ପ୍ରସ୍ତୁତି ସାମଗ୍ରୀ : ଅଧ ଲିଟର ପାଣିକଖାରୁ ପାଣି (ପାଣିକଖାରୁ ବଡ଼ି କରିସାରିବା ପରେ ବଳକା ରହୁଥିବା ପାଣି), ୧ କିଲୋ ଖଇ,ଅଳ୍ପଲଙ୍କାଗୁଣ୍ଡ, ଲୁଣ,କିଛି ଭଜା ଚିନାବାଦାମ, ୪୮୫ ଚାମଚ ରାଶି, କିଛି ଧନିଆପତ୍ର କିମ୍ବା ଭୃସଙ୍ଗ ପତ୍ର । ପ୍ରଣାଳୀ : ସବୁ ସାମଗ୍ରୀକୁ ଏକାଠି ଗୋଳାଇ ସେହିପରି ଗୋଟିଏ ଦିନ ଛାଡି ଦିଅନ୍ତୁ । ବଡ଼ି ପକା ଟିଣ ଉପରେ ତେଲ ସରସର କରି ବଡ଼ିଗୁଡ଼ିକୁ ବରା ଆକାରରେ ଗଢ଼ି ଟିଣ ଉପରେ ତେଲ ସର ସର କରି ବଡ଼ିଗୁଡ଼ିକୁ ବରା ଆକାରରେ ଗଢ଼ି ଟାଣ ଖରାରେ ଦୁଇଦିନ ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ । ଏହା ଛାଣି ଖାଇବାକୁ ବେଶ ସୁସ୍ବାଦୁ । Odia Recipe
Author: liza
ପ୍ରସ୍ତୁତି ସାମଗ୍ରୀ : ୨୦୦ ଗ୍ରାମ୍ ଛତୁ, ୮/୧୦ କୋଲା ରସୁଣ, ୨ଟି କଞ୍ଚାଲକା, ୫/୬ଟି କଅଁଳ ପୋଇପତ୍ର, ୨ଟି କଅଁଳ କଖାରୁପତ୍ର, ୨ ଚାମଚ ବଟା ସୋରିଷ, ୨ ଚାମଚ ସୋରିଷ ତେଲ, ଖଣ୍ଡେ କଅଁଳ କଦଳୀପତ୍ର, ପୁଡ଼ିଆ ବାନ୍ଧିବାକୁସୁତୁଲି ଖଣ୍ଡେ, ସ୍ଵାଦ ଅନୁଯାୟୀ ଲୁଣ ଓ ହଳଦି । ପ୍ରସ୍ତୁତ ପ୍ରଣାଳୀ : ବାଲିଛତୁ ବା ପାଳଗଦା ଛତୁରେ ଏହି ପତ୍ରପୋଡ଼ା ସ୍ଵାଦିଷ୍ଟ ଲାଗେ । ଏବେ ଯେଉଁ ଛତୁ ବଜାରରେ ମିଳୁଛି, ତାହା ଚାଷ ଛତୁ । ସେ ଦେଶୀୟ ଛତୁଠାରୁ ଟିକେ ଟାଣ । ତେବେ ଏହି ଛତୁକୁ ପତ୍ରମୋଡ଼ା କରିବାକୁଚାହିଁଲେ ଛତୁର ଡେମ୍ଫରୁ ଚୋପା ଛଡ଼ାଇ ଧୋଇ ଦିଅନ୍ତୁ । ତା’ପରେ ଛୋଟ ଛୋଟ କାଟି ସାମାନ୍ୟ ହଳଦୀ ପକାଇ କଡ଼େଇରେ ଢ଼ାଙ୍କୁଣୀ ଘୋଡ଼ାଇ ଧିମା ଜାଳରେ ସିଝାଇ ପାଣି ନିଗାଡ଼ି ରଖନ୍ତୁ । ରସୁଣ କୋଲା କୁ ଛେଚି, କଟା କଞ୍ଚାଲଙ୍କା, ବଟା…
