ଭଜାପାଇଁ ପ୍ରସ୍ତୁତି ସାମଗ୍ରୀ: ୫୦୦ ଗ୍ରା. ସୁନ୍ସୁନିଆ ଶାଗ, ୨ଟି ରସୁଣ, ୨ଟି ଶୁଖିଲାଲଙ୍କା, ଏକ ବଡ଼ଚାମଚ ସୋରିଷତେଲ, ସ୍ଵାଦ ଅନୁଯାୟୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ : ଶାଗର ଡେମ୍ଫରୁ ପତ୍ରଗୁଡ଼ିକୁ ଛିଣାଇ ବାଛି ଦିଅନ୍ତୁ। ତାକୁ କାଟି ଧୋଇ ରଖନ୍ତୁ । କଡ଼େଇ ଗରମ କରି ଶାଗ ଢାଳି ଅଛ ଲୁଣ ଦେଇ ଢାଙ୍କି ଦିଅନ୍ତୁ । ଶାଗ ସିଝି ଗଲାପରେ ଏହାକୂ ଗୋଟେ ପାତ୍ରରେ କାଢ଼ି ରଖରୁ । ଏବେ କଡ଼େଇରେ
ତେଲ ଗରମ କରି ଶୁଖୂଲାଲଙ୍କା ଛିଣ୍ଡାଇ ଏବଂ ରସୁଣରୁ ଚୋପୀ ଛଡ଼ାଇ ଛେଚି ଏଥିରେ ପକାନ୍ତୁ । ରସୁଣ ସାମାନ୍ୟ ଭାଜି ଆସିଲେ ଶାଗ ଡ଼ାଳି ସଙ୍ଗେ ସଙ୍ଗେ ଘୋଡ଼ାଇ ଦିଅନ୍ତୁ |୨ ମିନିଟ୍ ପରେ ଢାଙ୍କୁଣୀ ଖୋଲି ଏହାକୁ ଭାଜନ୍ତୁ । କିଛି ସମୟ ପରେ ଏହି ଶାଗଭଜାକୁ
ଓହ୍ଲାଇ ଆଣନ୍ତୁ ।