Author: liza

ସାମଗ୍ରୀ : ଅରୁଆ ଚାଉଲ ଗୁଣ୍ଡ-୩ କପ୍ ପାଣି- ୪ କପ୍ ଲୁଣ-୧ ଛୋଟ ଚାମଚ କଳାଜିରା,ଯୁଆଣି-ଅଳ୍ପ ମେଥିଶାଗ(ପତ୍ର)-୧କପ୍ ପ୍ରଣାଳୀ: ଅରୁ ଆଚାଉଳକୁ ଧୋଇ ୩ ଘଣ୍ଟା ବତୁରାଇ ଛାଣି ନିଗାଡି ଆଳ୍ପ ଶୁଖିଲା ଭଲକରି ଗୁଣ୍ଡ କରି ରଖନ୍ତୁ (ଏହାକୁ ଫ୍ରିଜ୍‌ର୍ ରଖିଦେବେ ) | ଗୋଟିଏ ଖୋଲାମୁହାଁ ଡେକ୍‌ଚିରେ ପାଣି ଓ ଲୁଣ ଦେଇ ଫୁଟାନ୍ତୁ | ଏହି ଗୁଣ୍ଡ ପକାଇ ଗୋଳାଇ ଗୋଳାଇ ଜନ୍ତନ୍ତୁ |ପାଣି ମରିଗଲେ କାଢି ଥଣ୍ଡା କରନ୍ତୁ | ଅଳ୍ପ ଉଷୁମ ପାଣି ହାତ କରି ଦଳି ନରମ କରନ୍ତୁ | କଳାଜିରା ,ଯୁଆଣି, ମେଥିଶାଗଆଦି ପକାଇ ଦଳି ରଖନ୍ତୁ | ବେଲଣାରେ ବେଲି ରୁଟି ପରି କରନ୍ତୁ | ଏହା ପୂରା ପତଳା ହେବନି | ସାବଧାନରେ କରିବେ ,ନହେଲେ ଫାଟିଯିବ | ନନ୍‌ଷ୍ଟିକ୍ ତାୱା ଗରମ କରି ଦୁଇପଟ ଭଲକରି ସେକି କାଢନ୍ତୁ | ତରକାରି ବା ତଟଣି ସହ…

Read More

ସାମଗ୍ରୀ: ମୁଗଡାଲି-୧/୨ କପ୍ ହରଡ ଡାଲି-୧/୨ କପ୍ ବୁଟଡାଲି-୧/୨ କପ୍ ଗଜାମୁଗ-୧/୩ କପ୍ ନାଲିଚନା-୧/୩ କପ୍ ନଡିଆ କୋରା-୧ କପ୍ ଲୁଣ-ସ୍ୱାଦାନୁସାରେ ହଳଦି- ୧ ପୂରା ଚାମଚ ଜିରା-୧ ଚାମଚ ଲଙ୍କା- ୪-୫ ଟି ଫୁଟଣ-୧ ଚାମଚ କଖାରୁ(ବଡ କଟା) -୧ କପ୍ କଦଳୀ (ବଡ କଟା )-୧କପ୍ ମାଟିଆଳୁ (ବଡ କଟା )-୧ କପ୍ କଟା ଆଳୁ -ଟିରେ ଓଉ (ବା) ଟମାଟୋ କଟା -୧ କପ୍ ବାଇଗଣ (ବଡ କଟା) -୨ ଟି ତେଜପତ୍ର-୨ଟି ଅଦା ଛେଚା-୧ ଟେବୁଲ୍-ଚାମଚ ଜିରା-ଲଙ୍କା ଗୁଣ୍ଡ-୧ ଚାମଚ ହେଙ୍ଗୁ-୧ ଚାମଚ ତେଲ-୧୦୦ ମିଲି ପ୍ରଣାଳୀ: ବଡ ଡେକ୍‌ଚିରେ ଡାଲି ଧୋକା ୩ ପ୍ରକାର ଡାଲି, ପରିବା ,ଲୁଣ,ହଳଦି ,ତେଜପତ୍ର ଓ ପାଣି ଦେଇ ସିଝାଇ ରଖନ୍ତୁ ( ସିଝିଯିବ ;କିନ୍ତୁ ପରିବା, ଖଣ୍ଡ ଖଣ୍ଡ ଥିବ ) | ଏଥର ଆଉ ଏକ କରେଇରେ ତେଲ ଗରମ କରି ହେଙ୍ଗୁ ପକାନ୍ତୁ |…