ପ୍ରସ୍ତୁତି ସାମଗ୍ରୀ : ୧ କପ୍ ସିଝା କଟା ଛତୁ, ଅଧା କପ୍ ବଏଲ ନୁଡୁଲ ଅଧା କପ୍ ସିଝା ପରିବା, ୨ ଚାମଚ ଗଜା ମୁଗ ଓ ଗଜାବୁଟ, ୨ ଚାମଚ କଟା ପିଆଜ, ୧ ଚାମଚ କଟା ରସୁଣ, ୧ ଚାମଚ ଲେମ୍ବୁରସ, ୨ ଚାମଚ ଲେଖାଏଁ ଟମାଟୋ ସସ୍ ଓ ସୋୟାସସ୍, ସଜାଇବା ପାଇଁ କଟା ଧନିଆପତ୍ର, କାକୁଡ଼ି, ଟମାଟୋ, ସ୍ବାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ଅନୁଯାଯୀ ତେଲ । ପ୍ରସ୍ତୃତ ପ୍ରଣାଳୀ : କଡ଼େଇରେ ତେଲ ତାତିଲେ କଟା ପିଆଜ ଓ ରସୁଣ ଭାଜନ୍ତୁ ! ସେଥିରେ ଗଜାମୁଗ ଗଜାବୁଟ ଦେଇ କିଛିସମୟ ଭାଜନ୍ତୁ ¦ ତା’ପରେ ପରିବା ନୁଡୁଲ୍ଓ ଛତୁକୁ ପକାଇ ଏପଟ ସେପଟ କରନ୍ତୁ । ସ୍ଵାଦ ଅନୁସାରେ ଲୁଣ, ସୋୟାସସ୍ ଟମାଟୋ ସସ୍ ପକାନ୍ତୁ । ଶେଷରେ ଲେମ୍ବୁରସ ଦେଇ ପ୍ଲେଟକୁ କାଢ଼ି ଗରମ ଗରମ ପରିବେଷଣ କରନ୍ତୁ |
ପ୍ରସ୍ତୁତି ସାମଗ୍ରୀ : ୧ କପ୍ ସିଝା କଟା ଛତୂ, ୧ କପ୍ ରାଇସ୍, ଅଧା କପ୍ ନୁଡୁଲ ସିଝା, ୨ ଚାମଚ କଟା ପିଆଜ, ୧ ଚାମଚ କଟା । ରସୁଣ, ୨ ଚାମଚ କଟା କ୍ୟାପ୍ସିକମ୍, ୧ ଚାମଚ ଗରମ ମସଲା, ୨ ଚାମଚ ‘ଟା ପରିବା, ଅଧା କପ୍ ଗଜାମୁଗ ଓ ମଟର, ସ୍ଵାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ଅନୁଯାୟୀ ତେଲ ! ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ କଡ଼େଇରେ ତେଲ ଗରମ କରି କଟାପିଆଜ, ରସୁଣ ଭାଜନ୍ତୁ । ତା’ପରେ କଟା କ୍ୟାପ୍ସିକମ୍, କଟା ପରିବା ଓ ଛତୁକୂ ପକାଇ ଭାଜନ୍ତୁ । ସାମାନ୍ୟ ଗୁଣ୍ଡ ଲଙ୍କା, ଗୁଣ୍ଡ ହଳଦି, ଗୁଣ୍ଡ ଗରମମସଲା ଦେଇ ଭାଜନ୍ତୁ । ଏଥର ସିଝା ନୋଡ଼ୁଲ୍ ଓ ରାଇସ୍କୁ ପକାନ୍ତୁ । ସାମାନ୍ୟ ପାଣିଦେଇ ଗଜାମୁଗ ଓ ମଟରକୁ ଗୋଳାଇ ୧ ମିନିଟ୍ ଢ଼ାଙ୍କୁଣୀ ବନ୍ଦକରି ରଖନ୍ତୁ ।…
