ପ୍ରସ୍ତୁତିସାମଗ୍ରୀ:
୨୫୦ ଗ୍ରାମ୍ ହରଡ ଡାଲି
୨୫୦ ଗ୍ରାମ୍ ମାଂସ
୧ ଗୋଟି ଗାଜର
୨ ଗୋଟି ଟମାଟୋ
୨ ଗୋଟି ପିଆଜ
୨ ଚାମଚ ଧନିଆ
୬ଟା ଲାଲ ଲଙ୍କା
୩ ଚାମଚ ଘିଅ
୧ ଚାମଚ ଜିରା
୨ଟା ଗୁଜୁରାତି
୨ଖଣ୍ଡ ଡାଲଚିନି
୨ଟା ଗୋଲମରିଚ
୨ଟା ଅଳେଇଚ
୬ ପାଖୁଡା ରସୁଣ
ଫାଳେ ନଡିଆ
ଲୁଣ ଓ ହଳଦୀ ସ୍ବାଦ ଅନୁସାରେ
ପ୍ରଣାଳୀ:
ଲଙ୍କା,ଧନିଆ,ଜିରାକୁ ତାୱାରେ ଅଳ୍ପ ଭାଜିଦେଇ ରସୁଣ ସହ ଚିକ୍କଣ କରି ବାଟିଦିଅ|ନଡିଆ କୋରି ୧ କପ୍ ଗରମ ପାଣି ପକାଇ ନଡିଆର ରସ ବାହାର କରିବ |ମାଂସରେ ଲୁଣ ହଳଦୀ ପକାଇ ସିଝାଅ |ମାଂସ ଅଧା ସିଝି ଆସିଲେ ସେଥିରେ ଡାଲି ପକାଅ |ଗୁଜୁରାତି,ଅଳେଇଚ, ଡାଲଚିନି ,ଗୋଲମରିଚକୁ ଗୁଣ୍ଡକରି ରଖିବ |ପିଆଜକୁ ଚୂନା ଚୂନା କରି କାଟିରଖ |କରେଇ ଘିଅ ଗରମ କରି ପିଆଜକୁ ଲଲ୍ କରି ଭାଜ |ପିଆଜ ଲଲ ହେଲେ ଗରମ ମସଲାଗୁଣ୍ଡ ପକାଇ ମାଂସ ସହ ଡାଲମା ବଘାରି ଦିଅ |