ପ୍ରସ୍ତୁତି ସାମଗ୍ରୀ:
୨୫୦ ଗ୍ରାମ କଣ୍ଟିଆ ମାଛ
୧ ଗୋଟି ପିଆଜ
୧ ଚାମଚ ସୋରିଷ
୬ ପାଖୁଡା ରସୁଣ
୪ ଗୋଟି ଲାଲ ଲଙ୍କା
୧ ଚାମଚ ଜିରା
ଅଧକପ୍ ସୋରିଷତେଲ
୨ ଗୋଟି ଟମାଟୋ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ:
ସୋରିଷ,ଲଙ୍କା,ଜିରା ଓ ରସୁଣକୁ ଚିକ୍କଣ କରି ବାଟି ରଖିବ |କରେଇରେ ତେଲ ଗରମ କରି କଣ୍ଟିଆ ମାଛରେ ଲୁଣ ହଳଦୀ ଗୋଳାଇ କରି ଭାଜିବ |ଭାଜି ସାରିବା ପରେ ସେହି ତେଲରେ ପିଆଜ କାଟି ପକାଇ ଭାଜିବ ତା ପରେ ସେଥିରେ ସୋରିଷ ବଟା ମାଛ ଭଜା ଏବଂ ଟମାଟୋ କଟା ପକାଇ ତାକୁ କମ୍ ନିଆଁରେ ବସାଇବ |ଏହା ହେଉଛି କଣ୍ଟିଆ ନାଛର ପ୍ରସ୍ତୁତି ପ୍ରଣାଳୀ|