Read More

ସାମଗ୍ରୀ : ପାଳଛତୁ-୫୦୦ଗ୍ରାମ୍ ସୋରିଷ-୨ ଚାମଚ ଚିରା-୧/୨ ଚାମଚ କଞ୍ଚାଲଙ୍କା-୩-୪ ଟି ରସଣ -୮-୧୦ କୋଲା ସୋରିଷ ତେଲ -୩ ଟେବୁଲ୍-ଚାମଚ ହଳଦି -୧ଚାମଚ ଲୁଣ- -ସ୍ୱାଦାନୁସାରେ ତେନ୍ତୁଳିମଣ୍ଡ ବା ଟମାଟୋ ପ୍ୟୁରୀ – ୧ ଟେବୁଲ୍-ଚାମଚ ପ୍ରଣାଳୀ : ଛତୁକୁ ବାଛି ସଫା ଧୋଇ ଚିପୁଡି ହଳଦି-ଲୁଣ ଗୋଳାଇ ତେଲ ଦେଇ ନନ୍‌ଷ୍ଟିକରେଗନ୍ଧ ଯିବାଯାଏଁ ଭାଜିଦିଅନ୍ତୁ ଓ କାଢି ରଖନ୍ତୁ | ଆଉଟିକେ ତେଲ ଦେଇ କରେଇରେ ଫୁଟଣ ଫୁଟାନ୍ତୁ | ଫୁଟିଗଲେ ସୋରିଷ,ରସୁଣ,ଜିରା-ଲଙ୍କାର ପାଲିସ୍ ବଟାକୁ ଦେଇ ୧ କପ୍ ପାଣି ଦେଇଦିଅନ୍ତୁ | ଆଉଟିକେ ହଳଦି ପକାଇ ଗୋଳାନ୍ତୁ | ଫୁଟିଗଲେ ଛତୁଭଜା ପକାଇ ଗୋଳାଇ ଆଞ୍ଚ କମାଇ ଘୋଡାଇ ବସାନ୍ତୁ | ୮-୧୦ ମିନିଟ୍ ପରେ ଟମାଟୋ ବା ତେନ୍ତୁଳି ମଣ୍ଡ ମିଶାନ୍ତୁ | ପୁଣିଥରେ ଫୁଟାଇ ଝୋଳ ଦରକାର ମୁତାବକ ରଖି ଆଞ୍ଚ ବନ୍ଦ କରନ୍ତୁ ଓ ଗରମ ଗରମ ପରଶନ୍ତୁ |

Read More

ସାମଗ୍ରୀ : ଦୁଧଛେନା -୩ କପ୍ ମଇଦା-ଅଧା କପ୍ ସିଝା କ୍ଷୀର -୧ ଲିଟର ଅଳେଇଚ ଦାନା-୨ ଚାମଚ ଗୁଣ୍ଡଦୁଧ-୧/୨ କପ୍ ଚିନି -୧ କପ୍ ତେମ-ଛାଣିବା ପାଇଁ ପ୍ରଣାଳୀ : ଛେନା,ମଇଦା ,ଗୁଣ୍ଡ ଦୁଧକୁ ହାତରେ ଭଲକରି ଦଳିଦିଅନ୍ତୁ | ସବୁ ଜିନିଷ ଭଲକରି ମିଶିଗଲେ ହାତରେ ଛୋଟ ଛୋଟ ମୋଟା ପେଡା ସାଇଜ୍‌ରେ କରି ତେଲ ଗରମ କରି ଲାଲ୍ ହେବାଯାଏଁ ଭାଜିରଖ |କ୍ଷୀରକୁ ଅଧା କରି ମାରି ଚିନି ପକାଇ ଭଲକରି ଫୁଟାଇ ଥଣ୍ଡା କରି ରଖ | ଏହି ଛଣା ଛେନା ପୁରିକୁ କ୍ଷୀରରେ ପକାଇ ଥଣ୍ଡା କର ଓ ପରଶନ୍ତୁ |