ପ୍ରସ୍ତୁତି ସାମଗ୍ରୀ : ୨୦୦ ଗ୍ରାମ୍ ଛତୁ, ୧ଟି ବଡ଼ ଆଜୁ, ୨ଟି ମିଆଚ, ୭/ ୮ କୋଲା ରସୁଣ, ୨ଚାମଟ ବେସନ, ୧ ଚାମନ ଲେଖାଏଁ ଗୁଣ୍ଡ ଜିରା, ପୋସ୍ତ ତରକାରି ମସଲା ଗୁଣ୍ଡ, ୨/୩ ଚାମଚ ରିଫାଇନ୍ ତେଲ, ଅଳ୍ପ କଞ୍ଚାଲଙ୍କା ଓ ସ୍ଵାଦ ଅନୁଯାଯୀ ଲୁଣ | ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଧୋଇ ଚୂନା ଚୂନା କରି କାଟି ସିଝାଇ ରଖନ୍ତୁ । ପିଆଜ, ରସୁଣ ଓ କଞ୍ଚାଲଙ୍କାକୁ ଚୂନା ଚୂନା କରି କାଟି ରଖନ୍ତୁ । ଆଳୁକୁ ସିଝାଇ ରଖନ୍ତୁ । ସିଝାଛତୁ ସହିତ ଆଳୁ, ଗୁଣ୍ଡ ମସଲା, ଗୁଣ୍ଡ ଜିରା, କଟା ହୋଇଥିବା ପିଆଜ, ରସୁଣ, କଞ୍ଚାଲଙ୍କା, ବେସନ ସବୁଗୋଳାଇ ଭଲଭାବେ ଚକଟି ରଖନ୍ତୁ । ପ୍ୟାନ୍ ରେ ତେଲ ଦେଇ ବରା ଆକାରରେ ତିଆରି କରି ଭାଜରୁ । ତା’ପରେ ବରା ଉପରେ ପୋସ୍ତ ଏପଟ ସେପଟ ଛିଞ୍ଚି ଭଲଭାବେ…
ପ୍ରସ୍ତୁତି ସାମଗ୍ରୀ : ୨ ବିଡ଼ା ମେଥିଶାଗ,, ୧ଟି ବଡ଼ ପିଆଜ, ଅଳ୍ପ କଟାଧନିଆପତ୍ର, ୨ ଛୋଟଚାମଚ ଲେଖାଏଁ କଟାକଞ୍ଚାଲଙ୍କା ଓ ଚୂନା ଚୂନା କଟାଅଦା, ୧୫୦ ଗ୍ରା. ଅଟା, ୧୫୦ ଗ୍ରା..ମଇଦା, ୨ ଚାମଚ ରିଫାଇନ୍ ତେଲ, ୪ ବଡ଼ଚାମଚ ଘିଅ, ସ୍ଵାଦ ଅନୁସାରେ ଲୁଣ । ପ୍ରସ୍ତୁତ ପ୍ରଣାଳୀ : ଅଟା ଓ ମଇଦାକୁ ଏକାଠି ମିଶାନ୍ତୁ । ଲୁଣ ଓ ରିଫାଇନ୍ ତେଲ ପକାଇ ହାତରେ ଗୋଳାନ୍ତୁ । ମେଥି ଶାଗକୁ ଧୋଇ ପାଣି ନିଗାଡ଼ି ଚୂନା ଚୂନା କରି କାଟି ରଖନ୍ତୁ । ଅଟା ଓ ମଇଦାର ମିଶ୍ରଣରେ କଟା ମେଥି ଶାଗ, କଟାପିଆଜ, କଟାଅଦା, କଟାଲଙ୍କା, କଟାଧନିଆପତ୍ରକୁ ମିଶାଇ ଅଛ ପାଣି ଦେଇ ଚକଟି ରଖନ୍ତୁ | ସମାନ ଭାଗରେ ବଡ଼ ବଡ଼ ଗୁଳା କରି ମୋଟା ମୋଟା ରୁଟି ଆକାରରେ ବେଲି ରଖନ୍ତୁ । ତା ପରେ ଏହାକୁ ଗରମ ତାୱାରେ ପକାଇ…
