ପ୍ରସ୍ତୁତି ସାମଗ୍ରୀ : ୨ କପ୍ ଛତୁ୧ କପ୍ ଗ୍ରୀନ୍ମଟର୪ ଚାମଚ ଅଦା ପିଆଜ ଓ ରସୁଣର ବଟା୧ ଚାମଚ ଗୁଣ୍ଡଧନିଆ୧ ଚାମଚ ପୋସ୍ତ୧ ଚାମଚ ଗୁଣ୍ଡ ଲଙ୍କା,୧ ଚାମଚ କଟା ଟମାଟୋ,ଅଧା ଚାମଚ ଗୁଣ୍ଡ ହଳଦି,୧ ଚାମଚ ଗରମ ମସଲା ଗୁଣ୍ଡ୧ ଚାମଚ କଟା ଧନିଆପତ୍ରଆବଶ୍ୟକ ମୁତାବକ ତେଲଓ ସ୍ଵାଦ ଅନୁଯାୟୀ ଲୁଣ | ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ । ପରେ କଡ଼େଇ ଗରମ କରି ଅଳ୍ପ ତେଲ ଦେଇ କଟା ଛତୁକୁ ଭାଜି ନିଅନ୍ତୁ । ପୁନର୍ବାର କଡ଼େଇରେ ତେଲ ଗରମ କରି ସମସ୍ତ ମସଲାକୁ ମିଶାଇ ଭଲ ଭାବେ କଷନ୍ତୁ । ଏହି କଷା ମଲାରେ ମଟର ମଞ୍ଜିକୁ ମିଶାଇ ଅଳ୍ପ ପାଣି ଓ ଲୁଣ ଦେଇ ଢ଼ାଙ୍କୁଣୀ ଘୋଡ଼ାର ଦିଅନ୍ତୁ | ଝାଳ. ଟିକେ ମୋଟା ହୋଇ ଆସିବା ବେଳକୁ ଏଥିରେ ଭଜା ଛତୁ…
Author: liza
ପ୍ରସ୍ତୁତି ସାମଗ୍ରୀ : ୧ କପ୍ ଚୂନା ଚୂନା କଟା ଛତୁ,୨ କପ୍ ଅଟା,୧ କପ୍ ମଇଦା୨ ଟି ସିଝାଆଳୁଅଧା କପ୍ କଟା ପିଆଜ୨ ଚାମଚ ଅଦା ରସୁଣର ବଟା,ଅଧା ଚାମଚ କଟାଲଙ୍କା୨ ଚାମଚ କଟା ଧନିଆପତ୍ର୧ ଚାମଚ ଗରମମସଲା ଗୁଣ୍ଡ,ଆବଶ୍ୟକୀୟ ଘିଅ ବା ରିଫାଇନ୍ । ପ୍ରସ୍ତୁତ ପ୍ରଣାଳୀ : ଅଟା ଓ ମଇଦାକୁ ଏକାଠି ଲୁଣ ଓ ପାଣି ଦେଇ ଭଲ ଭାବେ ଚକଟି ୧ ଘଣ୍ଟା ରଖି ଦିଅନ୍ତୁ । ଏହାପରେ ଆଳୁ ସିଝାରେ ସମସ୍ତ ମସଲା ମିଶାଇ ଓ ଛତୁ କଟା ପକାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ପରେ ଏହି ଛୋଟ ଗୁଳାକୁ ଅଟା ଗୁଳା ମଧ୍ଯରେ ରଖି ନିଜର ପସନ୍ତ ଅନୁସାରେ ପରଟା ବେଲନ୍ତୁ । ଏହାପରେ ଘିଅ କିମ୍ବା ରିଫାଇନ୍ ତେଲ ପକାଇ ପରଟା ସେକି ଦିଅନ୍ତୁ । ଟମାଟୋ କିମ୍ବା ଚିଲି ସସ୍ ସହିତ ଏହାକୁ ଗରମ…
