ପ୍ରସ୍ତୁତି ସାମଗ୍ରୀ
୫୦୦ ଗ୍ରାମ ବଡ ମାଛ
୧ କପ୍ ତେଲ
୧ ଚାମଚ ଧନିଆ
୧ ଚାମଚ ଜିରା
୧ ଚାମଚ ପୋସ୍ତ
୩ ଗୋଟି ବଡ ପିଆଜ
୪ ପାଖୁଡା ରସୁଣ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ:
ପ୍ରଥମେ ମାଛକୁ କାଟି ତା’ର ପିତ୍ତ ବାହରକରି କାତିକୁ ଛଡାଇ ଭଲଭାବରେ ଧୋଇଦେବ |ତା ‘ପରେ ସେଥିରେ ଲୁଣ ହଳଦୀ ଗୋଳାଇ ରଖିବ |କରେଇରେ ତେଲ ଗରମ କରି ମାଛ ଖଣ୍ଡ ଗୁଡିକୁ ଲାଲଲାଲ କରି ଭାଜିବ |ଏହାକୁ ବେଶୀ ରୋଷ୍ଟ କରି ଭଜିବ ଦରକର ନାହିଁ |ମାଛ ଭାଜିଲା ପରେ ଯାହା ତେଲ ବଳକା ହେବ ସେଥିରେ କଟା ପିଆଜକୁ ଭାଜିବ| ପିଆଜ ଲାଲ୍ ହୋଇ ଆସିଲେ ସେଥିରେ ଲୁଣ ହଳଦୀ ପକଇଦେବ |ତାକୁ ୫ ମିନିଟ୍ କଷିଲା ପରେ ସେଥିରେ ଅଳ୍ପ ପାଣି ଦେବ |ପାଣି ୨ ମିନିଟ୍ ଫୁଟିଲାପରେ ସେଥିରେ ମଛ ଭଜା ଖଣ୍ଡ ଗୁଡିକ ପକାଇ ଆଉ ୫ ମିନିଟ୍ ଫୁଟାଇ ତରକାରୀକୁ ଓହ୍ଲାଇଦେବ |