ଭଜାପାଇଁ ପ୍ରସ୍ତୁତି ସାମଗ୍ରୀ: ୫୦୦ ଗ୍ରା. ସୁନ୍ସୁନିଆ ଶାଗ, ୨ଟି ରସୁଣ, ୨ଟି ଶୁଖିଲାଲଙ୍କା, ଏକ ବଡ଼ଚାମଚ ସୋରିଷତେଲ, ସ୍ଵାଦ ଅନୁଯାୟୀ ଲୁଣ | ପ୍ରସ୍ତୁତ ପ୍ରଣାଳୀ : ଶାଗର ଡେମ୍ଫରୁ ପତ୍ରଗୁଡ଼ିକୁ ଛିଣାଇ ବାଛି ଦିଅନ୍ତୁ। ତାକୁ କାଟି ଧୋଇ ରଖନ୍ତୁ । କଡ଼େଇ ଗରମ କରି ଶାଗ ଢାଳି ଅଛ ଲୁଣ ଦେଇ ଢାଙ୍କି ଦିଅନ୍ତୁ । ଶାଗ ସିଝି ଗଲାପରେ ଏହାକୂ ଗୋଟେ ପାତ୍ରରେ କାଢ଼ି ରଖରୁ । ଏବେ କଡ଼େଇରେତେଲ ଗରମ କରି ଶୁଖୂଲାଲଙ୍କା ଛିଣ୍ଡାଇ ଏବଂ ରସୁଣରୁ ଚୋପୀ ଛଡ଼ାଇ ଛେଚି ଏଥିରେ ପକାନ୍ତୁ । ରସୁଣ ସାମାନ୍ୟ ଭାଜି ଆସିଲେ ଶାଗ ଡ଼ାଳି ସଙ୍ଗେ ସଙ୍ଗେ ଘୋଡ଼ାଇ ଦିଅନ୍ତୁ |୨ ମିନିଟ୍ ପରେ ଢାଙ୍କୁଣୀ ଖୋଲି ଏହାକୁ ଭାଜନ୍ତୁ । କିଛି ସମୟ ପରେ ଏହି ଶାଗଭଜାକୁଓହ୍ଲାଇ ଆଣନ୍ତୁ ।
ପ୍ରସ୍ତୁତି ସାମଗ୍ରୀ : ୨ ବିଡ଼ା ମେଥି ଶାଗ, ୩୦୦ ଗ୍ରା. ଛୋଟ ଛୋଟ ଆଳୁ, ୪ ବଡ଼ଚାମଟ ଲେଖାଏଁ ଟମାଟୋ ପ୍ୟୁରି ଓ ରିଫାଇନ୍ ତେଲ, ୨ ଛୋଟଚାମଚ ବଟାପିଆଜ, ୧ ଛୋଟଚାମଚ ଲେଖାଏଁ ବଟାଅଦା, ଗୁଣ୍ଡଧନିଆ, ଗୁଣ୍ଡଲଙ୍କା, ଗୁଣ୍ଠହଳଦି, ଗୁଣ୍ଡଗରମମସଲା ଓ ଘିଅ ଏବଂ ସ୍ଵାଦ ଅନୁସାରେ ଲୁଣ । ପ୍ରସ୍ତୁତ ପ୍ରଣାଳୀ : ଛୋଟ ଛୋଟ ଆଳୁ ସିଝାଇ ଚୋପା ଛଡ଼ାଇ ରଖନ୍ତୁ । ମେଥି ଶାଗକୁ ଧୋଇ ଚୂନା ଚୂନା କରି କାଟି ରଖନ୍ତୁ । କଢ଼େଇରେ ଅଳ୍ପ ତେଲ ଦେଇ ସିଝା ଆଳୁକୁ ଛାଣି ରଖନ୍ତୁ | କଡ଼େଜରେ ତେଲ ଓ ଘିଅ ମିଶାଇ ପକାନ୍ତୁ | ତେଲ ଗରମ ହୋଇଗଲେ ଟମାଟୋ ପ୍ୟୁରି, ବଟାପିଆଜ ଓ ବଟାଅଦା ପକାଇ କିଛି ସମୟ ଭାଜନ୍ତୁ । ବର୍ତମାନ ଗୁଣ୍ଡଧନିଆ, ଗୁଣ୍ଡଲଙ୍କା ଓ ଗୁଣ୍ଡହଳଦି ପକାଇ ମସଲାରୁ ପାଣି ଶୁଖି ତେଲ ଉପରକୁ ଉଠିବା ପର୍ଯ୍ୟନ୍ତ…
