ପ୍ରସ୍ତୁତି ସାମଗ୍ରୀ : ୧ କପ୍ ସିଝା କଟା ଛତୁ, ଅଧା କପ୍ ବଏଲ ନୁଡୁଲ ଅଧା କପ୍ ସିଝା ପରିବା, ୨ ଚାମଚ ଗଜା ମୁଗ ଓ ଗଜାବୁଟ, ୨ ଚାମଚ କଟା ପିଆଜ, ୧ ଚାମଚ କଟା ରସୁଣ, ୧ ଚାମଚ ଲେମ୍ବୁରସ, ୨ ଚାମଚ ଲେଖାଏଁ ଟମାଟୋ ସସ୍ ଓ ସୋୟାସସ୍, ସଜାଇବା ପାଇଁ କଟା ଧନିଆପତ୍ର, କାକୁଡ଼ି, ଟମାଟୋ, ସ୍ବାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ଅନୁଯାଯୀ ତେଲ ।
ପ୍ରସ୍ତୃତ ପ୍ରଣାଳୀ : କଡ଼େଇରେ ତେଲ ତାତିଲେ କଟା ପିଆଜ ଓ ରସୁଣ ଭାଜନ୍ତୁ ! ସେଥିରେ ଗଜାମୁଗ ଗଜାବୁଟ ଦେଇ କିଛିସମୟ ଭାଜନ୍ତୁ ¦ ତା’ପରେ ପରିବା ନୁଡୁଲ୍ଓ ଛତୁକୁ ପକାଇ ଏପଟ ସେପଟ କରନ୍ତୁ । ସ୍ଵାଦ ଅନୁସାରେ ଲୁଣ, ସୋୟାସସ୍ ଟମାଟୋ ସସ୍ ପକାନ୍ତୁ । ଶେଷରେ ଲେମ୍ବୁରସ ଦେଇ ପ୍ଲେଟକୁ କାଢ଼ି ଗରମ ଗରମ ପରିବେଷଣ କରନ୍ତୁ |