ପ୍ରସ୍ତୁତି ସାମଗ୍ରୀ
୨୫୦ ଗ୍ରାମ ରୋହୀ ମାଛ
୨ ଗୋଟି ପିଆଜ
୮ ପାଖୁଡା ରସୁଣ
୧ ଗୋଟି ଟମାଟୋ
୧ ଚାମଚ ଗରମ ମସଲା
୩ ଚାମଚ ତେଲ
୪ ଗୋଟି ଲଲ ଲଙ୍କା
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳି:
ପ୍ରଥମେ ରୋହୀ ମାଛକୁ ଖଣ୍ଡ ଖଣ୍ଡ କରି କାଟିଦେଇ ତା’ର ପିତ୍ତ କାତିକୁ ପରିସ୍କାର କରି କାଢିଦେବ |ତା ପରେ ସେଥିରୁ ଲୁଣ ହଳଦୀ ଗୋଳାଇ ରଖିବ |କରେଇରେ ତେଲ ଗରମ କରି ମାଛର ଖଣ୍ଡ ଗୁଡିକୁ ଲାଲ କରି ଭାଜିବ |ପିଆଜ,ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିବେ |କଡେଇରେ ଆଉ ଅଳ୍ପ ତେଲ ପକାଇ ବଟା ମସଲା ଏବଂ କଟା ଟମାଟକୁ କଷିଦେବ |ମସଲାରୁ ଭଲ ବାସନା ଆସିଲେ ସେଥିରେ ଅଧକପ୍ ପାଣି ଏବଂ ମାଛ ଭଜା ପକାଇ ୫ ମିନିଟ୍ ଫୁଟାଇବେ |ତା ‘ପରେ ସେଥିରେ ଗରମ ମସଲା ପକାଇ ଓହ୍ଲାଇଦେବ |