Author: liza

ପ୍ରସ୍ତୁତି ସାମଗ୍ରୀ : ୧ କଫ୍‌ ଗୋଲ ଗୋଲ କଟା ହୋଇଥିବା ବନ୍ତଳ କଦଳୀ, ୨ କପ୍‌ କଟା ଲେଉଟିଆ ଶାଗ, ଅଧା କପ୍‌ କଟା ଧନିଆପତ୍ର, ୧ ଚାମଚ କଟାରସୁଣ, ୨ଟି ଶୁଖିଲା ଲଙ୍କା, ୧ ଚାମଚ ଜିରା ଓ ସୋରିଷ, ଅଧା କପ୍‌ ଜୋରାନଢ଼ିଆ, ଆବଶ୍ୟକ ଅନୁସାରେ ତେଲ ଓ ସ୍ଵାଦ ଅନୁସାରେ ଲୁଣ । ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ତେଲ ଗରମ କରି ଜିରା ଓ ସୋରିଷ ଫୁଟାଇ ଶୁଖିଲାଲଙ୍କା ଓ ରସୁଣ ଭାଜି ସେଥିରେ କଟାକଦଳୀ ପକାନ୍ତୁ । କିଛି ସମୟ ପରେ ଏପଟ ସେପଟ କଲାପରେ କଟାଶାଗ, କଟାଧନିଆପତ୍ର, କୋରାନଡ଼ିଆ ଓ ଲୁଣ ପକାଇ ଭାଜନ୍ତୁ |ସିଝିଗଲେ ପ୍ଲେଟକୁ କାଢ଼ି ସଜାଇ ଖାଇବାକୁ ଦିଅନ୍ତୁ ।

Read More

ପ୍ରସ୍ତୁତ ସାମଗ୍ରୀ: ୫୦୦ ଗ୍ରାମ୍ ଖଡା ଶାଗ,୧ଟି ଆଳୁ,୧ଟି ବାଇଗଣ,୨ଟି ସଜନାଛୁଇଁ ,୨ଟି ଟମାଟୋ,୨ଟି ଶୁଖିଲା ଲଙ୍କା ,ଅଧା ଚାମଚ ଜିରା,ରାନ୍ଧିବା ପାଇଁ ସୋରିଷ ତେଲ,ସ୍ବାଦ ଅନୁଯାୟୀ ଲୁଣ ଓ ଗୁଣ୍ଡହଳଦୀ | ପ୍ରସ୍ତୁତ ପ୍ରଣାଳୀ : ଖଡ଼ା ଶାଗକୁ ଧୋଇ ଚୂନା ଚୂନା କରି କାଟନ୍ତୁ । ଟାଣ ଅଂଶଗୁଡ଼ିକୁ ଛାଡ଼ି କଅଁଳ କାଣ୍ଡଗୁଡ଼ିକ ମଧ୍ଯ ବୂନା ଚୂନା କରି ଏଥିରେ ମିଶାନ୍ତୁ । ଆଳୁ ଓ ବାଇଗଣକୁ ଛୋଟ ଛୋଟ ଜରି କାଟି ରଖନ୍ତୁ | କଢ଼େଇରେ ତେଲ ଗରମ କରି ଶୁଖିଲାଲଙ୍କା ଛିଣ୍ଡେଇ ପକାନ୍ତୁ । ଲଙ୍କା ଭାଜ ହୋଇ ଆସିଲେ ରସୁଣ ଛେଚି ପକାନ୍ତୁ । ଲୁଣ ଓ ହଳଦି ଦେଇ ପରିବା ଓ ଶାଗ ଏଥିରେ ପକାନ୍ତୁ । ସିଝିବା ପାଇଁ ଏହାକୁ କିଛି ସମୟ ଘୋଡ଼ାଇ ଦିଅନ୍ତୁ । ଶାଗ ଓ ପରିବା ସିଝି ଆସିଲେ ଢ଼ାଙ୍କୁଣୀ ଖୋଲି ଖେଳେଇ ଖେଳେଇ ଖରଡ଼ି…