Read More

ସାମଗ୍ରୀ : ମିଠା ଆମ୍ବ ରସ -୨ କପ୍ ଅଣ୍ଡା -୩ ଟି ଘିଅ ବା ରିଫାଇନ୍-୧ କପ୍ ବେକିଂ ପାଉଡର -୧ କପ୍ ମଇଦା -୨କପ୍ ଲୁଣ -୧/୪ ଚାମଚ ଚିନିଗୁଣ୍ଡ -୧ କପ୍ ମ୍ୟାଙ୍ଗୋ ଏସେନସ୍-୧/୨ ଚାମଚ ପ୍ରଣାଳୀ : ମଇଦାରେ ଲୁଣ, ବେକିଂ ପାଉଡର ମି୍ଶାଇ ଚାଲୁଣୀରେ ଚଲାଇ ଦିଅନ୍ତୁ | ଗୋଟିଏ ପାତ୍ରରେ ଘିଅ ବା ତେଲରେ,ଅଣ୍ଡା ଓ ଚିନି ମିଶାଇ ଫେଣ୍ଟନ୍ତୁ | ଫେଣ ହେଲେ ଓ ମିଶିଗଲେ ମଇଦା ମିଶାଇ ଫେଣ୍ଡନ୍ତୁ | ଏହା ଭଲଭାବରେ ତେଲରେ ମିଶିଲେ ଆମ୍ବରସ ମିଶାଇ ଖୁବ୍ ଫେଣ୍ଟନ୍ତୁ | ଆଣ ପୂରା ହାଲୁକା ଲାଗିଲେ ଏସେନ୍‌ସ୍ ମିଶାଇ  ଫେଣ୍ଟି ପ୍ରିହିଟେଡ ଓଭାନ୍‌ରୁ ତେଲଲଗା ଟ୍ରେ କାଢି ସେଥିରେ ଢାଳି ଓଭାନ୍‌ରେ ୪୫ମି. ପାଇଁ ୧୨୦-୧୪୦ c ରେ ବେକ୍ କରନ୍ତୁ | ଚାହିଁଲେ ଡ୍ରାଏ ଫ୍ରୁଟସ୍ ପକାଇ ପାରିବେ |

Read More

ସାମଗ୍ରୀ : ପନୀର୍‌-୨୫୦ ଗ୍ରାମ୍ (୧ଇଞ୍ଚ ସାଇଜ୍ କଟା ) ଅଦା କୋରା -୨ ଚା-ଚାମଚ ରସୁଣ ବଟା -୨ ଚା- ଚାମଚ ଚୂନାକଟା କଞ୍ଚାଲଙ୍କା- ୨ ଚା -ଚାମଚ ସରୁ ଲମ୍ବାକଟା ପିଆଜ -୨ଟି ବଡ ସୋୟା ସସ୍ -୧ଟି ବଡ ଜିରାଗୁଣ୍ଡ -୧ ଚା-ଚାମଚ ରିଫାଇନ୍ ତେଲ -ଛାଣିବା ପାଇଁ ମଇଦା -୧ ଟେ . ଚାମଚ ବେସନ- ୧ ଟେ . ଚାମଚ କର୍ଣ୍ଣଫ୍ଲୋର୍-୧ ଟେ .ଚାମଚ ଲୁଣ-ସ୍ୱାଦାନୁସାରେ ଟମାଟୋ ସସ୍-୨ ଚା-ଚାମଚ ଗୋଲମରିଚ-୧/୨ ଚାମଚ ପ୍ରଣାଳୀ : ୩ ପ୍ରକାର ଅଟାରେ ତେଲକୁ ଛାଡି ବାକିସବୁ ସାମଗ୍ରୀ ମିଶାଇ ଭଲକରି ଚକଟି ରଖନ୍ତୁ । ପନୀର୍‌କୁ ଏଥିରେ ଆସ୍ତେ ଆସ୍ତେ କରି ଗୋଳାଇଦିଅନ୍ତୁ । କରେଇରେ ତେଲ ଗରମ କରି ଲାଲ୍ କରି ଛାଣି କଟା ପିଆଜ ସହ ପରଶନ୍ତୁ ।

