ପ୍ରସ୍ତୁତି ସାମଗ୍ରୀ : ୨ କପ୍ କଟା ଛତୁ
୨ ଚାମଚ ବଟର
୧ ଚାମଚ କଟା ରସୁଣ
୧ ଚାମଚ ଫ୍ରେଶ୍ କ୍ରିମ୍
୨ ଚାମଚ କଟା ପିଆଜ
୧ କପ୍ କଟା ସିଝାଆଳୁ
୧ ଚାମଚ ଗୁଣ୍ଡ ଗୋଲମରିଚ
୧ କପ୍ କ୍ଷୀର
ସଜାଇବା ପାଇଁ ଧନିଆପତ୍ର ଏବଂ ସ୍ଵାଦ ଅନୁଯାୟୀ ଲୁଣ
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ କଡ଼େଇରେ ବଟର ପକାଇ କଟା ରସୁଣ ଓ ପିଆଜ ତା’ପରେ କଟା ଛତୁ ଓ କଟା ଆଳୁ ଭାଜନ୍ତୁ । ୨ ମିନିଟ୍ ପରେ ଅଧା କପ୍ ପାଣି ସିଝାନ୍ତୁ। ସିଝିଗଲେ ଗ୍ରାଇଣ୍ଡ କରି ଛାଣି ଦିଅନ୍ତୁ | ଅନ୍ୟ ଗୋଟିଏ ପାତ୍ରରେ ବଟର ଗରମ କରି ପ୍ୟୁରୀକୁ ଢ଼ାଳି ଫୁଟାନ୍ତୁ । ସେଥୁରେ କ୍ଷୀର, କ୍ରିମ୍ ଓ ଗୁଣ୍ଡ ଗୋଲମରିଚ ପକାଇ ୨/୩ ମିନିଟ୍ ଫୁଟିବାକୁ ଛାଡ଼ିଦିଅନ୍ତୁ । ଶେଷରେ ଗୋଟିଏ ପାତ୍ରରେ ଢାଳିଦିଅନ୍ତୁ ଏବଂ ଉପରେ କଟା ଧନିଆପତ୍ର ଓ କ୍ରିମ୍ ପକାଇ ଗରମ ଗରମ ପରିବେଷଣ କରନ୍ତୁ ।