ପ୍ରସ୍ତୁତି ସାମଗ୍ରୀ
୫୦୦ ଗ୍ରାମ ମାଗୁର ମାଛ
୨ ଖଣ୍ଡ ଡାଲଚିନି
୧ ଗୋଟି ରସୁଣ
୫ ଟି ଲାଲଲଙ୍କା
୨ ଗୋଟି ପିଆଜ
୧ ଇଞ୍ଚ ଅଦା
ଅଧକପ ତେଲ
୧ ଗୋଟି ଟମାଟୋ
୨ ଟା ଗୁଜୁରାତି
୨ଟା ତେଜପତ୍ର
ଦରକର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ:
ମାଗୁର ମାଛ ବଡ ବଡ ଖଣ୍ଡ କରି କାଟି ଲୁଣ,ହଳଦୀ ଗୋଳାଇ ରଖିବ |ତା’ପରେ କରେଇରେ ତେଲ ଗରମ କରି ମାଛ ଗୁଡିକ ଲାଲଲାଲ କରି ଭାଜିବ |ପିଆଜ,ରସୁଣ,ଅଦା,ଲଙ୍କାକୁ ଚିକ୍କଣ କରି ବାଟିବ |ଡାଲଚିନି ଓ ଗୁଜୁରାତିକୁ ଅଲଗା କରି ବାଟି ରଖିବ |ବଳକ ତେଲରେ ତେଜପତ୍ର ଫୁଟାଇ ଟମାଟୋ କଟା ଓ ପିଆଜ ମସଲକୁ ଭାଜିବ |ସେହି ଭଜା ମସଲାରୁ ଭଲ ବାସନା ହେଲେ ସେଥିରେ ଡାଲଚିନି ବଟା ପକାଇ ତରକାରିକୁ ଫୁଟାଇ ଓହ୍ଲାଇ ଦେବ |