ପ୍ରସ୍ତୁତି ସାମଗ୍ରୀ : ଅଧ ଲିଟର ପାଣିକଖାରୁ ପାଣି (ପାଣିକଖାରୁ ବଡ଼ି କରିସାରିବା ପରେ ବଳକା ରହୁଥିବା ପାଣି), ୧ କିଲୋ ଖଇ,ଅଳ୍ପଲଙ୍କାଗୁଣ୍ଡ, ଲୁଣ,କିଛି ଭଜା ଚିନାବାଦାମ, ୪୮୫ ଚାମଚ ରାଶି, କିଛି ଧନିଆପତ୍ର କିମ୍ବା ଭୃସଙ୍ଗ ପତ୍ର ।
ପ୍ରଣାଳୀ : ସବୁ ସାମଗ୍ରୀକୁ ଏକାଠି ଗୋଳାଇ ସେହିପରି ଗୋଟିଏ ଦିନ ଛାଡି ଦିଅନ୍ତୁ । ବଡ଼ି ପକା ଟିଣ ଉପରେ ତେଲ ସରସର କରି ବଡ଼ିଗୁଡ଼ିକୁ ବରା ଆକାରରେ ଗଢ଼ି ଟିଣ ଉପରେ ତେଲ ସର ସର କରି ବଡ଼ିଗୁଡ଼ିକୁ ବରା ଆକାରରେ ଗଢ଼ି ଟାଣ ଖରାରେ ଦୁଇଦିନ ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ । ଏହା ଛାଣି ଖାଇବାକୁ ବେଶ ସୁସ୍ବାଦୁ ।