ପ୍ରସ୍ତୁତି ସାମଗ୍ରୀ:
୫୦୦ ଗ୍ରାମ ମାଂସ
୪ଗୋଟ ପିଆଜ
୨ ଟା ତେଜପତ୍ର
୩ ଟା ଡାଲଚିନି
ଅଳ୍ପ ଅଦା
୨ଟା ଟମାଟ
୨ ଡାଲଚିନି
ଅଧ କପ ତେଲ
୬ଟା ଲାଲ୍ ଲଙ୍କା
ଦରକାର ଅନୁଯାୟୀ ଲୁଣ ଓ ହଳଦୀ ¦ `
ପ୍ରଣାଳୀ : ପ୍ରଥମେ ପିଆଜ, ରସୁଣ, ଅଦା ଓ ଲଙ୍କାକୁ ଚିକ୍କଣ କରି ବାଟି ଦେବ ।ଗୁଜୁରାତି, ଡାଲଚିନିକୁ ଅଲଗାରେ ବାଟିଦେବ ।କରେଇରେ ତେଲ ଗରମ କରି ତେଜପତ୍ର,ଗୁଜୁରାତି ଓ ଡାଲଚିନିକୁ ଫୁଟାଇ ମଟଲା ବଟା ପକାଇ ଟମାଟ ମାଂସରେ ଲୁଣ ହଳଦୀ
ପକାଇ କଷିବ । ଏହି ମସଲାରୁ ଭଲ ବାସ୍ନା ଆସିଲେ ସେଥିରେ ଗରମ ପାଣି ଦେଇ ମା°ସକୁ ସିଝାଇବ । ଏପରି ପାଣି ଦେବ ଯେ ଯେପରି ମାଂସ ସିଝିଯାଇ ପାଣି ଶୁଖିଯିବ ।ଏହାକୁ ଶୁଖାଇ ଦେଇ ଭଜା ପରି କରିଦେବ |