Read More

ପ୍ରସ୍ତୁତି ସାମଗ୍ରୀ : ୩୦୦ ଗ୍ରା. ବଥୁଆ ଶାଗ, ୧ କପ୍‌ ଅରୁଆ ଚାଉଳ, ୧ କପ୍‌ ବୁଟ ଡାଳି, ୧ଟି ପିଆଜ, ୪ଟି କଞ୍ଚାଲଙ୍କା, ୧ ଚାମଚ ଜିରା, ରିଫାଇନ୍‌ ତେଲ, ଗୁଣ୍ଡ ହଳଦି ଓ ସ୍ଵାଦ ଅନୁଯାୟୀ ଲୁଣ । ପ୍ରସ୍ତୁତ ପ୍ରଣାଳୀ : ବଥୁଆ ଶାଗକୁ ଧୋଇ ଚୂନା ଚୂନା କରି କାଟନ୍ତୁ । ରୋଷେଇ କରିବାର ଚାରିଘଣ୍ଟା ପୂର୍ବରୁ ଅରୁଆ ଚାଉଳ ଓ ବୁଟ ଡାଲିକୁ ଭିଜାଇ ଦିଅନ୍ତୁ । ଏହି ଭିଜା ଅରୁଆ ଚାଉଳ ଓ ବୁଟ ଡାଲିକୁ ଗ୍ରାଇଣ୍ଡର କରିଦିଅନ୍ତୁ । ଗୋଟେ ପାତ୍ରରେ ଏହି ଚାଉଳ ଓ ବୁଟଡାଲିକୁ ରଖି ଏଥରେ ଶାଗ ପକାନ୍ତୁ । ପିଆଜ ଓ ଲଙ୍କାକୁ ଚୂନା ଚୂନା, କାଟି ଏବଂ ଜିରା, ଲୁଣ ଓ ହଳଦି ପକାଇ ଗୋଳାର ଦିଅନ୍ତୁ | ଏବେ କଡ଼େଇରେ ତେଲ ଗରମ କରି ଏହାକୁ ବରା ଆକାରରେ ଛାଣି ଆଣନ୍ତୁ…

Read More

ପ୍ରସ୍ତୁତି ସାମଗ୍ରୀ : ୨ ବିଢ଼ା ବଥୁଆ ଶାଗ, ଗୋଟିଏ ଲେଖାଏ ଆଳୁ, ବାଇଗଣ, ମୂଳା ଓ ପିଆଜ, ୨ଟି କଞ୍ଚାଲଙ୍କା, ଅଳ୍ପ ଜିରା, ଆବଶ୍ଯକ ଅନୁଯାୟୀ ତେଲ, ଓ ସ୍ଵାଦ ଅନୁଯାୟୀ ଲୁଣ । ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ବଥୁଆ ଶାଗକୁ ଧୋଇ ଚୂନା ଚୂନା କରି କାଟନ୍ତୁ । ସବୁ ପରିବା, ପିଆଜ ଓ ଲଙ୍କାକୁ ଛୋଟ ଛୋଟ କରି କାଟି ରଖନ୍ତୁ | କଡ଼େଇରେ ତେଲ ଗରମ କରି ସେଥିରେ ଜିରା ଓ କଞ୍ଚାଲଙ୍କା ଫୁଟାନ୍ତୁ | ତା’ପରେ ସବୁ କଟା ପରିବା ପକାଇ ଲୁଣ ଦେଇ ଗୋଳାଇ ଧିମା ଆଞ୍ଚରେ ବସାଇ ଦିଅନ୍ତୁ । ପରିବା ନରମ ହେବା ପରେ ଶାଗ ପକାଇ ଗୋଳାନ୍ତୁ । ୫ ମିନିଟ୍‌ ପରେ ଚୁଲିରୁ ଓହ୍ଲାଇ ପରଷନ୍ତୁ ।

