ପ୍ରସ୍ତୁତି ସାମଗ୍ରୀ:
୫୦୦ ଗ୍ରାମ ଶେଉଳ ମାଛ
୪ଟି ପିଆଜ
୨ ଗୋଟି ଗୁଜୁରାତି
୨ ଖଣ୍ଡ ଡାଲଚିନି
ଅଧକପ୍ ତେଲ
୧ ଇଞ୍ଚ ଅଦା
୬ଟା ଲାଲଲଙ୍କା
୧ ଚାମଚ ଜିରା
୬ଟା ଲାଲଲଙ୍କା
ପ୍ରଣାଳୀ-ପିଆଜକୁ ପ୍ରଥମେ ଚୁନାଚୁନା କରି କାଟି ଦେବ |ଅଦା,ଜିରା,ଲଙ୍କା ଏବଂ ଡାଲଚିନି ଗୁଜୁରାତିକୁ ଚିକ୍କଣ କରି ବାଟିଦେବେ |ମାଛକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖିବ |କରେଇରେ ତେଲ ଗରମ କରି ମାଛକୁ ଲାଲ ଲାଲ କରି ଭାଜିଦେବ |ସେଇ ତେଲରେ ପିଆଜକୁ ଭାଜିବ |ପିଆଜ ଅଳ୍ପ ଭାଜି ହୋଇଗଲେ ସେଥିରେ ବଟା ମସଲା ଓ ଟମାଟୋ କସିଦେଇ ଏକ କପ୍ ପାଣି ଦେଇଦେବ |ପାଣି ଫୁଟିଗଲେ ଭଜା ମାଛ ପକାଇ ୫ ମିନିଟ୍ ଫୁଟାଇ ତରକାରୀ ଓହ୍ଲାଇଦେବ |ଏଥିରେ ଝୋଳ ଅଳ୍ପ ଅଳ୍ପ ରହିବ |