ପ୍ରସ୍ତୁତି ସାମଗ୍ରୀ- ବାଇଗଣ ୧୦ଟିବୁଟଡାଲି ୪ଚାମଚଚୋପାଛଡା ବିରିଡାଲି ୨ ଚାମଚମେଥି ୨ଚାମଚ୍ବେସନଚାଉଳଚୁନାଜିରାଲୁଣହଳଦୀଶୁଖିଲା ଲଙ୍କାପରିମାଣ ଅନୁଯାୟୀ ତେଲ । ପ୍ରଣାଳୀ- ପ୍ରଥମେ ବାଇଗଣକୁ ମଝିଫାଳ କରି ଲୁଣ ପାଣିରେ ସିଝେଇ ନିଅନ୍ତୁ । ଭିତର ଅଂଶ ଚାମଚରେ ଆସ୍ତେ କୋରି ନିଅନ୍ତୁ । ମେଥି, ବୁଟଡାଲି, ବିରିଡାଲି, ଜିରା, ଲଙ୍କା ଭାଜି ଗୁଣ୍ଡ କିରିନିଅନ୍ତୁ । ଏହିଗୁଣ୍ଡ ସହିତ ବାଇଗଣ ଭିତର ଅଂଶ ଚକଟନ୍ତୁ । ଆଳୁଚକଟା ମିଶେଇପାରନ୍ତି । ବାଇଗଣ ଭିତରେ ଏହି ପୁର ଦେଇ ବେସନ ବୁଡେଇ ତାୱ୍ଵାରେ ସିମ୍ରେ ଭାଜନ୍ତୁ । ଏଥରେ କମ୍ ତେଲ ଖର୍ଚ୍ଚହୁଏ । ରୁଚି ଅନୁଯାୟୀ ଏଇ ସୂର ସାମାନ୍ୟ ତେନୁଳି ରସ ଦେଇପାରନ୍ତି ।
ପ୍ରସ୍ତୁତି ସାମଗ୍ରୀ- ୨୫୦ଗ୍ରାମ ବେସନ୨ ଚାମଚ ଲଙ୍କାଗୁଣ୍ଡନଡିଆକାରା ୨ ଚାମଚଗରମମସଲା ୧ ଚାମଚଚିନି ଅଧ ଚାମଚ,ଧନିଆପତ୍ର କଟା ୨ ଚାମଚଗୋଟିଏ ଲେମ୍ବୁର ରସସୋରିଷହେଙ୍ଗୁହଳଦୀତେଲ ଲୁଣ ପରିମାଣ ଅନୁଯାୟୀ ।ପ୍ରଣାଳୀ- ଭେଣ୍ଡିଗୁଡିକ ଧୋଇ କନାରେ ପୋଛିନେବେ । ପ୍ରତ୍ୟେକ ଭେଣ୍ଡିକୁ ଲମ୍ବାପଟେ ଟିକେ ଚିରିଦେବ ଏବଂ ସେଥିରେ ବେସନ, ଲଙ୍କାଗୁଣ୍ଡ, ଗରମମସଲା, ଚିନି ରସ ଗୋଳେଇ ପୁର ଦେଇଦେବେ । କଡେଇରେ ତେଲ ଦେଇ ସୋରିଷ, ହେଙ୍ଗୁ ହଳଦୀଗୁଣ୍ଡ ପକେଇବେ ଏବଂ ପୁରଦିଆ ଭେଣ୍ଡି ଗୁଡିକ ଗୋଟିକ ପରେ ଗୋଟିଏ ପକେଇବ । ଢାଙ୍କୁଣି ଦେଇ ସିମ୍ରେ ବସେଇବେ । ଓହ୍ଲାଇବା ଆଗରୁ ନଡିଆକୋରା ଓ ଧନିଆପତ୍ର ଦେଇ ଖାଇବାକୁ ଦେବେ ।
ପ୍ରସ୍ତୁତି ସାମଗ୍ରୀ- ପୋଟଳ ୨୫୦ଗ୍ରାମଜିରା ୧ଚାମଚଅଦାବଟା9 ଚାମଚଦହି ୧କପ୍ଶୁଖିଲାଲଙ୍କା ବଟା ୧ ଚାମଚଧନିଆପତ୍ରସୋରିଷ ତେଲଲୁଣ, ଚିନି ପରିମାଣ ଅନୁଯାୟୀ । ପ୍ରଣାଳୀ- ଗୋଟା ପୋଟଳ ଦୁଇ ମୁଣ୍ଡିପାଖ କାଟିନେବେ । ତେଲରେ ପୋଟଳଗୁଡିକ ଭାଜିନେବେ । ତେଲ ଓ ଫୁଟଣ ଫୁଟେଇ ବଟା ମସଲା ପକେଇ ଟିକିଏ ଘାଣ୍ଟିନେବେ । ତା’ପରେ ଦହି, ଚିନି ପକେଇବେ । ତା’ପରେ ପୋଟଳ ପକେଇ ଧନିଆପତ୍ର କଟାଦେଇ ଓହ୍ଲାଇନେବେ ।