ପ୍ରସ୍ତୁତି ସାମଗ୍ରୀ : ୨ବିଡ଼ା ସଜନା ଶାଗ, ୫୦ ଗ୍ରା. ଲେଖାଏଁ ଜହ୍ନି, ବାଇଗଣ, କଖାରୁ ଓ ଭଜାମୁଗ ଡାଲି, ଅଧାକପ୍ କୋରାନଡ଼ିଆ, ୫/ ୬ ପାଖୁଡ଼ା ରସୁଣ, ୧ ଛୋଟଚାମଚ ଫୁଟଣ, ୨ ଟି ଶୁଖିଲାଲଙ୍କା, ୧ ଛୋଟଚାମଚ ଗୁଣ୍ଡହଳଦି, ସ୍ଵାଦ ଅନୁସାରେ ଲୁଣ । ପ୍ରସ୍ତୁତ ପ୍ରଣାଳୀ : ସଜନା ଶାଗକୁ ବାଛି ରଖନ୍ତୁ । ଭଜାମୁଗ ଡାଲିକୁ ଧୋଇ ୧ କପ୍ ପାଣି ଦେଇ ଗୁଣ୍ଡହଳଦି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସିଝାଇ ରଖନ୍ତୁ । ରସୁଣରୁ ଚୋପା ଛଡ଼ାଇ ଛେଚି ରଖନ୍ତୁ । ପରିବାଗୁଡ଼ିକ ଚୂନା ଚୂନା କରି କାଟି ରଖନ୍ତୁ । ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ । ତେଲ ଗରମ ` ହୋଇଗଲେ ଫୁଟଣ ଓ ଶୁଖିଲାଲଙ୍କା ପକାନ୍ତୁ । ଫୁଟଣ ଫୁଟିଗଲେ ଛେଚାରସୁଣ ଓ ପରିବା ପକାଇ ଭଲ ଭାବରେ ଗୋଳାଇ ସଜନା ଶାଗ ଓ ସିଝାମୁଗ ଡାଲି,…
ପ୍ରସ୍ତୁତି ସାମଗ୍ରୀ : ୫୦୦ ଗ୍ରା, ମଦରଙ୍ଗା ଶାଗ, ୨ଟି ଆଳୁ, ୫୦ ଗ୍ରାମ୍ ପୋସ୍ତ, ୨ଟି ପିଆଦ, ୧ କୋଲା ରସୁଣ, ଅଧାଚାମଚ କିରା, ୨ ଟି ଶୁଖିଲାଲଙ୍କା, ଗୋଟେ ବଡ଼ଚାମଚ ସୋରିଷ ତେଲ, ସ୍ଵାଦ ଅନୁଯାୟୀ ଲୁଣ ଓ ଗୁଣ୍ଡହଳଦି । ପ୍ରସ୍ତୁତ ପ୍ରଣାଳୀ : ଶାଗ ବାଛି ଧୋଇ କାଟି ରଖନ୍ତୁ । ଆଳୁର ଚୋପା ହଡ଼େଇ ସରୁ ସରୁ କାଟନ୍ତୁ ଏବଂ ଅନ୍ୟଗୋଟେ ପିଆଜ, ଜିରା, ରସୁଣ, ଲଙ୍କାକୁ ବାଟି ଦିଅନ୍ତୁ ।ପୋସ୍ତକୁ ଅଲଗା ବାଟି ରଖନ୍ତୁ । କଢ଼େଇରେ ତେଲ ଗରମ କରି କଟାପିଆଜ ଓ ବଟାମସଲା ପକାନ୍ତୁ ! କିଛି ସମୟ କଷିଲା ପରେ ପୋସ୍ତ ପକାରୁ । ତା’ପରେ ଆଳୁ, ଶାଗ, ଲୁଣ ହଳଦି ପକାଇ ଢାଙ୍କି ଢାଙ୍କି କଷନ୍ତୁ । ଆବଶ୍ୟକ ହେଲେ ଅଧାକପ୍ ପାଣି ଦିଅନ୍ତୁ | ଆଳୁ ଶାଗ ଶିଝିଗଲେ ତରକାରି ଓହ୍ଲାନ୍ତୁ ।