ପ୍ରସ୍ତୁତି ସାମଗ୍ରୀ:
୫୦୦ ଗ୍ରାମ୍ ଇଲିଶି ମାଛ
୧ ଚାମଚ ସୋରିଷ
୨ ପାଖୁଡା ରସୁଣ
୬ଟା ଲାଲଲଙ୍କା
୪ ଚାମଚ ସୋରିଷତେଲ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ:
ସୋରିଷ,ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ |କରେଇରେ ତେଲ ଗରମ କରି ମାଛ ନରମ ଭଜା କରିଦେଇ ମସଲରେ ୧ କପ୍ ପଣି ପକାଇଦେଇ ମାଛ ଉପରେ ଢାଳିଦେବ |ଏହି ତରକାରିରେ ଲୁଣ ହଳଦୀ ପକାଇ ଦଶମିନିଟ୍ ଫୁଟିଲାପରେ ଓହ୍ଲାଇଦେବ |ଏହାର ଝୋଳ ମାଛ ଦେହକୁ ଲାଗିକରି ରହିଥିବ |