ପ୍ରସ୍ତୁତି ସାମଗ୍ରୀ:ବଡଆଳୁ ୨ଟି, ପାଳଙ୍ଗଶାଗ ଅଧକିଲୋ, ଗାଜର ୧ଟି,ମଟର ଅଧକପ୍, ପିଆଜ ୨ଟି, ରସୁଣ ୪ ପାଖୁଡା, କଞ୍ଚାଲଙ୍କା ୧ଟି, ଗରମମସଲା ଗୁଣ୍ଡ, ରିଫାଇନ୍ ତେଲ ୨ ଚାମଚ, ଲୁଣ ପରିମାଣ ଅନୁଯାୟୀ | ପ୍ରଣାଳୀ- ଆଳୁ ସିଝେଇ ଚୋପାଛଡାଇ, ଛୋଟ ଛୋଟ ଖଣ୍ତ କରି କାଟ । ଗାଜରକଟା ଓ ମଟର ଦର ସିଝା କର । ଗୋଟିଏ ପିଆଜ କାଟି ରଖ ¦ କଞ୍ଚାଲଙ୍କା କାଟ । ପିଆଜ ଲାଲ୍ କରି ଭାଜ । ତା’ପରେ ଲଙ୍କା, ମସଲାବଟା ଦେଇ ଭାଜ । ସିଝାଆଳୁକଟା, ଗାଜର, ମଟର ଦେଇ କଷ ଓ ପାଳଙ୍ଗଶାଗ ପକାଅ । ସାମାନ୍ୟ ପାଣି ଦିଅ | ଫୁଟିଗଲେ ଓହ୍ଲାଇ ଗରମମସଲା ବଟା ଦିଅ । Odia Recipe
ପ୍ରସ୍ତୁତି ସାମଗ୍ରୀ-ଫୁଲକୋବି ୧ଟାଘିଅ ବା ବଟର ୫୦ଗ୍ରାମଭଜା ଜିରା ୨ଚାମଟଭଜା ଧନିଆ ୨ ଚାମଟଭଜା ଲଙ୍କାଗୁଣ୍ଡ ୨ ଚାମଚବିଲାତିବାଇଗଣ ୨ଟିଅଦା ଖଣ୍ଡେଲୁଣ,ହଳଦୀ ପରିମାଣ ଅନୁଯାୟୀ | ପ୍ରଣାଳୀ- ପ୍ରଥମେ କୋବିକୁ ଧୋଇ ଲୁଣ, ହଳଦୀ ଗୋଳେଇ ରଖ । ତା’ଉପରେ ବଟରକୁ ପକେଇ ତା” ଦେହରେ ଅଦାବଟା ଦେଇ କଷି କୋବିକୁ ପକାଅ | ପାଞ୍ଚମିନିଟ୍ ପରେ କଟା ବିଲାତିବାଇଗଣ ପକେଇ ଭାଜ | ତା’ପରେ ଜିରା, ଧନିଆ, ଲଙ୍କାଗୁଣ୍ଡ ଦେଇ ସାମାନ୍ୟ ଢାଙ୍କିଦିଅ । ଓହ୍ଲାଇ ଗରମ ଗରମ ଖାଇବାକୁ ଦିଅ । Odia Recipe
ପ୍ରସ୍ତୁତି ସାମଗ୍ରୀ- ଛତୁ ୨୫୦ଗ୍ରାମ ପିଆଜ ୨ଟି, ରସୁଣ ୨ ଫାଖୁଡା, ମଟର ୨୫୦ଗ୍ରାମ, ଟମାଟୋ ୨ଟି ହଳଦୀ ୧ ଚାମଚ, କଞ୍ଚାଲଙ୍କା ୨ ଟି ତେଲ ୧ଚାମଚ । ପ୍ରଣାଳୀ- ଛତୁକୁ ପରିଷ୍କାର ଧୋଇଛୋଟ ଛୋଟ କରି କାଟିବ । କଡେଇରେ ତେଲ ଗରମ ହେଲେ ପିଆଜକଟା ଭାଜିବ ବାଦାମୀରଙ୍ଗ ହେବାଯାଏ । ତା’ ଦେହରେ ରସୁଣଛେଚା, ହଳଦୀ, ବିଲାତିବାଇଗଣ, ମଟର ଓ ଛତୁକୁ ଦେଇ ଭାଜିବ ।ଭାଜିହେଲାବେଳକୁ ପାଣି କପେ ଦେବ । ସିଝିଆସିଲେ ଶୁଖା ଶୁଖା ଅବସ୍ଥାରେ ଧନିଆପତ୍ର ଦେଇ ଓହ୍ଲାରବ । Odia Recipe