Read More

ପ୍ରସ୍ତୁତି ସାମଗ୍ରୀ : ୨ ବିଡ଼ା ପାଳଙ୍ଗ ଶାଗ, ୨୦୦ ପ୍ରା. ବୁଟଡଲି, ୨ ଛୋଟଚାମଚ ଲେଖାଏଁ ବଟାପିଆଜ, କଟାରସୁଣ ଓ କଟା କଞ୍ଚାଲଙ୍କା, ୧ ଛୋଟଚାମଚ ଲେଖାଏଁ ଜିରା, ମେଥି, ଗୁଣ୍ଡଲଙ୍କା, ଗରମ ଗୁଣ୍ଡମସଲା ଓ ଅଳପ କଟା ଧନିଆପତ୍ର, ୨ ବଡ଼ଚାମଚ ଲହୁଣି, ଅଧା ଚାମଚ ଚିନି, ଗୋଟିଏ ଟମାଟୋ, ସ୍ବାଦ ଅନୁସାରେ ଲୁଣ | ପ୍ରସ୍ତୁତ ପ୍ରଣାଳୀ : ବୁଟ ଡାଲିକୁ ଅଧଘଣ୍ଟା ବତୁରାନ୍ତୁ । ଡାଲିକୁ ଧୋଇ ୧ କପ୍‌ ପାଣିରେ ଗୁଣ୍ଡହଳଦି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସିଝାଇ ରଖନ୍ତୁ । ପାଳଙ୍ଗ ଶାଗକୁ ଧୋଇ, ଛାଣି ଚୂନା ଚୂନା କରି କାଟି ରଖନ୍ତୁ । କଡ଼େଇରେ ଲହୁଣି ପକାଇ ଗରମ କରି ଚିନି ପକାନ୍ତୁ । ଚିନି ଲାଲ୍‌ ହୋଇଗଲେ ଜିରା ପକାନ୍ତୁ, ଜିରା ଫୁଟିଗଲେ କଟା ରସୁଣ ଓ କଟାକଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ । କଟା ଟମାଟୋ…

Read More

ପ୍ରସ୍ତୁତି ସାମଗ୍ରୀ : ୨ ବିନା ପାଳଙ୍ଗ ଶାଗ, ୧୫୦ ଗ୍ରା. ମଇଦା, ୧ ଛୋଟଟାମଚ ଯୁଆଣି, ଛାଣିବାପାଇଁ ରିଫାଇନ୍‌ ତେଲ, ସ୍ବାଦ ଅନୁସାରେ ଲୁଣ | ପ୍ରସ୍ତୁତ ପ୍ରଣାଳୀ : ପାଳଙ୍ଗ ଶାଗକୁ ଧୋଇ କଡ଼େଇରେ ଅଧାକପ୍‌ ପାଣି ଦେଇ ପକାନ୍ତୁ । ଅଧା ଚାମଚ ଚିନି ଓ ଲୁଣ ପକାଇ ଶାଗକୁ ସିଝାନ୍ତୁ । ଶାଗ ସିଝିଗଲେ ଥଣ୍ଡାକରି ଗ୍ରାଇଣ୍ଡରରେ ବାଟି ରଖନ୍ତୁ । ଅଟା, ମଇଦା, ଯୁଆଣି, ୨ ଚାମଚ ରିଫାଇନ୍‌ ତେଲ ଓ ସ୍ଵାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାନ୍ତୁ । ବାଟି ରଖିଥିବା ଶାଗକୁ ଏଥିରେ ପକାଇ ଚକଟନ୍ତୁ । ସମାନ ଭାଗରେ ଛୋଟ ଛୋଟ ଗୁଳା କରି ପୁରି ଆକାରରେ ବେଲି ରଖନ୍ତୁ । କଡ଼େଇରେ ତେଲ ଗରମ କରି ଏହାକୁ ପୁରି ଭଳି ଛାଣନ୍ତୁ ।