Read More

ସାମଗ୍ରୀ : ଛୋଟ କଙ୍କଡା -୮ଟି ପିଆଜ-୧୦୦ମିଲି ଗୋଲମରିଚ-୧ ଚାମଚ ଗୋଟା ଧନିଆ-୧ଟେ .ଚାମଚ ଲାଲ୍ ଲଙ୍କା-୧୨ଟି ଜିରା-୧/୨ ଚାମଚ ଅଳେଇଚ -୪ଟି ଲବଙ୍ଗ-୮ଟି ଡାଲ୍‌ଚିନି-୨ଇଞ୍ଚ ତେନ୍ତୁଳି ମଣ୍ଡ-୩ ଟେ.ଚାମଚ କୋରା ନଡିଆ-୨ଟେ.ଚାମଚ ହଳଦି-୧/୨ ଚାମଚ ନଡିଆ କ୍ଷୀର-୭୫ ମିଲି ଲୁଣ- ସ୍ୱାଦାନୁସାରେ ଧନିଆ ପତ୍ର କଟା ପ୍ରଣାଳୀ : କଙ୍କଡାକୁ ପିସ୍ କରି କାଟନ୍ତୁ । ୨ଟି ପିଆଜକୁ ସରୁ ଲମ୍ବା ଓ ବାକି ୨ଟିକୁ ଚୂନା କରି କାଟନ୍ତୁ । କରେଇରେ ତେଲ ଗରମ କରି ସରୁ କଟା ପିଆଜ ପକାଇ ଲାଲ୍ କରି ଭାଜନ୍ତୁ ଓ କଢା ପେପର୍ ଉପରେ ରଖନ୍ତୁ । ଶୁଖିଲା କରେଇରେ ଗୋଲମରିଚ ,ଧନିଆ ,ଲଙ୍କା, ଜିରା,ଅଳେଇଚ ,ଡାଲ୍‌ଚିନି ,ଲବଙ୍ଗ ପକାଇ ଭାଜି ଏହା ସହ ତେନ୍ତୁଳି ମଣ୍ଡ ଓ ଭଜା ପିଆଜ ମିଶାଇ ଚିକ୍‌କଣ କରି ବାଟନ୍ତୁ ।

Read More

ସାମଗ୍ରୀ : ମଇଦା-୨ କପ୍ ଦଅହି-୧/୨ କପ୍ ଚିନି-୧ ଚାମଚ ଘିଅ -୨ ଚାମଚ ବେକିଂ ପାଉଡର୍ ବା ଇଷ୍ଟ୍ -୧/୨ ଚାମଚ ଲୁଣ- ୧ ଚାମଚ (ଛୋଟ) କଳାଜିରା-୧ ଚାମଚ (ଛୋଟ ) କ୍ଷୀର -୧/୨ କପ୍ ପ୍ରଣାଳୀ : ଉଷୁମ ପାଣିରେ ଚିନି ଓ ଇଷ୍ଟ୍ ମିଶାଇଦିଅନ୍ତୁ । ଦହି ,କ୍ଷୀର ଲୁଣ, କଳାଜିରା ,ଘିଅ ଆଦି ମଇଦାରେ ମିଶାଇ ଉପରୋକ୍ତ ଚିନିପାଣି ଦେଇ ଦଳି ୧ ଘଣ୍ଟା ଓଦାକନା ଢାଙ୍କି ରଖନ୍ତୁ । ଫୁଲିଲା ପରେ ଆଉଥରେ ଦଳନ୍ତୁ । ଘିଅ ମାରି ବା ଓଭାନ୍ ଟ୍ରେରେ ଉପରୋକ୍ତ ଦଳାକୁ ଗୁଳା ବନାଇ ମୋଟା ରୁଟି କରି ବା ଫୁଲିବାଯାଏଁ ସେକନ୍ତୁ । ଗରମାଗରମ ସର୍ଭ କରନ୍ତୁ ।

