ପ୍ରସ୍ତୁତି ସାମଗ୍ରୀ : ୧ କପ୍ ସିଝା କଟା ଛତୂ, ୧ କପ୍ ରାଇସ୍, ଅଧା କପ୍ ନୁଡୁଲ ସିଝା, ୨ ଚାମଚ କଟା ପିଆଜ, ୧ ଚାମଚ କଟା । ରସୁଣ, ୨ ଚାମଚ କଟା କ୍ୟାପ୍ସିକମ୍, ୧ ଚାମଚ ଗରମ ମସଲା, ୨ ଚାମଚ ‘ଟା ପରିବା, ଅଧା କପ୍ ଗଜାମୁଗ ଓ ମଟର, ସ୍ଵାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ଅନୁଯାୟୀ ତେଲ !
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ କଡ଼େଇରେ ତେଲ ଗରମ କରି କଟାପିଆଜ, ରସୁଣ ଭାଜନ୍ତୁ । ତା’ପରେ କଟା କ୍ୟାପ୍ସିକମ୍, କଟା ପରିବା ଓ ଛତୁକୂ ପକାଇ ଭାଜନ୍ତୁ । ସାମାନ୍ୟ ଗୁଣ୍ଡ ଲଙ୍କା, ଗୁଣ୍ଡ ହଳଦି, ଗୁଣ୍ଡ ଗରମମସଲା ଦେଇ ଭାଜନ୍ତୁ । ଏଥର ସିଝା ନୋଡ଼ୁଲ୍ ଓ ରାଇସ୍କୁ ପକାନ୍ତୁ । ସାମାନ୍ୟ ପାଣିଦେଇ ଗଜାମୁଗ ଓ ମଟରକୁ ଗୋଳାଇ ୧ ମିନିଟ୍ ଢ଼ାଙ୍କୁଣୀ ବନ୍ଦକରି ରଖନ୍ତୁ । ତା ‘ପରେ ଲେମ୍ବୁରସ ପକାଇ ପ୍ଲେଟକୁ କାଢ଼ି ଗାଜର, କାକୁଡ଼ି, ଟମାଟୋ, ଧନିଆପତ୍ର ଦେଇ ପରିବେଷଣ କରନ୍ତୁ।