ପ୍ରସ୍ତୁତି ସାମଗ୍ରୀ-
୫୦୦ ଗ୍ରାମ୍ ମାଂସ
୫୦୦ ଗ୍ରାମ୍ ପିଆଜ
୧ ଗୋଟି ରସୁଣ,
ଅଧଇଞ୍ଚ ଅଦା
୨ ଖଣ୍ଡ ବଡ ଡାଲଚିନି
୪ ଗୋଟି ଅଳେଇଚ
୩ ଗୋଟି ଲବଙ୍ଗ
୬ ଗୋଟି ଗୋଲମରିଚ
୬ ଟା କଞ୍ଚା ଲଙ୍କା
୨ ଗୋଟି ତେଜପତ୍ର
୨ ଚାମଚ ଘିଅ,
ଅଧକପ୍ ରିଫାଇନ୍ ତେଲ
ଅଧକପ୍ ଦହି, ଦରକାର ଅନୁଯାୟୀ ଲୁଣ |
ପ୍ରଣାଳୀ – ପ୍ରଥମେ ଛେଳି ମାଂସକୁ ଛୋଟ ଛୋଟ କଟି ସଫାକରି ରଖିବ । ଲମ୍ବା ସାଇଜରେ ସରୂସରୁ କାଟି ରଖିବ । ଲଙ୍କାକୁ ଚିରି ଲମ୍ବା ସାଇଜରେ କାଟି ରଖିବ । ମାଂସରେ ତେଲ, ଘିଅ, ଲୁଣ, କଟା ପିଆଜ, ଅଦା, ରସୁଣ, ଲଙ୍କା, ଅଳ୍ପଡାଲଚିନି, ଗୋଟିଏ ତେଜପତ୍ର ଗୋଲମରିଚ, ଲବଙ୍ଗ, ଅଳେଇଚ ଓ ଦହି ଗୋଳାଇ ପରେ ଓହ୍ଲାଇଦେବ |ପ୍ରେସର କୁକ୍କରରେ ରଖି ବନ୍ଦ କରିଦେଇ ଚୁଲିରେ ବସାଇଦେବ । ଏହାକୁ ୨୫ ମିନିଟ୍ ପରେ ଓହ୍ଲାଇଦେବ । ମାଂସ ସିଝିନଥିଲେ ଆଉ ଅଳ୍ପ ସମୟ ବସାଇଦେବ ! ଏହି ତରକାରୀରେ ପାଣି ଦିଆ ହେବ ନାହିଁ । ପିଆଜ ସିଝି ମାଂସ ତରକାରି ଶୁଖିଲା ନ ହୋଇ ପାଣିଆ ହୋଇଯାଏ ତେବେ ପ୍ରେସର କୁକରକୁ ଢାଙ୍କୁଣୀ ଖୋଲି କମ୍ ନିଆଁ ରେ ବସାଇବ ଏବଂ ମଝିରେ ମଝିରେ ତାକୁ ଘାଣ୍ଟିଦିଅ |ପିଆଜକୁ ପାଣି ବାହାରି ମାଂସ ସିଝି ଯାଇଥାଏ |