Read More

ସାମଗ୍ରୀ : ଚିକେନ୍-୫୦୦ଗ୍ରାମ୍ ଲୁଣ -ସ୍ୱାଦାନୁସାରେ ହଳଦି-ଅଳ୍ପ କର୍ଣ୍ଣଫ୍ଲୋର୍-୪ ଟେବୁଲ୍-ଚାମଚ ରିଫାଇନ୍ ତେଲ-ଛାଣିବା ପାଇଁ ପିଆଜ-୪ଟି (ସରୁକଟା) ଚୂନାକଟା ରସୁଣ-୩ ଛୋଟ ଚାମଚ ଚୂନାକଟା କଞ୍ଚାଲଙ୍କା-୨ଛୋଟ ଚାମଚ ସରୁକଟା ଅଦା-୩ ଛୋଟ ଚାମଚ କ୍ୟାପ୍‌ସିକମ୍-୨ଟି (ସରୁ ଲମ୍ବାକଟା) ଟମାଟୋ-ସରୁ ଲମ୍ବାକଟା ଗୋଲମରିଚ ଗୁଣ୍ଡ-୧ ଛୋଟ ଚାମଚ ଆଜିନୋ ମୋତୋ ୧/୨ ଛୋଟ ଚାମଚ ଅଦା-ରସୁଣ ବଟା-୧ ଟେବୁଲ୍ -ଚାମଚ ଚିଲି ସସ୍-୧ ଟେବୁଲ୍-ଚାମଚ ସୋୟା ସସ୍-୧ ଟେବୁମ-ଚାମଚ ଟମାଟୋ ସସ୍-୧ ଟେବୁମ-ଚାମଚ ପ୍ରଣାଳୀ : ଚିକେନ୍ ପିସ୍‌ଗିଡିକୁ ପରିଷ୍କାର କରି ଧୋଇ ଲୁଣ ,ହଲଦି ,ଅଦା-ରସୁଣ ବଟା ଓ ୩ ଟେବୁଲ୍-ଚାମଚ କର୍ଣ୍ଣଫ୍ଲୋର୍ ଗୋଳାଇ ଭଲକରି ଭଲକରି ୧/୨ ଘଣ୍ଟା ରଖନ୍ତୁ । ନନ୍‌ଷ୍ଟିକରେ ତେଲ ଟିକେ ବେଶି ଗରମ କରି ଭାଜି ରଖନ୍ତୁ । ଏଥର ତେଲରେ ଅଦା, ରସୁଣ,ଲଙ୍କାକଟା ପକାଇ ଭାଜନ୍ତୁ । ବାଦାମୀ ରଙ୍ଗ ହେଲେ ପିଆଜ ପକାଇ ବାଦାମୀ ରଙ୍ଗ ହେବାଯାଏଁ ଭାଜନ୍ତୁ । ଏଥର…

Read More

ସାମଗ୍ରୀ : ମକା ଅଟା-୨କପ୍ ଗହମ ଅଟା-୧/୨ କପ୍ ଲୁଣ-୧ ଚାମଚ ଉଷୁମ୍ ପାଣି- ଦଳିବା ପାଇଁ କଟା ଧନିଆ ପତ୍ର-୩ ଚାମଚ ମଧ୍ୟମ ସାଇଜ୍‌ର ସିଝା ଆଳୁ-୪ଟି ଲଙ୍କାଗୁଣ୍ଡ-୧ ଚାମଚ ଘିଅ -ସେକିବା ପାଇଁ ପ୍ରଣାଳୀ : ଦୁଇ ପ୍ରକାର ଅଟା, ଲୁଣ, ଆଳୁ, ଲଙ୍କାଗୁଣ୍ଡ, ଧନିଆ ପତ୍ର ଓ ପାଣି ମିଶାଇ ଭଲ୍ଅଭାବରେ ଦଳି ରଖନ୍ତୁ । ଗୁଳା କରି ଅଟାଗୁଣ୍ଡ ଟିକେ ଟିକେ ଦେଇ ବେଲନ୍ତୁ ରୁଟି ସାଇଜ୍‌ର । ତାୱା ଗରମ କରି ଅଳ୍ପ ଅଳ୍ପ ଘିଅ ଦେଇ ସେକି ମନପସନ୍ଦ ତରକାରି ସହ ପରଶନ୍ତୁ ।

Read More