ପ୍ରସ୍ତୁତି ସାମଗ୍ରୀ : ବୋଇତି କଖାରୁ ମଞ୍ଜି ୨୦୦ ଗ୍ରାମ୍, ପୋସ୍ତକ ୧୦୦ ଗ୍ରାମ୍, ୨ଟି ବଡ ରସୁଣ, ୨୦ ଗ୍ରା. ଅଦା, ୬ଟି କଞ୍ଚାଲଙ୍କା, ୧୨୫ ଗ୍ରା, ସୋରିଷତେଲ ଓ ସ୍ଵାଦ ଅନୁଯାୟୀ ଲୁଣ । । ପ୍ରଣାଳୀ : ପ୍ରଥମେ କଖାରୁ ମଞ୍ଜିରୁ ଚୋପା ଛଡ଼ାଇ ଧୋଇ ଦିଅନ୍ତୁ | ପୋସ୍ତକରୁ ବାଲି ଗଡେଇ ପରିଷ୍କାର କରି ଦିଅନ୍ତୁ । ସେଥିରେ ଅଦା, ରସୁଣ, କଞ୍ଚାଲଙ୍କା ଓ ଆବଶ୍ଯକ ଅନୁଯାୟୀ ଲୁଣ ଦେଇ ଏକାଠି ମିଶାଇ ବାଟି ଦିଅନ୍ତୁ । ଏଥର ଚୁଲିରେ କଡ଼େଇ ବସାଇ ତେଲ ଗରମ କରି ସେଥିରେ ବଟା ଯାଇଥିବା କଖାରୁ ମଞ୍ଜି ଓ ପୋସ୍ତକକୁ ବଢ଼ି ଭଳି କରି କମ୍ ଜାଳରେ ୧୦/୧୫ ମିନିଟ୍ ଭାଜନ୍ତୁ । ବଡ଼ିକୁ ଏପଟ ସେପଟ ଜରି ଧୀରେ ଧୀରେ ଲେଉଟାଇବେ। ଯେମିତି ପୋଡ଼ି ନଯାଏ କି ଭାଙ୍କି ନଯାଏ । ବଡ଼ିଗୁଡ଼ିକ ବାଦାମିରଙ୍ଗ ହୋଇଗଲାପରେ ,…
ପ୍ରସ୍ତୁତି ସାମଗ୍ରୀ : ୨୦୦ ଗ୍ରାମ୍ ଛତୁ, ୨ ଚାମଚ ଚିଲିଗାର୍ଲିକ ମିଶା ସସ୍, ଅଧା ଚାମଚ ଅଜିନାମଟୋ, ୨ ଚାମଚ କଟା ଧନିଆପତ୍ର, ଅଧା ଚାମଚ କଞ୍ଚାଲଙ୍କା କିମା, ଅଧା ଚାମଚ ବଟା ରସୁଣ, ୨ ଟି ଅଣ୍ଡା, ୨ ଚାମଚ କର୍ଣ୍ଣଫ୍ଲୋର୍, ଗୋଟିଏ କଞ୍ଚା ଟମାଟୋର ସ୍ଲାଇସ୍, ୧ ଚାମଚ ମଇଦା, ଅଧା ଚାମଚ ଚିନି, ୫ ଚାମଚ ତେଲ ଓ ସ୍ଵାଦ ଅନୁଯାୟୀ ଲୁଣ | ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଭଲଭାବରେ ବାଛି ଦିଅନ୍ତୁ । ସେଥିରେ କିଛି ମଇଦା, ସ୍ଵାଦ ଅନୁସାରେ ଲୁଣ, ଅଜିନାମଟୋ ଓ ଅଣ୍ଡା ଭାଙ୍ଗି ମିଶାନ୍ତୁ| ପରେ ଅଳ୍ପ ରସୁଣବଟା ଦେଇ ଭଲଭାବରେ ଗୋଳାଇ ଦିଅନ୍ତୁ । ଗ୍ୟାସ୍ ଚୁଲାରେ କଡ଼େଇ ବସାଇ ତେଲ ଗରମ କରି ଗୋଳା ହୋଇ ରହିଥିବା ଛତୁକୁ ଛାଣନ୍ତୁ । ତା’ପରେ ଅନ୍ୟ ଏକ କଡ଼େଇରେ ଅନ୍ନ ତେଲ ଦେଇ ଅଳ୍ପ କଞ୍ଚାଲଙ୍କା…