Read More

ସାମଗ୍ରୀ: ଫ୍ରେସ୍ ଫୁଲକୋବି -୧/୨ କିଲୋ (ବଡ ସାଇଜ୍‌ରେ କଟା) କର୍ଣ୍ଣଫ୍ଲୋର୍-୪ ବଡ ଚାମଚ ଲୁଣ -ସ୍ୱାଦାନୁସାରେ ତେଲ -ଛାଣିବାକୁ ଚିଲି ସସ୍-୨ ଚାମଚ ଟମାଟୋ ସସ୍-୧ ଚାମଚ ଆଜିନୋ ମୋଟୋ-୧ ଚୁଟ୍‌କୀ ଲାଲ୍ ଲଙ୍କାଗୁଣ୍ଡ-୧ ଚାମଚ ପ୍ରଣାଳୀ: କୋବିକୁ ଧୋଇ  ସଫା କରି ୧୦ ମିନିଟ୍ ଲୁଣପାଣିରେ ସିଝାଇ କାଢି ରଖନ୍ତୁ | ବାକିସବୁକୁ ମିଶାଇ ଆବଶ୍ୟକ ପାଣି ଦେଇ ଆଣ (ପତଳାରୁ ମଧ୍ୟମ) ପ୍ରସ୍ତୁତ କରନ୍ତୁ | କରେଇରେ ତେଲ ଗରମ କରି ଆଞ୍ଚକୁ କମାନ୍ତୁ | କୋବିକୁ ଏହି ମିଶ୍ରଣରେ ଗୋଳାଇ ମଧ୍ୟମ ଆଞ୍ଚରେ ଲଲ୍ କରି ଭାଜନ୍ତୁ | ଉପରୁ ବିଟ୍ ଲୁଣ ପଲାଇ ପରଶନ୍ତୁ |

Read More

ସାମଗ୍ରୀ: ଆମ୍ବର ବହିଳିଆ ରସ -୧ କପ୍ ମରା କ୍ଷୀର -୨ କପ୍ ଗୁଣ୍ଡ ଚିନି- ୨ ଟେବୁମ-ଚାମଚ ଆରାରୁଟ୍‌ ପାଉଡର-୨ ଚାମଚ କ୍ରୀମ୍-୨ ଟେବୁଲ୍-ଚାମଚ ରଙ୍ଗ (କମଳା)-୩ ବୁନ୍ଦା ଏସେନ୍‌ସ୍(ମ୍ୟାଙ୍ଗୋ)-୩ ବୁନ୍ଦା ପ୍ରଣାଳୀ : କ୍ଷୀରରେ ଚିନି ଓ ଆରାରୁଟ ମିଶାଇ ବହଳିଆ କରନ୍ତୁ | ହୋଇଗଲେ କାଢି ଆମ୍ବରସ ଓ କ୍ରୀମ୍ ମିଶାଇ ବ୍ଲେଣ୍ଡ କରନ୍ତୁ |ରଙ୍ଗ ଓ ଏସେନ୍‌ସ ପକାଇ ଆଉଟିକେ ବ୍ଲେଣ୍ଡ କରି କପ୍‌କୁ କାଢି ଫ୍ରିଜ୍‌ରେ ରଖନ୍ତୁ |

