ପ୍ରସ୍ତୁତି ସାମଗ୍ରୀ : ୨ ବିଡ଼ା ମେଥିଶାଗ,, ୧ଟି ବଡ଼ ପିଆଜ, ଅଳ୍ପ କଟାଧନିଆପତ୍ର, ୨ ଛୋଟଚାମଚ ଲେଖାଏଁ କଟାକଞ୍ଚାଲଙ୍କା ଓ ଚୂନା ଚୂନା କଟାଅଦା, ୧୫୦ ଗ୍ରା. ଅଟା, ୧୫୦ ଗ୍ରା..ମଇଦା, ୨ ଚାମଚ ରିଫାଇନ୍ ତେଲ, ୪ ବଡ଼ଚାମଚ ଘିଅ, ସ୍ଵାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ଅଟା ଓ ମଇଦାକୁ ଏକାଠି ମିଶାନ୍ତୁ । ଲୁଣ ଓ ରିଫାଇନ୍ ତେଲ ପକାଇ ହାତରେ ଗୋଳାନ୍ତୁ । ମେଥି ଶାଗକୁ ଧୋଇ ପାଣି ନିଗାଡ଼ି ଚୂନା ଚୂନା କରି କାଟି ରଖନ୍ତୁ । ଅଟା ଓ ମଇଦାର ମିଶ୍ରଣରେ କଟା ମେଥି ଶାଗ, କଟାପିଆଜ, କଟାଅଦା, କଟାଲଙ୍କା, କଟାଧନିଆପତ୍ରକୁ ମିଶାଇ ଅଛ ପାଣି ଦେଇ ଚକଟି ରଖନ୍ତୁ | ସମାନ ଭାଗରେ ବଡ଼ ବଡ଼ ଗୁଳା କରି ମୋଟା ମୋଟା ରୁଟି ଆକାରରେ ବେଲି ରଖନ୍ତୁ । ତା ପରେ ଏହାକୁ ଗରମ ତାୱାରେ ପକାଇ ଦୁଇପଟ ଘିଅ ଦେଇ ଲାଲହେବା ପର୍ଯ୍ୟନ୍ତ ସେକନ୍ତୁ । ଏହାକୁ
ଗରମ ଗରମ ଆଚାର କିମ୍ବା ଚଟଣି ସହିତ ପରିବେଷଣ କରନ୍ତୁ ।