋଟ ଛୋଟ କରି କାଟି ରଖିବ । କରେଇରେ ଏକ ଚାମଚ
ଘିଅ ପକାଇ ଶୁଖିଲା ଲଙ୍କା, ଧନିଆ, ଗୋଲମରିଚ, ଜିରାକୁ ଟିକେ ଭାଜିଦେଇ ବାଟି୍ରଖିବ । କରେଇରେ ୨ ଚାମଚ ଘିଅ ପକାଇ ସୋରିଷ ଫୁଟାଅ । ସେଥିରେ କଟା ମସଲା ଦେଇ ଭାଜିବ । ତାହା ଲାଲ ହୋଇଗଲେ ଡାଲଚିନି ଓ ଗୁଜୁରାତିକୁ ଗୁଣ୍ଡକରି ପକାଅ ।ଅଳ୍ପ ସମୟପରେ ସେଥିରେ ବଟା ମସଲା ପକାଇଦେବ । ମସଲାରୁ ଭଲ ବାସନା ଆସିଲେ ସେଥିରେ ସିଝା ଆଳୁ ପକାଇ ୨ କପ୍ ପାଣି ପକାଇଦେବ । ତା’ପରେ ନଡିଆକୁ କୋରି ସେଥିରେ ୧ କପ୍ ଗରମ ପାଣି ପକାଇ ସେଥ୍ରୁ ରସ ବାହାର କରିଦେବ । ଅଳ୍ପ ସମୟ
ଫୁଟାଇ ଅଣ୍ଡା ଫାଳ ପକାଇ ଦେବ । ଗୋଲମରିଚ ଗୁଣ୍ଡ ପକାଇଦେବ ।