ପ୍ରସ୍ତୁତି ସାମଗ୍ରୀ-
୪କପ୍ ଚିକେନ୍ ଷ୍ଟକ
୪ଟା ଟମାଟୋ (କଟା)
୧ ଟେବଲ୍ ଟମାଟୋ ସସ୍
୨ ଚାମଚ ସୋୟା ସସ୍
ଧନିଅ ପତ୍ର କଟା
୧ ଟା ଅଣ୍ଡା
ପିଆଜ ସଣ୍ଡା କଟା
ଲୁଣ ସ୍ବାଦ ଅନୁସାରେ
ପ୍ରଣାଳୀ- ପ୍ୟାନ୍ରେ ଚିକେନ୍ ଷ୍ଟକ୍ ନେଇ ଗରମ କରନ୍ତୁ । ଅନ୍ୟ ସମସ୍ତ ସାମଗ୍ରୀଗୁଡିକୁ ଧୀରେ ଧୀରେ ଷ୍ଟକରେ ମିଶାନ୍ତୁ ଓ ଧୀମା ଆଞ୍ଚରେ ପୁଟାନ୍ତୁ । ଚିକେନ୍ ଷ୍ଟକ ମିଶ୍ରଣରେ ଧୀରେ ଧୀରେ ଅଣ୍ଡା ଫେଣ୍ଟାକୁ କଣ୍ଟା ଚାମଚ୍ ସାହାଯ୍ୟରେ ଗୋଳାନ୍ତୁ । ଅଣ୍ଡା ହୋଇଗଲେ ସୁପ୍କୁ ଓହ୍ଲାଇ ରଖନ୍ତୁ । ଉପରେ ଧନିଆ ପତ୍ର ଓ ପିଆଜ ସଣ୍ଢାପତ୍ର କଟା ଦେଇ ପରଷନ୍ତୁ। ଟମାଟୋ ବ୍ୟବହାର କରିବାକୁ ନ ଚାହିଁଲେ ମଧ୍ଯ ଏହି ସୁପ୍ ପ୍ରସ୍ତୁତ କରାଯାଇପାରିବ ।