ପ୍ରସ୍ତୁତି ସାମଗ୍ରୀ : ୨ ବିଡ଼ା ମେଥି ଶାଗ, ୩୦୦ ଗ୍ରା. ଛୋଟ ଛୋଟ ଆଳୁ, ୪ ବଡ଼ଚାମଟ ଲେଖାଏଁ ଟମାଟୋ ପ୍ୟୁରି ଓ ରିଫାଇନ୍ ତେଲ, ୨ ଛୋଟଚାମଚ ବଟାପିଆଜ, ୧ ଛୋଟଚାମଚ ଲେଖାଏଁ ବଟାଅଦା, ଗୁଣ୍ଡଧନିଆ, ଗୁଣ୍ଡଲଙ୍କା, ଗୁଣ୍ଠହଳଦି, ଗୁଣ୍ଡ
ଗରମମସଲା ଓ ଘିଅ ଏବଂ ସ୍ଵାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ଛୋଟ ଛୋଟ ଆଳୁ ସିଝାଇ ଚୋପା ଛଡ଼ାଇ ରଖନ୍ତୁ । ମେଥି ଶାଗକୁ ଧୋଇ ଚୂନା ଚୂନା କରି କାଟି ରଖନ୍ତୁ । କଢ଼େଇରେ ଅଳ୍ପ ତେଲ ଦେଇ ସିଝା ଆଳୁକୁ ଛାଣି ରଖନ୍ତୁ | କଡ଼େଜରେ ତେଲ ଓ ଘିଅ ମିଶାଇ ପକାନ୍ତୁ | ତେଲ ଗରମ ହୋଇଗଲେ ଟମାଟୋ ପ୍ୟୁରି, ବଟାପିଆଜ ଓ ବଟାଅଦା ପକାଇ କିଛି ସମୟ ଭାଜନ୍ତୁ । ବର୍ତମାନ ଗୁଣ୍ଡଧନିଆ, ଗୁଣ୍ଡଲଙ୍କା ଓ ଗୁଣ୍ଡହଳଦି ପକାଇ ମସଲାରୁ ପାଣି ଶୁଖି ତେଲ ଉପରକୁ ଉଠିବା ପର୍ଯ୍ୟନ୍ତ ଭାଜନ୍ତୁ । ପୂର୍ବରୁ କାଟି ରଖିଥିବା ମେଥି ଶାଗକୁ ଏଥିରେ ପକାଇ ଗୋଳାନ୍ତୁ । ଶାଗ ସିଝିଆସିଲେ ଛାଣି ରଖିଥିବା ଗୋଟାଆଳୁ ଓ ଲୁଣ ପକାଇ ଗୋଳାନ୍ତୁ । ଯେପରିକି ଶାଗ ସହିତ ଆଳୁ ଓ ମସଲା ଭଲଭାବରେ ମିଶିଯିବ ।’ ବର୍ତ୍ତମାନ ଚୁଲିରୁ ଓହ୍ଲାଇ ଗୁଣ୍ଡ ଗରମମସଲା ପକାର ଗୋଳାଇ ଗରମ ପୁରି କିମ୍ବା ପରଟା ସହିତ ପରିବେଷଣ କରନ୍ତୁ ।