ପ୍ରସ୍ତୁତି ସାମଗ୍ରୀ-
୪ଟା ମଧ୍ଯମ ସାଇଜର କଙ୍କଡା
୨ଟା ପିଆଜ,
ଦେଢ ସେ.ମି. ଅଦା
୬ପାଖୁଡା ରସୁଣ
୨ ଟା ଗୁଜୁରାତି
୨ଟା ତେଜପତ୍ର
୨ ଟେବୁଲ ଚାମଚ କର୍ଣ୍ଣଫ୍ଲୋର,
୧ଟେବୁଲ ଚାମଚ ବଟର
୨ଟେବୁଲ ଚାମଚ ଟମାଟୋ ସସ୍
୧ଚାମଚ ଗୋଲମରିଚ ଗୁଣ୍ଡ ।
ପ୍ରଣାଳୀ- କଙ୍କଡା ଭଲଭାବରେ ସଫା କରି ଧୋଇ ପିସ୍ କରି ୮କପ୍ ପାଣିରେ ଲୁଣ ଦେଇ ସିଝାଇବେ । ଏଥିରେ ଅଦା, ପିଆଜ, ରୁସଣ ବଟାଦେବେ | ଗୁଜୁରାତି ଓ ଡାଲଚିନି ବଟା ଦେବେ । ଏହା କମ୍ ନିଆଁରେ ସିଝାଇବେ । ଯେତେବେଳେ ପାଣି
କପ୍ ହେବ ସେତେବେଳେ କଙ୍କଡା ଖଣ୍ଡ ସବୁ କାଢି ଦେବେ । ଏଥିରୁ କେବଳ ଅଂଶ ବାହାର କରି ନେଇ ସୁପ୍ରେ ଦେବେ | ମାଂସ ପାଣିରେ ଗୋଳାଇ ନେଇ ସୁପ୍ତରେ ଢାଳି ମିଶାଇ ନେବେ ।କର୍ଣ୍ଣଫ୍ଲୋର ଦେଲାବେଳେ ଏହାକୁ ଅଧକପ୍ ପାଣିରେଗୋଳାଇ ନେଇ ସୁପ୍ରେ ଢାଳି ମିଶାଇ ନେବେ |ଟମାଟୋ ସସ୍ ବଟର ଓ ଗୋଲମରିଚ ଗୁଣ୍ଡ ମିଶାଇ ସୁପ୍ ଓହ୍ଲାଇ ନେଇ ଗରମ ଗରମ ଖାଇବାକୁ ଦେବେ ।