ପ୍ରସ୍ତୁତି ସାମଗ୍ରୀ : ୨୦୦ ଗ୍ରାମ୍ ଛତୁ, ୧ଟି ବଡ଼ ଆଜୁ, ୨ଟି ମିଆଚ, ୭/ ୮ କୋଲା ରସୁଣ, ୨ଚାମଟ ବେସନ, ୧ ଚାମନ ଲେଖାଏଁ ଗୁଣ୍ଡ ଜିରା, ପୋସ୍ତ ତରକାରି ମସଲା ଗୁଣ୍ଡ, ୨/୩ ଚାମଚ ରିଫାଇନ୍ ତେଲ, ଅଳ୍ପ କଞ୍ଚାଲଙ୍କା ଓ ସ୍ଵାଦ ଅନୁଯାଯୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଧୋଇ ଚୂନା ଚୂନା କରି କାଟି ସିଝାଇ ରଖନ୍ତୁ । ପିଆଜ, ରସୁଣ ଓ କଞ୍ଚାଲଙ୍କାକୁ ଚୂନା ଚୂନା କରି କାଟି ରଖନ୍ତୁ । ଆଳୁକୁ ସିଝାଇ ରଖନ୍ତୁ । ସିଝାଛତୁ ସହିତ ଆଳୁ, ଗୁଣ୍ଡ ମସଲା, ଗୁଣ୍ଡ ଜିରା, କଟା ହୋଇଥିବା ପିଆଜ, ରସୁଣ, କଞ୍ଚାଲଙ୍କା, ବେସନ ସବୁଗୋଳାଇ ଭଲଭାବେ ଚକଟି ରଖନ୍ତୁ । ପ୍ୟାନ୍ ରେ ତେଲ ଦେଇ ବରା ଆକାରରେ ତିଆରି କରି ଭାଜରୁ । ତା’ପରେ ବରା ଉପରେ ପୋସ୍ତ ଏପଟ ସେପଟ ଛିଞ୍ଚି ଭଲଭାବେ ଭାଜନ୍ତୁ । ବରା ବାଦାମୀ ରଙ୍ଗ ହେଲାପରେ ଗରମ ଗରମ
ଟମାଟୋ ସସ୍ ଦେଇ ଖାଇବାକୁ ଦିଅନ୍ତୁ । ଆବଶ୍ୟକ ହେଲେ ଉପରେ ବିଟ୍ ଲୁଣ ପକାଇପାରନ୍ତି ।