Read More

ସାମଗ୍ରୀ : ଲମ୍ବା ବାସୁମତୀ ଚାଉଳ-୨ କପ୍ ଲୁଣ-୧ ଚାମଚ ଚିକେନ୍-୨୫୦ଗ୍ରାମ୍ ତେଜପତ୍ର-୨ ଟି ଗୋଟା ଗରମ ମସଲା-(୪ ଟି ଗୁଜୁରାଜି ,୨ଟି ଅଳେଇଚ , ୬ଟି ଲବଙ୍ଗ , ୮ଟି ଗୋଲମରିଚ ,୩ଟି ଅନିଆସୀ ଫୁଲ,୨ କଞ୍ଚ ଡାଲଚିନି ୧ ଖଣ୍ଡ ,୧/୨ ଚାମଚ ଜାଇତ୍ରୀ , ଫାଳେ ଜାଇଫଳ) ସାହୀଜିରା-୧/୨ ଚାମଚ ବଟା ଅଦା-୧/୨ ଚାମଚ ବଟା ରସୁଣ-୧ ଚାମଚ କଟା କଞ୍ଚାଲଙ୍କା-୪ ଟିର ବଡ ପିଆଜ କଟା-୩ଟିର (ତେଲରେ ଲାଲ୍ କରି ଭଜା) ଆଲୁବୁଖାରା-୬-୭ଟି ବିରିଆନୀ ମସଲା-୧ ପୂରା ଚାମଚ ଧନିଆ ଗୁଣ୍ଡ-୧ ଚାମଚ ଦହି-୧ କପ୍ ସାଫ୍‌ରନ୍-୧/୩ ଚାମଚ କ୍ଷୀର-୧ କପ୍ କାଜୁ-କିସ୍‌ମିସ୍(ଭଜା)-୧ ଟେବୁଲ୍-ଚାମଚ ପୋଦିନା ପତ୍ର-୧ ଟେବୁଲ୍-ଚାମଚ ଧନିଆ ପତ୍ର-୧ ଟେବୁଲ୍-ଚାମଚ କଞ୍ଚାଲଙ୍କା-୨ଟି ମୋଗଲାଇ ଅତର -୨ ବୁନ୍ଦା କେଓରା ଜଲ୍-୧ ଚାମଚ ଖାଇବା ରଙ୍ଗ- (ଗ୍ରୀନ୍,ଲାଲ୍,କମଳା) ପ୍ରତ୍ୟେକ ୨ ବୁନ୍ଦା ଘିଅ -୨ ବଡ ଚାମଚ ପ୍ରଣାଳୀ: ଚାଉଳକୁ ଧୋଇ ହାଣ୍ଡିରେ ଆବଶ୍ୟକ…

Read More

ସମଗ୍ରୀ : ଗାଜର- ୬୦୦ ଗ୍ରାମ୍ କ୍ଷୀର-୭୫୦ ମିଲି ଚିନି-୧୫୦ଗ୍ରାମ୍ ଘିଅ -୭୫ ଗ୍ରାମ୍ ଅଳେଇଚ ଗୁଣ୍ଡ-୨ ଚିମୁଟା ପିସ୍ତା-୨ ଚାମଚ କାଜୁ-୨ ଚାମଚ କିସ୍‌ମିସ୍-୧ ଟେବୁଲ୍-ଚାମଚ ପ୍ରଣାଳୀ : ଗାଜରକୁ କୋରି କ୍ଷୀର ସହ ପ୍ୟାନ୍‌ରେ ଦେଇ ଆଞ୍ଚରେ ବସାନ୍ତୁ | ସବୁ କ୍ଷୀର ମରିଗଲେ ଅଳ୍ପ ଅଳ୍ପ କରି ଘିଅ ପକାଇ ଭଲଭାବେ ମିଶି ଲାଲ୍ ହେବା ଯାଏଁ ଭାଜନ୍ତୁ | ଶେଷରେ କାଜୁ ,କିସ୍‌ମିସ୍ ଓ ବାଦାମ ପକାଇ ଆଉ ୧୦ ମିନିଟ୍ ଗୋଳାଇ ଭାଜି ପ୍ଲେଟ୍‌କୁ କାଢନ୍ତୁ | ଉପରୁ ଗୁଜିରାତି ଅଳେଇଚ ଗୁଣ୍ଡ ଓ ବଳକା କାଜୁ କିସ୍‌ମିସ୍ପକାଇ , ସିଲ୍‌ଭର୍ ବର୍କ ଲଗାଇ ସର୍ଭ କରନ୍ତୁ |

Read More