ପ୍ରସ୍ତୁତି ସାମଗ୍ରୀ-
୬କପ୍ ଭେଜିଟେବଲ୍ ଷ୍ଟକ୍
୨ଟେବଲ ଚାମଚ ଟମାଟୋ
୨ ଟେବଲ୍ ଚାମଟ ବନ୍ଧାକୋବି ( ଛୋଟକଟା),
୨ ଟେବଲ୍ ଚାମଚ ଗାଜର ( କୋରା)
୧ଟେବଲ ଚାମଚ ଧନିଆପତ୍ର (କଟା),
୧ଟେବଲ ଚାମଚ୍ ପିଆଜ ସଣ୍ଡା (କଟା)
୨ ଚାମଚ ଅଦା ଛେଚା
ଓ ୨ ଚାମଚ ରସୁଣ ଛେଚା
୩ଚାମଚ ସୋୟା ସସ୍
୨ ଟେବଲ୍ ଚାମଚ କର୍ନଫୋର
୧/୪ ଚାମଚ ଅଜିନୋମୋଟ୍
୧/୨ ଚାମଚ ଗୋଲମରିଚ ଗୁଣ୍ଡ
୨ଚାମଚ ତେଲ ଓ ଲୁଣ ସ୍ଵାଦ ଅନୁସାରେ |
ପ୍ରଣାଳୀ– କରେଇରେ ତେଲ ଗରମ କରି ରସୁଣ ଛେଚା, ଅଦା ଛେଚା ପରିବା କଟାଗୁଡିକୁ ଦେଇ ତେଜ ଆଞ୍ଚରେ ୩/୪ମିନିଟ୍ ଭାଜନ୍ତୁ । ଏଥର ଧନିଆପତ୍ର ଓ ପିଆଜ ସଣ୍ଢା କଟାଦେଇ ୨ ମିନିଟ୍ ଭାଜନ୍ତୁ । ଚିଲି ସସ୍, ସୋୟା ସସ, ଗୋଲ ମରିଚ ଗୁଣ୍ଡ ଅଜିନୋମୋଟ ଓ ଲୁଣ ଦିଅନ୍ତୁ ।। ଧୀରେ ଧୀରେ ଭେଜିଟେବଲ ଷ୍ଟକ୍ ଦେଇ ଗୋଳାନ୍ତୁ । ସୁପ୍ ଗାଢା ଧିମା ଆଞ୍ଚରେ ୨/୩ମିନିଟ୍ ଫୁଟାନ୍ତୁ । କର୍ନଫ୍ଲୋରକୁ ୧/ ୨କପ୍ ଥଣ୍ଡାପାଣିରେ ଗୋଳାଇ ସୁପରେ ମିଶାନ୍ତୁ । ସୁପଗାଢା ହେଲା ପର୍ଯ୍ୟନ୍ତ ଗୋଳାନ୍ତୁ ଭିନେଗାର ଓ ଚିଲି ସସ୍ ଦେଇ ପରଷନ୍ତୁ ।