ପ୍ରସ୍ତୁତି ସାମଗ୍ରୀ:
୫୦୦ ଗ୍ରାମ ମାଛ
୨୫୦ ଗ୍ରାମ ଟମଟୋ
୫ ଟି ମଧ୍ୟମ ସାଇଜର୍ ଆଳୁ
୫ ଚାମଚ ତେଲ
୪ ଗୋଟି ବଡ ପିଆଜ
୧ କପ୍ ଦହି
୬ ଟି କଞ୍ଚା ଲଙ୍କା
୬ଟା ଗୋଲମରିଚ
୬ ପାଖୁଡା ରସୁଣ
ଅଧଇଞ୍ଚ ଅଦା
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ:
ପ୍ରଥମେ ମାଛ କାଟି ପରିଷ୍କାର କରିଦେବ |ଟମାଟକୁ ଖଣ୍ଡ ଖଣ୍ଡ ବତି କରି ରଖିବ |ପିଆଜ,ରସୁଣ ,ଅଦା ଏବଂ କଞ୍ଚାଲଙ୍କାକୁ ସରୁସରୁ କରି ଲମ୍ବା ଲମ୍ୱା କାଟି ଦେବ |ମାଛରେ ଲୁଣ ହଳଦୀ ଗୋଳାଇ ରଖିବ |ଗୋଲମରିଚ ଗୁଣ୍ଡକରି ରଖିବ |ଲୁଣ ହଳଦୀ ଗୋଳା ମାଛରେ ପିଆଜ ବଟା ,ଗୋଲମରିଚ ଗୁଣ୍ଡ,ଟମାଟୋ କଟା,ଆଳୁକଟା,ତେଲ ,ଦହି ସବୁ ଭଲଭାବେ ଗୋଳାଇ ଢାଙ୍କୁଣୀ ବନ୍ଦ କରି ଅଳ୍ପ ନିଆଁରେ ତାୱାରେ ବସାଇବ |ଏଥିରେ ପାଣି ଦିଆଯିବ ନାହିଁ ଏହାକୁ ଘାଣ୍ଟିବ ନାହିଁ |