ପ୍ରସ୍ତୁତି ସାମଗ୍ରୀ : ୨୦୦ ଗ୍ରାମ୍ ଛତୁ, ୮/୧୦ କୋଲା ରସୁଣ, ୨ଟି କଞ୍ଚାଲକା, ୫/୬ଟି କଅଁଳ ପୋଇପତ୍ର, ୨ଟି କଅଁଳ କଖାରୁପତ୍ର, ୨ ଚାମଚ ବଟା ସୋରିଷ, ୨ ଚାମଚ ସୋରିଷ ତେଲ, ଖଣ୍ଡେ କଅଁଳ କଦଳୀପତ୍ର, ପୁଡ଼ିଆ ବାନ୍ଧିବାକୁ
ସୁତୁଲି ଖଣ୍ଡେ, ସ୍ଵାଦ ଅନୁଯାୟୀ ଲୁଣ ଓ ହଳଦି ।
ପ୍ରସ୍ତୁତ ପ୍ରଣାଳୀ : ବାଲିଛତୁ ବା ପାଳଗଦା ଛତୁରେ ଏହି ପତ୍ରପୋଡ଼ା ସ୍ଵାଦିଷ୍ଟ ଲାଗେ । ଏବେ ଯେଉଁ ଛତୁ ବଜାରରେ ମିଳୁଛି, ତାହା ଚାଷ ଛତୁ । ସେ ଦେଶୀୟ ଛତୁଠାରୁ ଟିକେ ଟାଣ । ତେବେ ଏହି ଛତୁକୁ ପତ୍ରମୋଡ଼ା କରିବାକୁ
ଚାହିଁଲେ ଛତୁର ଡେମ୍ଫରୁ ଚୋପା ଛଡ଼ାଇ ଧୋଇ ଦିଅନ୍ତୁ । ତା’ପରେ ଛୋଟ ଛୋଟ କାଟି ସାମାନ୍ୟ ହଳଦୀ ପକାଇ କଡ଼େଇରେ ଢ଼ାଙ୍କୁଣୀ ଘୋଡ଼ାଇ ଧିମା ଜାଳରେ ସିଝାଇ ପାଣି ନିଗାଡ଼ି ରଖନ୍ତୁ । ରସୁଣ କୋଲା କୁ ଛେଚି, କଟା କଞ୍ଚାଲଙ୍କା, ବଟା ସୋରିଷ, ପୋଇପତ୍ର କାଟି ରଖନ୍ତୁ । କଦଳୀ ପତ୍ର ଉପରେ କଖାରୁ ପତ୍ର ରଖି ତା ”ଉପରେ ଛତୁସିଝା, ସୋରିଷ, ଲଙ୍କା, ରସୁଣ, ତେଲ, ଲୁଣ, ହଳଦି ଗୋଳାଇ ରଖନ୍ତୁ | ତା’ପରେ ତାକୁ କଦଳୀ ପତ୍ର ସମେତ ପୁଡ଼ିଆ କରି ସୂତୁଲିରେ ବାନ୍ଧି ଦିଅନ୍ତୁ । ଏବେ ଧିମା ଜାଳରେ ରୁଟିସେକା ଜାଲି ବା ପାମ୍ପଡ଼ ପୋଡ଼ା ଜାଲି ଉପରେ ସେଇ ପୁଡ଼ିଆକୁ ରଖି ଉପରେ ଏକ ଗାଢ଼ୁଆ ପାତ୍ର କଦଳୀପତ୍ର କାଢ଼ି କଖାରୁ ପତ୍ରରେ ବନ୍ଧାଥିବା ଛତୁରେ କଞ୍ଚାତେଲ ଚାମଚେ ପକାଇ ଚକଟି ପରିବେଷଣ କରନ୍ତୁ ।