ପ୍ରସ୍ତୁତି ସାମଗ୍ରୀ:
୫୦୦ ଗ୍ରାମ ଶେଉଳମାଛ
୧ ଗୋଟି କଞ୍ଚା ଆମ୍ବ
୫ ଟା ଲାଲ ଲଙ୍କା
୧ ଚାମଚ ଫୁଟଣ
୪ ଚାମଚ ସୋରିଷତେଲ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ|
ପ୍ରଣାଳୀ:
ଶେଉଳ ମାଛର କାତି କାଢି ଛୋଟ ଛୋଟ କାଟି ରଖିବ |ଗୋଟେ ଶୁଖିଲା କଡେଇରେ ଫୁଟଣ ଏବଂ ଶୁଖିଲା ଲଙ୍କାକୁ ଭାଜି ଗୁଣ୍ଡ କରିଦେବ |କରେଇରେ ତେଲ ଗରମ କରି ମାଛସବୁ ଲାଲ କରି ଭାଜିବ |ସେଇ ତେଲରେ ଆମ୍ବ ଖଣ୍ଡ ଏବଂ ଲୁଣ ହଳଦୀ ପକାଇ ୧ କପ୍ ପାଣି ପକାଇ ଦେବ |ପାଣି ଫୁଟିଲେ ମାଛ ଭଜା ପକାଇ ୨ ମିନିଟ୍ ତରକାରୀ ଫୁଟାଇ ,ଭଜା ମସଲା ଗୁଣ୍ଡ ପକାଇ ତରକାରୀ ଓହ୍ଲାଇଦେବ |